ଚିଟ୍‌ଫଣ୍ଡ ଘୋଟାଲାକୁ ଅସ୍ତ୍ର କରି ନବୀନଙ୍କ ଉପରେ ବର୍ଷିଲେ ଶାହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 17, 2019

ଚିଟ୍‌ଫଣ୍ଡ ଘୋଟାଲାକୁ ଅସ୍ତ୍ର କରି ନବୀନଙ୍କ ଉପରେ ବର୍ଷିଲେ ଶାହ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଓଡ଼ିଶାରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ମାରାଥନ୍ ପ୍ରଚାର କରିଛନ୍ତି। ଢେଙ୍କାନାଳ ଓ ବଡ଼ମ୍ବାରେ ନିର୍ବାଚନ ପ୍ରଚାର କରି ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ଖାସକରି ଚିଟ୍‌ଫଣ୍ଡ ଘୋଟାଲାକୁ ନେଇ ସେ ନବୀନ ପଟ୍ଟନାୟକଙ୍କ ସରକାରକୁ ଟାର୍ଗେଟ କରିଛନ୍ତି ଶାହ।

ସେ କହିଛନ୍ତି-“ଚିଟଫଣ୍ଡ ଘୋଟାଲାରେ ଗରିବ ଲୋକେ ତଳିତଳାନ୍ତ ହୋଇଛନ୍ତି। ଚିଟଫଣ୍ଡ ଅଭିଯୁକ୍ତଙ୍କ ସହ ନବୀନ ସରକାରଙ୍କ ମିଲିଭଗତ ଚାଲିଥିଲା। ବିଜେପି କ୍ଷମତାକୁ ଆସିଲେ ୯୦ ଦିନରେ ସବୁ ଅଭିଯୁକ୍ତଙ୍କୁ ଜେଲ ପଠାଯିବ।”

ଢେଙ୍କାନାଳ ସଭାରେ ଶାହ ଖୋର୍ଦ୍ଧା ବିଜେପି କର୍ମୀ ମଙ୍ଗୁଳି ଜେନା ହତ୍ୟା ପ୍ରସଙ୍ଗ ଉଠାଇଥିଲେ। ଏମିତି କରି ଆମକୁ କେହି ଡରାଇ ପାରିବେନି ବୋଲି ଶାହ କହିଛନ୍ତି। ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ନକରି ନବୀନ କାହିଁକି ଓଡ଼ିଶା ଲୋକଙ୍କୁ ସ୍ୱାସ୍ଥ୍ୟ ସୁବିଧାରୁ ବଞ୍ଚିତ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ।

ଶାହ କହିଛନ୍ତି-“ବିଜେପି ସରକାର ଆସିଲେ ସବୁ SHGକୁ ଋଣ ଛାଡ଼ କରାଯିବା ସହ ୫ ବର୍ଷରେ ଓଡ଼ିଶା ଡବଲ ଇଂଜିନରେ ଦେଶର ୧ ନମ୍ବର ହେବ।”
ସେହିପରି ନିଜ ଭାଷଣରେ ଶାହ କଂଗ୍ରେସକୁ ଟାର୍ଗେଟ କରିବା ସହ ୫୫ ବର୍ଷରେ ଦଳ ଗରିବଙ୍କ ପାଇଁ କିଛି କରିନଥିବା କହିଥିଲେ।

ତେବେ ଶାହଙ୍କ ଅଭିଯୋଗ ନେଇ ବିଜେଡି ଓ କଂଗ୍ରେସର ପ୍ରତିକ୍ରିୟା ମିଳିପାରିନାହିଁ।



from Odisha Reporter http://bit.ly/2IEgzzw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages