
ମୁମ୍ବାଇ: ଉପରୋକ୍ତ ଫଟୋରେ ଆପଣ ଦୁଇ ବୃଦ୍ଧ ମହିଳାଙ୍କୁ ଦେଖୁଛନ୍ତି। ଜାଣିଛନ୍ତି ସେ ମହିଳା ଦୁଇଜଣ କିଏ। ଅନେକ ଏହି ଫଟୋକୁ ଚିହ୍ନି ପାରୁଥିଲେବି ଅନେକ ଚିହ୍ନି ପାରୁନଥିବେ। ତେବେ ଆମେ ଆପଣଙ୍କୁ ଆଉ ଦ୍ୱନ୍ଦ୍ୱରେ ନ ରଖି କହିଦେଉଛୁ ଯେ । ଏ ଦୁଇ ଜଣ କେହି ବୁଢ଼ି ନୁହଁନ୍ତି ଏମାନେ ହେଉଛନ୍ତି ବଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀ ତାପସୀ ପନ୍ନୁ ଓ ଭୂମି ପାଡେନ୍କର। ଉଭୟଙ୍କର ଅନେକ ଫ୍ୟାନ୍ ଫଲୋଇଙ୍ଗ୍। ଦୁହେଁ ଏକାଠି ଗୋଟିଏ ଫିଲ୍ମରେ ଅଭିନୟ କରୁଛନ୍ତି। ଆଉ ସେଥିପାଇଁ ସେମାନେ ଏମିତି ବେଶରେ ସଜବାଜ ନେଇଛନ୍ତି।
ଫିଲ୍ମ ଟି ହେଉଛି ‘ ସାଣ୍ଢ୍ କି ଆଙ୍ଖ୍’। ଏହି ଫିଲ୍ମଟି ଚନ୍ଦ୍ରୌ ତୋମର ଓ ପ୍ରକାଶୀ ତୋମରଙ୍କ ଜୀବନ ଉପରେ ଆଧାରିତ। ଫିଲ୍ମର ନିର୍ଦ୍ଦଶନା ଦେଇଛନ୍ତି ତୁଷାର ହୀରା ନନ୍ଦାନୀ।
Make way for the dadis
Bringing to you one of my most challenging roles in one of the most inspiring stories…#SaandKiAankh #SaandKiAankhThisDiwali @taapsee @prakashjha27 @ItsVineetSingh @tushar1307 @anuragkashyap72 @RelianceEnt @realshooterdadi @shooterdadi @nidhiparmar pic.twitter.com/wC5NYpQwRq— bhumi pednekar (@bhumipednekar) April 16, 2019
ଯାହାର ପ୍ରଥମ ଲୁକ୍ ସାମ୍ନାକୁ ଆସିଛି। ଏହା ପୂର୍ବରୁ ଫିଲ୍ମର ଅନେକ ପୋଷ୍ଟର ସାମ୍ନାକୁ ଆସିଥିଲେ ବି ଭୂମି ଓ ତାପସିଙ୍କ ଲୁକ୍ ପ୍ରଥମଥର ସାମ୍ନାକୁ ଆସିଛି। ପୋଷ୍ଟରରେ ଦୁହିଁଙ୍କୁ ୬୦ ବର୍ଷର ବୁଢ଼ି ଚରିତ୍ରରେ ଦେଖିବାକୁ ମିଳିଛି। ପୋଷ୍ଟରରେ ଉଭୟ ତାପସୀ ଓ ଭୂମି ଘାଗରା ଓ କୁର୍ତ୍ତା ପିନ୍ଧିଥିବା ଦେଖିବାକୁ ମିଳିଛି।
ତାପସୀ ଏହି ପୋଷ୍ଟର ଶେଆର କରି ଲେଖିଛନ୍ତି, ଏଥର ଦିପାବଳୀରେ ବାଣ ନୁହେଁ ଗୁଳି ଫୁଟିବ।
ଭୂମି ମଧ୍ୟ ଏହି ଫୋଟୋ ଶେଆର କରି ଲେଖିଛନ୍ତି, ଏହି ଚରିତ୍ର ଏବେ ପର୍ଯ୍ୟନ୍ତର ସବୁଠୁ କଷ୍ଟଦାୟକ ଓ ପ୍ରେରଣା ଦାୟକ ଚରିତ୍ର ମଧ୍ୟରେ ଗୋଟିଏ।
ଫିଲ୍ମଟି ଦିପାବଳୀରେ ରିଲିଜ୍ ହେବ।
from Odisha Reporter http://bit.ly/2KKXsXi

No comments:
Post a Comment