ନବୀନ ନିବାସ ସମ୍ମୁଖରେ ଧାରଣାରେ ବସିଲେ ବିଜେପି ନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 3, 2019

ନବୀନ ନିବାସ ସମ୍ମୁଖରେ ଧାରଣାରେ ବସିଲେ ବିଜେପି ନେତା

lekha1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପି ପ୍ରାର୍ଥୀ ଡାକ୍ତର ଭୂଦାନ ମୁର୍ମୁଙ୍କ ଇସ୍ତଫା ଗ୍ରହଣ ଦାବିକୁ ନେଇ ନବୀନ ନିବାସ ଆଗରେ ଧାରଣାରେ ବସିଛନ୍ତି ବିଜେପିର ଏକ ପ୍ରତିନିଧି ଦଳ। ଏହି ପ୍ରତିନିଧି ଦଳରେ ଅଛନ୍ତି ବରିଷ୍ଠ ନେତା ସମୀର ମହାନ୍ତି ଓ ଲେଖାଶ୍ରୀ ସାମନ୍ତସିଂହାର। ସେମାନଙ୍କ ସହିତ ଖୋଦ୍ ଭୂଦାନ ମୁର୍ମୁ ମଧ୍ୟ ଧାରଣାରେ ବସିଛନ୍ତି। ଏହା ପୂର୍ବରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବଙ୍କୁ ଭେଟି ଫେରାଦ ହୋଇଥିଲେ।

ଭୂଦାମ ମୁର୍ମୁ କହିଛନ୍ତି ଯେ ସେ ୨୦୧୮ ଫେବୃଆରୀ ୪ ତାରିଖରୁ ସରକାରୀ ଚାକିରିରୁ ଇସ୍ତଫା ଦେଲେଣି। କିନ୍ତୁ ରାଜ୍ୟ ସରକାର ଏଯାଏ ତାଙ୍କ ଇସ୍ତଫା ଗ୍ରହଣ କରି ନାହାନ୍ତି।

ସମୀର ମହାନ୍ତି କହିଛନ୍ତି, ଫାଇଲ୍ ପ୍ରସେସ୍ ହେଉଛି ବୋଲି ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଆମକୁ କହିଛନ୍ତି। ତେବେ ଇସ୍ତଫାପତ୍ର ଗୃହୀତ ହେବା ପର୍ଯ୍ୟନ୍ତ ଆମେ ଧାରଣାରେ ବସିବୁ।

ସେ ଆହୁରି କହିଛନ୍ତି, ଭୂଦାନ ମୁର୍ମୁ ଜଣେ ଯୁବ ଡାକ୍ତର। ସେ ଜଣେ ଭଲ ଡାକ୍ତର ଭାବେ ବେଶ୍ ଜଣାଶୁଣା। ସେ ୬ ମାସ ତଳେ ତାଙ୍କ ଇସ୍ତଫାପତ୍ର ପଠାଇଥିଲେ। କିନ୍ତୁ ସରକାର ଏଯାଏ ତାଙ୍କ ଇସ୍ତଫା ଗ୍ରହଣ କରି ନାହାନ୍ତି। ଏହି ଆଦିବାସୀ ଯୁବକ ଆଗକୁ ବଢ଼ିବାକୁ ଚାହୁଁଥିବା ବେଳେ ସରକାର ସେଥିରେ ବାଧା ସୃଷ୍ଟି କରୁଛନ୍ତି।

ସୂଚନାଯୋଗ୍ୟ, ଭୂଦାମ ମୁର୍ମୁଙ୍କୁ ବିଜେପି ମୟୂରଭଞ୍ଜ ଜିଲ୍ଲାର ସାରସକଣାରୁ ପ୍ରାର୍ଥୀ କରିଛି। ଏଠାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟରେ ନିର୍ବାଚନ ହେବ। ଏଥିପାଇଁ ପ୍ରାର୍ଥିପତ୍ର ଦାଖଲ କରିବାର ଶେଷ ଦିନ ହେଉଛି ଏପ୍ରିଲ ୯ ତାରିଖ।



from Odisha Reporter https://ift.tt/2CM5FUH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages