ପ୍ରଧାନମନ୍ତ୍ରୀଙ୍କ କାନ୍ଧରେ ଥିବା ଏହି ନାଲି ବସ୍ତ୍ରଟି କ’ଣ, ଆପଣ ଜାଣନ୍ତି କି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 26, 2019

ପ୍ରଧାନମନ୍ତ୍ରୀଙ୍କ କାନ୍ଧରେ ଥିବା ଏହି ନାଲି ବସ୍ତ୍ରଟି କ’ଣ, ଆପଣ ଜାଣନ୍ତି କି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ସମୟରେ ନେତା, ମନ୍ତ୍ରୀଙ୍କ ଓଡ଼ିଶା ଆଗମନ କଥା ଆପଣ ଦେଖିଥିବେ। ଆଉ ଏ କଥା ମଧ୍ୟ ଦେଖିଥିବେ ଯେ, ଏହି ଅତିଥିମାନଙ୍କୁ ଆମ ରାଜ୍ୟର ରାଜନେତାମାନେ ଏକ ନାଲି ରଙ୍ଗର ବସ୍ତ୍ର କାନ୍ଧରେ ପକାଇ ସ୍ୱାଗତ କରିଥାନ୍ତି। ହେଲେ ଜାଣିଛନ୍ତି କ’ଣ ଏହି ନାଲି ବସ୍ତ୍ର? କ’ଣ ପାଇଁ ଏହାକୁ ଦେଇ ଓଡ଼ିଶାରେ ନେତାଙ୍କୁ ସ୍ୱାଗତ କରାଯାଉଛି ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୁଅନ୍ତୁ ଅଥବା ରାହୁଲ ଗାନ୍ଧୀ। ନିକଟରେ ଭାରତର ଏହି ମହାନ୍‌ ରାଜନେତାଙ୍କ ଓଡ଼ିଶା ଆଗମନ ସମୟରେ ଏପରି ବସ୍ତ୍ର ଦେଇ ସ୍ୱାଗତ କରାଯାଇଥିଲା। ଖାଲି ରାଜନେତା ନୁହଁନ୍ତି ଓଡିଶା ଆସୁଥିବା ବେଳେ ରାଷ୍ଟ୍ରପତିଙ୍କୁ ମଧ୍ୟ ଏହି ବସ୍ତ୍ର ଦେଇ ସ୍ୱାଗତ କରାଯାଇଥାଏ।

ବାସ୍ତବରେ ଏହି ବସ୍ତ୍ର ହେଉଛି ଓଡିଶାର ପାରମ୍ପରିକ ସ୍ୱାଗତ ପଦ୍ଧତିର ଗୋଟିଏ ଅଂଶ। ଶ୍ରୀ ଗୀତଗୋବିନ୍ଦ ଖଣ୍ଡୁଆ। ସମ୍ପୁର୍ଣ୍ଣ ଓଡ଼ିଆ ତନ୍ତ୍ର ଶୈଳୀରେ ପ୍ରସ୍ତୁତ ହୋଇଥାଏ ଏହି ବସ୍ତ୍ର। ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କୁ ଯେଉଁ ଗୀତ ଗୋବିନ୍ଦ ଖଣ୍ଡୁଆ ଲାଗି କରାଯାଏ, ଏହି ନାଲି ବସ୍ତ୍ର ହେଉଛି ସେହି ଖଣ୍ଡୁଆ। ମହାପ୍ରଭୁଙ୍କଠାରୁ ଉଲାଗି ହେବା ପରେ ପୂର୍ବରୁ ରାଜାମାନେ ଏହାକୁ ରାଜ୍ୟକୁ ଆସୁଥିବା ନିମନ୍ତ୍ରୀତ ଅତିଥି, କବି, ସେବକମାନଙ୍କ ମର୍ଯ୍ୟାଦା ସ୍ୱରୂପ ପ୍ରଦାନ କରି ସ୍ୱାଗତ କରୁଥିଲେ।

ସମ୍ପ୍ରତି ଏହି ପରମ୍ପରାକୁ ଆମ ରାଜନେତାମାନେ ଅନୁସରଣ କରୁଥିବା ଦେଖିବାକୁ ମିଳୁଛି। ଏହି ବସ୍ତ୍ର ପ୍ରଦାନ ପାଇଁ ଓଡ଼ିଶା ବାହାରେ ଓଡ଼ିଶାର ସମୃଦ୍ଧ ତନ୍ତ୍ରୁବାୟ ଶିଳ୍ପ ଓ ଓଡ଼ିଶା ସାଂସ୍କୃତିକ ଭାବର ପ୍ରସାର ହେଉଛି ବୋଲି କହିହେବ।



from Odisha Reporter http://bit.ly/2ZA4Wjd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages