
କଟକ(ନୀଳକଣ୍ଠ ଦୋରା): କଟକ ଲୋଭସଭା ନିର୍ବାଚନମଣ୍ଡଳୀର ବଡମ୍ବା ନରସିଂପୁର ବିଧାନସଭା କ୍ଷେତ୍ର ଦୀର୍ଘ ଦିନ ଧରି ବିଜେଡିର ଗଡ଼ ଭାବେ ଜଣାଶୁଣା। ଏଠାରୁ ବିଧାୟକ ଭାବେ ବିଜୟୀ ହୋଇ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦ ସମ୍ଭାଳିଛନ୍ତି ଦେବୀ ମିଶ୍ର। ହେଲେ ଏଥର ଦେବୀଙ୍କୁ କଡ଼ା ଟକ୍କର ଦେବାକୁ ଯାଉଛନ୍ତି ବିଜେପିର ବିଜୟ କୁମାର ଦଳବେହେରା। ସରପଞ୍ଚରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି ଶ୍ରୀ ଦଳବେହେରା। ତେବେ ଏଥର ନିର୍ବାଚନରେ ହେବିୱେଟ୍ ଦେବୀଙ୍କୁ ଟକ୍କର ଦେବାକୁ ସେ କେତେ ପ୍ରସ୍ତୁତ ସେ ନେଇ ପ୍ରଶ୍ନ ପଚାରିବାରୁ କ’ଣ ଉତ୍ତର ଦେଇଛନ୍ତି ବିଜୟ ଆସନ୍ତୁ ଜାଣିବା।
ଓଡିଶା ରିପୋର୍ଟର: ଜଣେ ଅଭିଜ୍ଞତା ସମ୍ପନ୍ନ ରାଜନେତା ଭାବେ ଦେବୀ ମିଶ୍ରଙ୍କ କ୍ଷ୍ୟାତି ରହିଛି। ଆପଣ ତାଙ୍କୁ ପରିବେ ତ ?
ଉତ୍ତର: ଆଜି ଏଠାରେ ଅନୁଷ୍ଠିତ ସଭାରେ ଆପଣ ଧର୍ମେନ୍ଦ୍ର ପ୍ରଧାନ, ଅମିତ ଶାହଙ୍କ ଭଳି ତୁଙ୍ଗ ନେତାଙ୍କ ଉପସ୍ଥିତିକୁ ଦେଖିଲେ। ବିପୁଳ ଜନସମାଗମ କାହା ସମର୍ଥନରେ ଯାଉଛି ଆପଣ ବେସ୍ ଜାଣିପାରୁଥିବେ। ଅପରପକ୍ଷେ ଏହି ଜନସମାବେଶକୁ ଦେବୀବାବୁ ଭଣ୍ଡୁର କରିବାକୁ ଚଷ୍ଟା କରି ବିଫଳ ହୋଇଛନ୍ତି। ଏଣୁ ଦେବୀ ବାବୁଙ୍କ ପରାଜୟ ନିଶ୍ଚିତ, ଏହା ଜାଣି ରଖନ୍ତୁ।
ଓଡିଶା ରିପୋର୍ଟର: ଏହି ବିଶାଳ ଜନସମାବେଶ ବିଜେପି ପାଇଁ ବିଜୟ ସଙ୍କେତ ଦେଉଛି କି ?
ଉତ୍ତର: ଗତ ପଞ୍ଚାୟତ ନିର୍ବାଚନରେ ଏହାର ଉତ୍ତର ଆପଣ ପାଇ ସାରିଛନ୍ତି। ୧୯୯୫ରୁ ୨୦୧୪ ମଧ୍ୟରେ ଯେଉଁ ରାଜନୈତିକ ଲଢେଇ ହେଉଥିଲା, ଯେତେବେଳେ ଦେବୀବାବୁ ବନାମ କଂଗ୍ରେସ ନେତାଙ୍କ ମଧ୍ୟରେ ହେଉଥିଲା। କିନ୍ତୁ ଏଥର ସ୍ଥିତି ଭିନ୍ନ। ଭାରତୀୟ ଜନତା ପାର୍ଟିର ନେତୃତ୍ୱରେ ଏହି ବିଧାନସଭା କ୍ଷେତ୍ରର ସମସ୍ତ କୃଷକ, ଶିକ୍ଷିତ ଯୁବ ସମାଜ, ବେକାରୀ ଯୁବକ ଗୋଟିଏ ପଟେ ଥିବା ବେଳେ ଦେବୀ ବାବୁ ଗୋଟିଏ ପଟେ ଅଛନ୍ତି।
ଓଡିଶା ରିପୋର୍ଟର: ଦେବୀ କହୁଥିଲେ ମୋଦୀ ପ୍ରଭାବ କାଶତଣ୍ଡି ଫୁଲ ଭଳି, ଆପଣ ଏହାକୁ କିପରି ଖଣ୍ଡନ କରିବେ ?
ଉତ୍ତର: ଦେବୀ ବାବୁ ଏ କଥା କହିଥିବେ, ମୁଁ ଜାଣିନି। କିନ୍ତୁ ପଞ୍ଚାୟତ ନିର୍ବାଚନର ଫଳାଫଳ ଆଉ ଆଜିର ଜନସାବେଶ ତାଙ୍କୁ ଠିକ୍ ଉତ୍ତର ହେବ ବୋଲି କହିବି। ମୋଦିଙ୍କ ସୁଶାସନର ପ୍ରଭାବ ଏଠାକାର ଲୋକଙ୍କୁ ପ୍ରଭାବିତ କରିଛି ଆଉ ଆଗାମୀ ଦିନରେ କରିବ ବୋଲି ଆଶା।
ଓଡିଶା ରିପୋର୍ଟର: ଆପଣଙ୍କ ନିର୍ବାଚନମଣ୍ଡଳୀରେ ବନ୍ଦ ପଡିଥିବା ଶିଳ୍ପ ପୁନରୁଦ୍ଧାର ହେବ କି ?
ଉତ୍ତର: ନିଶ୍ଚିତ ଭାବେ ହେବ। ବଡମ୍ବା ନରସିଂହପୁରର ଭାତହାଣ୍ଡି ବୋଲାଉଥିବା ଚିନିକଳ, ମାଣିଆବନ୍ଧ ଶିଳ୍ପ ଆଗକୁ ବଢିବ।
ଓଡିଶା ରିପୋର୍ଟର: ଏଠି କ’ଣ ସତରେ ବିଜେପି ଜିତିବ ?
ଉତ୍ତର: ନିଶ୍ଚିତ ଭାବେ ବିଜେପି ଏଠାରେ ବିଜୟ ବାନା ଉଠାଇବ। ବିପୁଳ ପରିମାଣର ଭୋଟ ପାଇ ବିଜୟୀ ହେବ ଦଳ।
ଓଡିଶା ରିପୋର୍ଟର: ଦେବୀ ବାବୁଙ୍କ ପାଦ ତଳୁ ମାଟି ଖସୁଛି କି ?
ଉତ୍ତର: ଦେବୀ ବାବୁଙ୍କ ପାଦତଳୁ ମାଟି ଖସିବ କ’ଣ ଖସି ସାରିଛି।
from Odisha Reporter http://bit.ly/2GotliM
No comments:
Post a Comment