ବାହା ବେଦୀରେ ବାନ୍ତି କଲେ କନିଆ, ଆଉ ତା’ ପରେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 2, 2019

ବାହା ବେଦୀରେ ବାନ୍ତି କଲେ କନିଆ, ଆଉ ତା’ ପରେ…

ବାଙ୍ଗାଲୁର: ହିନ୍ଦୁ ପରମ୍ପରାରେ ବିବାହକୁ ସାତ ଜନ୍ମର ବନ୍ଧନ ବୋଲି କୁହାଯାଏ। ଏହି ସମ୍ପର୍କରେ ବାନ୍ଧି ହୋଇଥିବା ୨ଜଣ  ପରସ୍ପରର ସୁଖଦୁଃଖରେ ସହଭାଗୀ ହେବାକୁ ଶପଥ ନେଇଥାନ୍ତି। ପରସ୍ପର ଉପରେ ଥିବା ବିଶ୍ୱାସ ହିଁ ସମ୍ପର୍କ ସୁଦୃଢ କରିବାର ମୂଳ ମନ୍ତ୍ର। ହେଲେ କର୍ଣ୍ଣାଟକରେ ଏପରି ଏକ ଘଟଣା ଘଟିଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ। ବିବାହ କର୍ମ ସରୁ ସରୁ ହିଁ ସମ୍ପର୍କରେ ଦେଖାଦେଲା ଫାଟ। ଯାହାକି ସୁଧୁରିବା  ପରିବର୍ତ୍ତେ ବିଗିଡ଼ିବାରେ ଲାଗିଛି ।

ଏକ ମାଟ୍ରିମୋନି ସାଇଟ୍‌ ଜରିଆରେ ଉଭୟ ଯୁବତୀଯୁବକଙ୍କ ସାକ୍ଷାତ ହୋଇଥିଲା। ଉଭୟ ଏମବିଏ ଗ୍ରାଜୁଏଟ୍‌ଧାରୀ ଅଟନ୍ତି। ପରସ୍ପରକୁ ବୁଝିବାକୁ ସମୟ ନେବା ପରେ ଉଭୟ ବିବାହ ଲାଗି ରାଜି ହେଲେ।  ହେଲେ ବିବାହର ୧୫ ଦିନ ପୂର୍ବରୁ ଯୁବତୀଙ୍କ ମା’ଙ୍କ ଦେହାନ୍ତ ହୋଇଥିଲା। ଏଥିରେ ଯୁବତୀଜଣକ ପୁରା ଏକୁଟିଆ ହୋଇଯାଇଥିବା ବେଳେ ତାଙ୍କର ଜଣେ ସାଙ୍ଗ ତାଙ୍କୁ ସାନ୍ତ୍ୱନା ଦେଉଥିଲେ।   ଏହା କିନ୍ତୁ ଯୁବତୀଙ୍କ ଭାବି ସ୍ୱାମୀଙ୍କୁ ପସନ୍ଦ ଆସିଲାନି। ସେ ଭାବିଲେ ଯେ, ବିବାହକୁ ନେଇ ଯୁବତୀଜଣକ ଖୁସି ନାହାନ୍ତି।

ଏହା ସତ୍ତ୍ୱେ କିନ୍ତୁ ଉଭୟ ହିନ୍ଦୁ ପରମ୍ପରା ଅନୁଯାୟୀ ବିବାହ ବନ୍ଧନରେ ବାନ୍ଧି ହେଲେ। ହେଲେ ବିବାହ ସରୁ ସରୁ ଏପରି ଘଟଣା ଘଟିଗଲା ଯାହାକୁ କେହି କେବେ ବିଶ୍ୱାସ କରି ନ  ଥିଲେ।  ବିବାହ କର୍ମ ସରୁ ସରୁ ବେଦୀ ଉପରେ କନ୍ୟାଙ୍କର ବାନ୍ତି ହେବାରୁ କଳହର ସୂତ୍ରପାତ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ବର ମେଡିକାଲରେ ଚିକିତ୍ସା  କରାଇବା ନାଁରେ  ନବ ବିବାହିତା ପତ୍ନୀଙ୍କୁ ଭର୍ତ୍ତି କରିଥିଲେ। ହେଲେ ତାଙ୍କ ଅଗଚୋରରେ ସେଠାରେ ତାଙ୍କ କୁମାରିତ୍ୱ ପରୀକ୍ଷା ସହ ପ୍ରେଗନେନ୍ସି ଟେଷ୍ଟ ମଧ୍ୟ କରାଇ ଦେଇଥିଲେ। ଯାହାକି କନ୍ୟାଙ୍କୁ ଶକ୍ତ ଆଘାତ ଦେଇଥିଲା। ଶେଷରେ ରିପୋର୍ଟରେ ଗ୍ୟାଷ୍ଟ୍ରିକ୍‌ ସମସ୍ୟା ଯୋଗୁ କନ୍ୟାଙ୍କର ବାନ୍ତି ହୋଇଥିବା ଡାକ୍ତର କହିଥିଲେ।

ଏହାକୁ କିନ୍ତୁ ବିଶ୍ୱାସ କରି  ନ ପାରି ଛାଡପତ୍ର ପାଇଁ କୋର୍ଟରେ ଆବେଦନ କରିଛନ୍ତି ଯୁବକଜଣକ । ଅପରପକ୍ଷେ ପୂର୍ବରୁ ନିଜ ବାପାଙ୍କୁ ହରାଇଥିବା ଯୁବତୀଜଣକ କିଛି ଦିନ ପୂର୍ବେ ନିଜ ମା’ଙ୍କୁ ହରାଇଥିବା ବେଳେ ସ୍ୱାମୀଙ୍କ ଏପରି ବ୍ୟବହାର ତାଙ୍କୁ ପୁରା ଭାଙ୍ଗି ଦେଇଛି। ଏପରି ମାନସିକତାର ବ୍ୟକ୍ତି ସହ ସେ ମଧ୍ୟ ରହିବାକୁ ରାଜି ନୁହନ୍ତି। ଏନେଇ ସେ ଥାନା ଓ କୋର୍ଟର ଦ୍ୱାରସ୍ତ ହୋଇଛନ୍ତି।

ବିବାହ ପରେ ଏପରି ଅସ୍ୱସ୍ତିକର ପରିସ୍ଥିତିର ସମ୍ମୁଖୀନ ହୋଇଥିବା ଯୁବତୀଜଣକ ଆଉ ଶାଶୁ ଘରକୁ ନ ଯାଇ ନିଜ ଭଉଣୀ ଘରକୁ ପଳାଇଥିଲେ। ଉଭୟ ପକ୍ଷଙ୍କ ଆଲୋଚନା ସତ୍ତ୍ୱେ ଏହାର କୌଣସି ସମାଧାନ ନ ବାହାରିବାରୁ ଯୁବକଜଣକ ୩ ମାସ ପରେ ଫ୍ୟାମିଲି କୋର୍ଟର ଦ୍ୱାରସ୍ତ ହେଲେ। ସେଠାକୁ ଯୁବତୀଙ୍କୁ ନିଜ ପକ୍ଷ ରଖିବାକୁ ଡକାଗଲା।  ହେଲେ ସେଠାରେ ଏହି ସମସ୍ୟାର କୌଣସି ସମାଧାନ ସୂତ୍ର ବାହାରି ନ ପାରିବାରୁ ଘଟଣାଟି କୋର୍ଟକୁ ଯାଇଛି।

ଯୁବତୀଙ୍କ ବାପାମା’ଙ୍କ ମୃତ୍ୟୁ ପରେ  ଯେବେ ସ୍ୱାମୀଙ୍କୁ ତାଙ୍କ ସହ ରହିବାର ଥିଲା, ସେବେ ସେ ହିଁ ହାତ ଛାଡ଼ି ଚାଲିଗଲେ। ଫଳରେ ଏହି ବିବାହ ଉପରୁ ଆସ୍ଥା ତୁଟାଇ ସାରିଥିବା କହିଛନ୍ତି ଯୁବତୀଜଣକ ।



from Odisha Reporter https://ift.tt/2FIV25C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages