ଧୋତି ଏବଂ ଗାମୁଛା ଲୁକ୍‌ରେ ନଜର ଆସିଲେ ବିଗ୍‌ ବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 2, 2019

ଧୋତି ଏବଂ ଗାମୁଛା ଲୁକ୍‌ରେ ନଜର ଆସିଲେ ବିଗ୍‌ ବି

ମୁମ୍ବାଇ: ବଲିଉଡ୍‌ର ମହାନାୟକ ଅମିତାଭ୍‌ ବଚ୍ଚନ ୭୬ ବର୍ଷରେ ବି ଚଳଚଞ୍ଚଳ। ତାଙ୍କ ସମ ବୟସ୍କ ଅନ୍ୟ ଅଭିନେତାମାନେ ଫିଲ୍ମରୁ ଅବ୍ୟାହତ ନେଇ ସାରିଲେଣି। ହେଲେ ଏବେ ବି ବଡ଼ ପରଦା ଓ ଛୋଟ ପରଦାରେ ଆଜିକାଲିର ହିରୋଙ୍କୁ ଟକ୍କର ଦେଉଛନ୍ତି ଅମିତାଭ। ଅମିତାଭ ବିଭିନ୍ନ ଆଞ୍ଚଳିକ ଭାଷାର ଫିଲ୍ମରେ ଅଭିନୟ କରିଥିବା ବେଳେ ପ୍ରଥମ ଥର ଲାଗି ତାମିଲ୍‌ ଫିଲ୍ମ “ଅର୍ୟାଥା ମନିଥାନ”( Uyarntha Manithan) ରେ ଡେବ୍ୟୁ କରିଛନ୍ତି। ଏହି ଫିଲ୍ମର ପ୍ରଥମ ଲୁକ୍ ଜାରି କରାଯାଇଛି।  ଅମିତାଭ ପୁରା ନୂଆ ଲୁକ୍‌ରେ ନଜର ଆସୁଥିବା ବେଳେ ଦର୍ଶକ ବି ଏହାକୁ ବେଶ୍‌ ପସନ୍ଦ କରୁଛନ୍ତି।  ଏହି ଫିଲ୍ମରେ ଅମିତାଭ ଧୋତି ଏବଂ ଗାମୁଛା ପିନ୍ଧିଥିବା ଦେଖାଯାଉଛନ୍ତି।

ଫିଲ୍ମର ନିର୍ଦ୍ଦେଶନା ଏ.ଆର୍‌. ମୁରୁଗାଡୋସ ଦେଇଥିବା ବେଳେ ସହ ନିର୍ଦ୍ଦେଶକ ଅଛନ୍ତି ଏସ୍‌. ଜେ. ସୂର୍ଯ୍ୟା । ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅମିତାଭ ଏବଂ ସୂର୍ଯ୍ୟା। ସୂର୍ଯ୍ୟା ତାଙ୍କ ସୋଶାଲ୍‌ ସାଇଟ୍‌ ଟ୍ୱିଟର୍‌ରେ ଲେଖିଛନ୍ତି ଯେ, “ଏହା  ମୋ’ ଲାଗି ସବୁଠୁ ଖୁସିର ଦିନ। ଏଥିପାଇଁ ମୁଁ ମୋ ବାପା, ମାଆ ଏବଂ ଭଗବାନଙ୍କୁ ଧନ୍ୟବାଦ ଦେଉଛି। ମୋ ଜୀବନର ଏକ ସ୍ୱପ୍ନ ଥିଲା ବିଗ୍‌ ବିଙ୍କ ସହ କାମ କରିବା,  ଯାହା ଏବେ ସାକାର ହେବ।  ଏହା ସତ ହେବ ବୋଲି ମୁଁ କେବେ ଭାବି ନଥିଲି”।

ବଲିଉଡ୍‌ ସୁପରଷ୍ଟାରଙ୍କ ସହ କାମ କରିବାର ସୁଯୋଗ ପାଇଥିବାରୁ ସେ ଅମିତାଭ୍‌ଙ୍କୁ ବହୁ ଧନ୍ୟବାଦ ଦେଇଛନ୍ତି।

ଏକ ସାକ୍ଷାତକାରରେ ସୂର୍ଯ୍ୟା କହିଛନ୍ତି ଯେ, “ଆସିଷ୍ଟାଣ୍ଟ ଡାଇରେକ୍ଟର ହେବା ଆଗରୁ ଅମିତାଭ ବଚ୍ଚନଙ୍କ ସହ କାମ କରିବା ପାଇଁ ବହୁତ ଇଚ୍ଛା କରିଥିଲି । ଏବେ ଏହା ସତ ହେବାର ଦେଖି   ମୋ ଜୀବନର ସବୁ ସ୍ୱପ୍ନ ପୂର୍ଣ୍ଣ ହେବା ପରି ଲାଗୁଛି।  ଅମିତାଭ ୪୦ ଦିନ ଧରି ଏହି ଫିଲ୍ମର  ସୁଟିଂ କରନ୍ତୁ ବୋଲି ମୁଁ ଚାହୁଁଥିଲି। ହେଲେ ସେ ୩୫ ଦିନ ଏହାର ସୁଟିଂ କରିବେ”।

ସୂର୍ଯ୍ୟାଙ୍କ କହିବା ଅନୁଯାୟୀ,  ମହାନାୟକ ଅମିତାଭ୍‌ ନିଜ କ୍ୟାଲେଣ୍ଡର ଦେଖାଇ  କହିଥିଲେ ଯେ, ମୋ ପାଖରେ କେବଳ ୩୫ ଦିନ ଅଛି। ଏହା ପରେ ମୁଁ ଅନ୍ୟ କାମରେ ବ୍ୟସ୍ତ ରହିବି। ସୂର୍ଯ୍ୟା ଅମିତାଭଙ୍କ ବୟସର ତାରିଫ୍‌ କରିବା ସହ ଏହି ବୟସରେ ମଧ୍ୟ ସେ ଏତେ କାମ କରୁଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।



from Odisha Reporter https://ift.tt/2COUMBn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages