ନିର୍ବାଚନୀ ବଣ୍ଡର ତଥ୍ୟ ନିର୍ଵାଚନ କମିଶନଙ୍କୁ ଦେବାକୁ ରାଜନୀତିକ ଦଳଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

ନିର୍ବାଚନୀ ବଣ୍ଡର ତଥ୍ୟ ନିର୍ଵାଚନ କମିଶନଙ୍କୁ ଦେବାକୁ ରାଜନୀତିକ ଦଳଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

supreme
ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡ ପ୍ରସଙ୍ଗରେ ସମସ୍ତ ରାଜନୀତିକ ଦଳଙ୍କୁ ସୁପ୍ରିମକୋର୍ଟ ନୋଟିସ ପଠାଇଛନ୍ତି। ଇଲେକ୍ଟୋରାଲ ବଣ୍ଡ ସାହାଯ୍ୟରେ କେତେ ଟଙ୍କା ରାଜନୀତିକ ଦଳ ଚାନ୍ଦା ପାଇଛନ୍ତି ସେ ସମ୍ପର୍କରେ ବନ୍ଦ ଲଫାଫାରେ ତଥ୍ୟ ମେ ୩୦ ସୁଦ୍ଧା ନିର୍ବାଚନ କମିଶନଙ୍କୁ ଦେବାକୁ ସୁପ୍ରିମକୋର୍ଟ ଆଜି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଚାନ୍ଦା ଦେଉଥିବା ବ୍ୟକ୍ତିଙ୍କ ନାମ, ଠିକଣା, ବ୍ୟାଙ୍କ ଆକାଉଣ୍ଟ ବାବଦରେ ସମ୍ପୁର୍ଣ୍ଣ ତଥ୍ୟ ଦେବାକୁ ନିର୍ଦ୍ଦେଶ ରହିଛି।
ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ଜଷ୍ଟିସ ଗୋଗୋଇଙ୍କ ସହିତ ଜଷ୍ଟିସ ଦୀପକ ଗୁପ୍ତା ଏବଂ ସଞ୍ଜୀଭ ଖାନ୍ନା ମଧ୍ୟ ଏହି ଖଣ୍ଡପୀଠରେ ସାମିଲ ଅଛନ୍ତି।
ସୂଚନାଯୋଗ୍ୟ, ଗତକାଲି ଚଳିତ ଲୋକସଭା ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଇଲେକ୍ଟୋରାଲ ବଣ୍ଡ ପ୍ରଚଳନ ଜାରି ରହିବାକୁ ଦିଆଯାଉ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ହେଲେ ଏହାକୁ ଖାରଜ କରି ଆଜି ଏ ସଂକ୍ରାନ୍ତ ଶୁଣାଣି କରିବେ ବୋଲି ସୁପ୍ରିମକୋର୍ଟ କହିଥିଲେ।
ରାଜନୀତିକ ଦଳଗୁଡ଼ିକୁ ପାଣ୍ଠି ପ୍ରଦାନ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ନିର୍ବାଚନ କମିଶନ ସୁପ୍ରିମକୋର୍ଟରେ ଭିନ୍ନ ଯୁକ୍ତି ଉପସ୍ଥାପନ କରିଥିଲେ। ରାଜନୀତିକ ଦଳକୁ ନିର୍ବାଚନୀ ବଣ୍ଡ ସାହାଯ୍ୟରେ ଚାନ୍ଦା ଦେଉଥିବା ବ୍ୟକ୍ତି ଓ ସଂସ୍ଥାର ନାମ ଗୋପନ ରଖିବା ପାଇଁ କେନ୍ଦ୍ର ସରକାର ଦାବି କରିଥିଲେ। ହେଲେ ଏହାକୁ ବିରୋଧ କରି ନିର୍ବାଚନ କମିଶନ ଦର୍ଶାଇଥିଲେ ଯଦି ଚାନ୍ଦା ଦେଉଥିବା ବ୍ୟକ୍ତିଙ୍କ ନା ଗୋପନ ରହିବ ତାହେଲେ ସ୍ବଚ୍ଛତା ଆସି ପାରିବ ନାହିଁ। ବିଭିନ୍ନ ସଂସ୍ଥା ଏହି ବଣ୍ଡ ଦ୍ବାରା ରାଜନୀତିକ ଦଳ ଗୁଡ଼ିକରେ କଳାଧନ ନିବେଶ କରିବେ ବୋଲି କହି ପକ୍ଷ ରଖିଥିଲେ ନିର୍ବାଚନ କମିଶନ।


from Odisha Reporter http://bit.ly/2ItODhJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages