ମୁମ୍ବାଇ ଇଣ୍ଡିଆନ୍ସ ଖେଳିଲା ୨୦୦ତମ ଟି-୨୦ ମ୍ୟାଚ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 13, 2019

ମୁମ୍ବାଇ ଇଣ୍ଡିଆନ୍ସ ଖେଳିଲା ୨୦୦ତମ ଟି-୨୦ ମ୍ୟାଚ୍

ମୁମ୍ବାଇ: ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଶନିବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ମୁମ୍ବାଇ ବିଶ୍ୱର ପ୍ରଥମ ଟିମ୍ ଭାବେ ୨୦୦ ଟି-୨୦ ମ୍ୟାଚ୍ ଖେଳିବାର ବିଶ୍ୱ ରେକର୍ଡ କରିଛି। ଏହି ମାମଲାରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଂଲିଶ କାଉଣ୍ଟି କ୍ଲବ୍ ସମରସେଟକୁ ପଛରେ ପକାଇ ଦେଇଛି।

ସମରସେଟ୍ ଟି-୨୦ରେ ୧୯୯ ମ୍ୟାଚ୍ ଖେଳିଛି। ମୁମ୍ବାଇ ତିନିଥର ଆଇପିଏଲ୍ ଟାଇଟଲ୍ (୨୦୧୩, ୨୦୧୫, ୨୦୧୭) ଜିତିଥିବା ବେଳେ ଥରେ ଚାମ୍ପିଅନ୍ସ ଲିଗ୍ ଟି-୨୦ ଟ୍ରଫି ମଧ୍ୟ ଜିତିଛି। ସମରସେଟ୍ ପରେ ତୃତୀୟ ସ୍ଥାନରେ ହାମ୍ପାଶାୟାର (୧୯୪ ମ୍ୟାଚ୍) ଟିମ୍ ରହିଛି।

ଚତୁର୍ଥ ସ୍ଥାନରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (୧୮୮) ଓ ସସେକ୍ସ ଓ କୋଲକାତା ନାଇଟ୍ ରାଇଡର୍ସ (ଉଭୟେ ୧୮୭ ମ୍ୟାଚ୍) ପଞ୍ଚମ ସ୍ଥାନରେ ରହିଛନ୍ତି। ମୁମ୍ବାଇ ଆଇପିଏଲରେ ଏପର୍ଯ୍ୟନ୍ତ ୧୭୮ ମ୍ୟାଚ୍ ଖେଳିଛି। ଏଥିରେ ୧୦୧ ବିଜୟ ହାସଲ କରିଥିବା ବେଳେ ୭୫ଟିରେ ପରାସ୍ତ ହୋଇଛି। ଗୋଟିଏ ମ୍ୟାଚ୍ ବିନା ଫଳାଫଳ ରହିଛି। ତେବେ ମୁମ୍ବାଇ ତା’ର ବାକି ମ୍ୟାଚ୍ ଚାମ୍ପିଅନ୍ସ ଲିଗ୍ ଟି-୨୦ରେ ଖେଳିଛି।



from Odisha Reporter http://bit.ly/2P7LGop

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages