ବେଦୀରୁ ଉଠି ରୋଗୀଙ୍କ ସେବା କଲେ ନବବଧୂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 21, 2019

ବେଦୀରୁ ଉଠି ରୋଗୀଙ୍କ ସେବା କଲେ ନବବଧୂ

ରାଜରଙ୍ଗପୁର(ଗୌତମ  ମିଶ୍ର): କଥାରେ ଅଛି, ମାନବ ସେବା ହିଁ ମାଧବ ସେବା। କର୍ତ୍ତବ୍ୟ ଆଗ, ବାକି ସବୁ ପଛ। ଯାହାର ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ଲାଠୋପଡ଼ାରେ। ବିବାହ ବେଦୀରୁ ଉଠି ଜଣେଆ ନବବଧୂ ମେଡିକାଲ ଯାଇ ରୋଗୀଙ୍କ ଚିକିତ୍ସା କରିବା ଘଟଣା ସମଗ୍ର ଅଞ୍ଚଳ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

୨୦୧୯ ଏପ୍ରିଲ ୧୯।  ଲାଠୋପଡାରେ ଚିଲାଥିଲା ବିବାହ ଉତ୍ସବ।  ଯେଉଁଥିରେ ନବବଧୁ ସାଜିଥିଲେ ନିର୍ସ ପ୍ରେମିକା ଲାକ୍ରା । ବାହାଘର ପାଇଁ ପୁରା ପରିବେଶ ଚଳଚଞ୍ଚଳ ଥିବାବେଳେ ଏହି ସମୟରେ ହଠାତ ଘଟିଥିଲା ଅଘଟଣ।  ପ୍ରେମିକାଙ୍କ ବିବାହ ଭୋଜି ଖାଇ ଅସୁସ୍ଥ ହୋଇପଡିଥିଲେ ପାଖାପାଖି ୧୪୦ଜଣ।  ଘଟଣା ପରେ ସମସ୍ତ ଅସୁସ୍ଥଙ୍କୁ ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଆଉ ଏକଥା ପ୍ରେମିକା ଜାଣିବା ପରେ ବିବାହ ଉତ୍ସବରୁ ଉଠି ସଙ୍ଗେସଙ୍ଗେ ଆସି ପହଞ୍ଚିଥିଲେ ମେଡିକାଲରେ ।  ସେଠାରେ ସେ ଅସୁସ୍ଥ ଲୋକଙ୍କ ଖବର ବୁଝିବା ସହ ସେବା କରିଥିଲେ । ପେସାରେ ସେ ଜଣେ ନର୍ସ ହୋଇଥିବାରୁ ସେବା ତାଙ୍କର ପ୍ରଥମ ଧର୍ମ ବୋଲି ପ୍ରେମିକା କହିଛନ୍ତି।

ନୂଆ କରି ଜୀବନ ଆରମ୍ଭ କରୁଥିବା ଜଣେ ଭଲ ହୃଦୟ ମଣିଷ ପ୍ରେମିକାଙ୍କ ଏହି କାମକୁ ସମଗ୍ର ଅଞ୍ଚଳରେ ସାବାସୀ ମିଳିଛି, ଆଉ ଅଭିନନ୍ଦନ ମଧ୍ୟ।



from Odisha Reporter http://bit.ly/2Ixc2zM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages