ପଇଡ଼ ନେଇ ଆସିବା ବେଳକୁ ବିଚାରାଧୀନ କଏଦୀ ଚମ୍ପଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 20, 2019

ପଇଡ଼ ନେଇ ଆସିବା ବେଳକୁ ବିଚାରାଧୀନ କଏଦୀ ଚମ୍ପଟ୍‌

jail

ମାଲକାନଗିରି(ଜିତେନ୍ଦ୍ର ବେଉରା): ଜେଲ୍‌ରୁ ଚିକିତ୍ସା ପାଇଁ ଡାକ୍ତରଖାନା ଯାଇ ଫେରୁଥିବା ବେଳେ ଚମ୍ପଟ୍‌ ମାରିଛି ଜଣେ ବିଚାରାଧୀନ କଏଦୀ। ଏ ଘଟଣା ଘଟିଛି ମାଲକାନଗିରିରେ। ଚମ୍ପଟ୍‌ ମାରିଥିବା ବିଚାରାଧୀନ କଏଦୀଙ୍କ ନାଁ ରାଜୁ ବରେଇ।

ଗଞ୍ଜେଇ କାରବାର ସହିତ ଜଡ଼ିତ ଏକ ମାମଲାରେ ଗିରଫ ହୋଇ ରାଜୁ ଜେଲ୍‌ରେ ଥିଲା। କିଛି ଦିନ ହେବ ତା’ ଦେହ ଅସୁସ୍ଥ ରହୁଥିଲା। ଗତକାଲି ସେ ହଠାତ୍ ଅଧିକ ଅସୁସ୍ଥ ଅନୁଭବ କରିଥିଲା। ତେଣୁ ଜେଲ୍‌ କର୍ମଚାରୀମାନେ ତାକୁ ମାଲିକନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରୁ ଫେରିବା ବାଟରେ ରାଜୁ ପଇଡ଼ ପିଇବ ବୋଲି କହିଥିଲା। ତେବେ କର୍ମଚାରୀମାନେ ପଇଡ଼ ନେଇ ଆସିବା ଭିତରେ ସେ ଗାଡ଼ିରୁ ଚମ୍ପଟ୍‌ ମାରିଥିଲା।

ରାଜୁର ଘର ପଦ୍ମଗିରି ଅଞ୍ଚଳରେ ବୋଲି ଜଣାପଡ଼ିଛି।

ମାଲକାନଗିରି ଉପ-କାରାଗାରର ଜେଲ୍‌ର ସଂଗ୍ରାମ କୁମାର ନାୟକ କହିଛନ୍ତି,“ଗଞ୍ଜେଇ କାରବାର ମାମଲାରେ ରାଜୁ ଗତବର୍ଷ ଡିସେମ୍ବର ମାସରୁ ଜେଲ୍‌ରେ ଥିଲା। ବେଳେ ବେଳେ ତା’ ଛାତିରେ ଯନ୍ତ୍ରଣା ହୋଇଥାଏ। ସେଥିପାଇଁ ଆମେ ତାକୁ ଡାକ୍ତରଖାନା ନେଉ। ଗତକାଲି ମଧ୍ୟ ସେ ଯନ୍ତ୍ରଣା ଅନୁଭବ କରିଥିଲା। ଏଣୁ ତାକୁ ଡାକ୍ତରଖାନା ନିଆଯାଇଥିଲା। ତାକୁ ଡାକ୍ତରଖାନାରେ ଆଡ୍‌ମିଟ୍ କରିବାକୁ ଡାକ୍ତର କହିଥିଲେ। ତେବେ ଆମ ପାଖରେ ଷ୍ଟାଫ୍ କମ୍ ଥିବାରୁ ପୁଲିସ୍ ଏସ୍କର୍ଟ ମିଳିବା ପରେ ତାକୁ ଆଡ୍‌ମିଟ୍ କରାଯିବ ବୋଲି ଆମ କର୍ମଚାରୀମାନେ କହିଥିଲେ।

ତା’ପରେ ଡାକ୍ତର ଔଷଧ ଲେଖି ଦେଇଥିଲେ। ସେଠାରୁ ଫେରିବା ବେଳେ ସେ ପଇଡ଼ ପିଇବ ବୋଲି କହିଥିଲା। ଆମ କର୍ମଚାରୀମାନେ ତା’ପାଇଁ ପଇଡ଼ ଆଣିବାକୁ ଯାଇଥିବା ବେଳେ ସେ ଅଟୋରୁ ଫେରାର ହୋଇଯାଇଥିଲା। ମାତ୍ର ୨ ମିନିଟ୍ ଭିତରେ ଏ ଘଟଣା ଘଟିଗଲା।”

ଏନେଇ ଜେଲ୍‌ କର୍ତ୍ତୃପକ୍ଷ ଥାନାରେ ଏଫ୍‌ଆଇଆର ଦେଇଛନ୍ତି। ପୁଲିସ୍ ଏକ ମାମଲା ରୁଜୁ କରି ରାଜୁକୁ ଖୋଜିବାକୁ ଉଦ୍ୟମ କରୁଛି।



from Odisha Reporter http://bit.ly/2XpLofi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages