ମୋଦିଙ୍କ ବାୟୋପିକ୍‌ ରିଲିଜ୍‌କୁ ନିର୍ବାଚନ କମିଶନଙ୍କ ରୋକ୍, ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ଫିଲ୍ନ ନିର୍ମାତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 12, 2019

ମୋଦିଙ୍କ ବାୟୋପିକ୍‌ ରିଲିଜ୍‌କୁ ନିର୍ବାଚନ କମିଶନଙ୍କ ରୋକ୍, ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ଫିଲ୍ନ ନିର୍ମାତା

ନୂଆଦିଲ୍ଲୀ: ନିର୍ବାଚନ କମିଶନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଆଧାରିତ ବଲିଉଡ୍‌ ଫିଲ୍ମ ‘ପିଏମ୍‌ ନରେନ୍ଦ୍ର ମୋଦି’ ରିଲିଜ୍‌ ଉପରେ ରୋକ ଲଗାଇବା ପରେ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି ଫିଲ୍ନର ନିର୍ମାତା। ୧୫ ଏପ୍ରିଲରେ ଏହି ମାମଲାର ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟ ରାଜି ହୋଇଥିବା ଜଣାପଡ଼ିଛି। ଫିଲ୍ମ ନିର୍ମାତା ଅଭିଯୋଗରେ ଦର୍ଶାଇଛନ୍ତି ଯେ ନିର୍ବାଚନ କମିଶନ କଳାକାରଙ୍କ ସ୍ବାଧୀନତା ଉପରେ ଲଗାମ ଲଗାଇଛନ୍ତି।

ନିର୍ବାଚନ ବେଳେ କୌଣସି ରାଜନୈତିକ ଦଳ କିମ୍ବା ନେତାକୁ ସୁହାଇଲା ଭଳି ଫିଲ୍ନ ରିଲିଜ ହୋଇପାରିବ ନାହିଁ ବୋଲି ଦର୍ଶାଇ ନିର୍ବାଚନ କମିଶନ ମୋଦିଙ୍କ ବାୟୋପିକ୍‌ ଫିଲ୍ନ ଉପରେ ରୋକ ଲଗାଇଛନ୍ତି।

ବଲିଉଡ୍‌ ଅଭିନେତା ବିବେକ୍‌ ଓବେରୟ ଏହି ଫିଲ୍ମରେ ମୋଦିଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏଥିରେ ମୋଦିଙ୍କ ସଂଘର୍ଷର ଜୀବନର କାହାଣୀ ରହିଛି। ପୂର୍ବରୁ ବିରୋଧୀ ଫିଲ୍ନଟିକୁ ରିଲିଜ କରିବା ପାଇଁ ନ ଦେବାକୁ ବମ୍ବେ ହାଇକୋର୍ଟ ଏବଂ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ହେଁ ଏହି ଆବେଦନ ଖାରଜ ହୋଇଯାଇଥିଲା।

ବିଜେପି ମଧ୍ୟ ବିରୋଧୀଙ୍କୁ ବାକ୍‌ ସ୍ୱାଧୀନତାର କଥା କହି ସମାଲୋଚନା କରିଥିଲା। ତଥାପି ବିରୋଧୀ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ସୁପ୍ରିମକୋର୍ଟ ମଧ୍ୟ ଫିଲ୍ନ ରିଲିଜ୍ କରିବା ପାଇଁ ଗ୍ରୀନ ସିଗନାଲ ଦେଇଥିଲେ। ହେଲେ ନିର୍ବାଚନ କମିଶନ ବୁଧବାର ଦିନ ଫିଲ୍ମର ରିଲିଜ ଉପରେ ରୋକ ଲଗାଇଥିଲେ।



from Odisha Reporter http://bit.ly/2Ks4SOL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages