କଦଳିପତ୍ର ଚିକେନର ମଜା ଆଜି ହିଁ ନିଅନ୍ତୁ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 12, 2019

 କଦଳିପତ୍ର ଚିକେନର ମଜା ଆଜି ହିଁ ନିଅନ୍ତୁ…

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)- ନନ୍‌ଭେଜ ଆଇଟମ୍‌ ଭିତରେ ସାଧାରଣତଃ ଚିକେନ୍‌କୁ ସମସ୍ତେ ପସନ୍ଦ କରନ୍ତି। ତେଣୁ ଚିକେନର ବିଭିନ୍ନ ପ୍ରକାର ଡିସ୍‌ ପ୍ରସ୍ତୁତ କରାଯାଏ। ହେଲେ ଆପଣ କେବେ କଦଳିପତ୍ର ଚିକେନ ଖାଇଛନ୍ତି କି? ଯଦି ନା, ତେବେ ଆସନ୍ତୁ ଆଜି ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ। ଏହା ଖୁବ୍‌ କମ୍‌ ସମୟରେ ଓ ସହଜରେ ହୋଇଥାଏ।

ଆବଶ୍ୟକ ସାମଗ୍ରୀ  :  ଚିକେନ, ହଳଦି, ଲୁଣ, ଗରମ ମସଲା, କଞ୍ଚା ଲଙ୍କା, ଅଦାରସୁଣ ବଟା,  ମରିଚ ଗୁଣ୍ଡ, ଜିରା ଧନିଆ ବଟା,  ତେଲ, କଦଳି ପତ୍ର, ସୁତା, ପାଣି।

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଚିକେନରେ ଭଲ ଭାବେ ଧୋଇ ଦିଅନ୍ତୁ।  ଏହାପରେ ସେଥିରେ  ବଟା ମସଲା, ହଳଦି, ଲୁଣ, ଗରମ ମସଲା, ଲଙ୍କା ଗୁଣ୍ଡ, କଞ୍ଚା ଲଙ୍କା , ଗୋଟିଏ ଚାମଚ ତେଲ ଦେଇ ଗୋଳାଇ ଦିଅନ୍ତୁ।   କିଛି ସମୟ ତାହାକୁ ଛାଡି ଦିଅନ୍ତୁ। ଏହାପରେ କଦଳି ପତ୍ରରେ ତେଲ ମାରି ତା ଉପରେ  ଚିକେନ ରଖନ୍ତୁ।  ଉକ୍ତ କଦଳି ପତ୍ରକୁ ଭଲ ଭାବେ ଫୋଲଡ୍‌ କରି ସୁତାରେ ବାନ୍ଧି ଦିଅନ୍ତୁ।

ଏହାପରେ ଗ୍ୟାସ୍‌ରେ ତାୱା ବସାନ୍ତୁ । ତାୱ ଗରମ ହେବା ପରେ ସେଥିରେ ଅଳ୍ପ ତେଲ ଦିଅନ୍ତୁ। ଏହାପରେ କଦଳି ପତ୍ରକୁ ତେଲ ଉପରେ ରଖି ଦିଅନ୍ତୁ। ପ୍ରାୟ ୧୦ ମିନିଟ୍‌ ପରେ ତାହାକୁ ଓଲଟାଇ ଦିଅନ୍ତୁ। କିଛି ସମୟ ପରେ ପୁଣି ଓଲଟପାଲଟ କରି ଦିଅନ୍ତୁ। ଏହାପରେ କଦଳି ପତ୍ରକୁ ନିଆଁରୁ ବାହାର କରି ଦିଅନ୍ତୁ । ଏଥର ଗରମାଗରମ ପରସନ୍ତୁ କଦଳିପତ୍ର ଚିକେନ। ଏହାର ନିଆରା ସ୍ୱାଦ ଆପଣଙ୍କୁ ନିହାତି ପସନ୍ଦ ଆସିବ ।



from Odisha Reporter http://bit.ly/2UL57Zv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages