ସିଗାରେଟ୍‌ ଟାଣି ଭୋଟ୍‌ ମାଗିଲେ ନବୀନ, ଦେଖିଲା ଓଡ଼ିଶା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 21, 2019

ସିଗାରେଟ୍‌ ଟାଣି ଭୋଟ୍‌ ମାଗିଲେ ନବୀନ, ଦେଖିଲା ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଗାରେଟ୍‌ ପିଅନ୍ତି। ତାହା ପୁଣି ଦାମିକିଆ ଡନ୍‌ହିଲ୍‌ ବ୍ରାଣ୍ଡର। କଥାଟି ପ୍ରଥମ ଥର ପାଇଁ ଶୁଣିବାକୁ ମିଳିଥିଲା ‘ନବୀନ ପଟ୍ଟନାୟକ’ ପୁସ୍ତକ ଉନ୍ମୋଚନ ସମୟରେ। ସାମ୍ବାଦିକ ରୁବେନ୍‌ ବାନାର୍ଜିଙ୍କ ଲିଖିତ ଏହି ପୁସ୍ତକରେ ନବୀନଙ୍କ ଜୀବନର ଏମିତି ସବୁ ଗୁରୁତ୍ୱପୂର୍ଣ୍ଣ କଥା ରହିଥିଲା ଯାହା ଓଡ଼ିଆ ଲୋକଙ୍କ ପାଇଁ ଥିଲା ସମ୍ପୂର୍ଣ୍ଣ ନୂଆ। ନବୀନ ଏମିତି କରନ୍ତି, ନବୀନ ସେମିତି କରନ୍ତି ବୋଲି ଚର୍ଚ୍ଚା ହେଉଥିବା ଓଡିଶାକୁ ଏଥର କିନ୍ତୁ ପ୍ରମାଣ ମିଳିଯାଇଛି। ନବୀନ ଯେ ସତରେ ଫେମସ୍‌ ଗ୍ରାଉଜ୍‌ ହ୍ୱିସ୍କି ଆଉ ଡନ୍‌ହିଲ୍‌ ସିଗାରେଟ୍‌ ପିଅନ୍ତି ତାହା ଧୀରେ ଧୀରେ ସତ ପ୍ରମାଣିତ ହେଉଛି।

ନିର୍ବାଚନ ସମୟରେ ଏ କଥାଟି କହିବାର ପ୍ରାସଙ୍ଗିକତା କ’ଣ ବୋଲି ଆପଣ ଭାବୁଥିବେ। ବାସ୍ତବରେ ନବୀନ ମାର୍କା ଏହି ବ୍ରାଣ୍ଡେଡ୍‌ ସିଗାରେଟ୍‌ ମୁଖ୍ୟମନ୍ତ୍ରୀ ସେବନ କରୁଥିବାର ଦୃଶ୍ୟ ଏବେ ସାର୍ବଜନୀନ ହୋଇଛି। ଦାମିକିଆ ଏସି ଗାଡ଼ିରେ ବସି ମୁଖ୍ୟମନ୍ତ୍ରୀ ମହୋଦୟ ଅଧରରେ ଏହାକୁ ଜାକି ଧୂମପାନ କରୁଥିବା ଦୃଶ୍ୟକୁ ଦେଖିଛନ୍ତି ଓଡ଼ିଶାବାସୀ।

ଏଥର ଆଉ ନବୀନଙ୍କ ସିଗାରେଟ୍‌କୁ ନେଇ ସେମିତି ଚର୍ଚ୍ଚା ହେବନି ବୋଲି ଆଶା। କାରଣ ଯେଉଁମାନେ ନବୀନଙ୍କ ଏହି ବଦଭ୍ୟାସ କଥା ଖାଲି ପବନ କରି କହୁଥିଲେ ସେମାନେ ଏଣିକି ଏହାକୁ ସତ ବୋଲି ପ୍ରମାଣ ପାଇଲେ ଆଉ ଯେଉଁମାନେ ଜାଣି ନ ଥିଲେ ତାଙ୍କୁ ଏହି ଭାଇରାଲ ଭିଡିଓ ସବୁ ଦେଖାଇଦେଲା।

ଅବଶ୍ୟ କାହା ବ୍ୟକ୍ତିଗତ ଜୀବନଶୈଳିକୁ ଟିପ୍ପଣୀ କରିବାର ଅଧିକାର କାହାର ନାହିଁ। କିନ୍ତୁ ସାମାଜିକ ଦୃଷ୍ଟିକୋଣରୁ ମୁଖ୍ୟମନ୍ତ୍ରୀ ଜନତାଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନରେ ରହିଥିବାରୁ ତାଙ୍କ ସିଗାରେଟ୍‌ ସେବନର ଦୃଶ୍ୟ ସାର୍ବଜନୀନ ହୋଇ ନ ଥିଲେ ଭଲ। କାରଣ ଏ କଥା ସମସ୍ତେ ଜାଣନ୍ତି, ସିଗାରେଟ୍‌ ବିକ୍ରି ହେଉଥିବା ଦୋକାନରେ ମଧ୍ୟ ଲେଖାହୁଏ, “ଧୂମପାନ ସ୍ୱାସ୍ଥ୍ୟପ୍ରତି ହାନିକାରକ”, ଏଣୁ ବିଜେଡି ରାଜନୀତି ପାଇଁ ଏହା ହାନୀକାରକ ନ ହେବ କିଏ କହିବ ।

ଏବେ ଚର୍ଚ୍ଚାରେ ‘ଫେମସ୍‌ ଗ୍ରାଉଜ୍‌ ହ୍ୱିସ୍କି’ ଆଉ ‘ଡନହିଲ୍‌ ସିଗାରେଟ, କାହିଁକି ଜାଣନ୍ତୁ



from Odisha Reporter http://bit.ly/2ILAAUS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages