
ଦୁବାଇ: ପ୍ରସ୍ତାବିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍କୁ ଅଧିକ ଆକର୍ଷିତ କରିବାକୁ ଆଇସିସି ଏକାଧିକ ପରିବର୍ତ୍ତନ କରିବା ନେଇ ଆଜି ଟ୍ୱିଟ୍ ଯୋଗେ ସୂଚନା ଦେଇଛି। ଏଣିକି ପାରମ୍ପରିକ ଟସ୍ ପରିବର୍ତ୍ତେ ଟ୍ୱିଟରରେ ଯେଉଁ ଦଳ ସପକ୍ଷରେ ଅଧିକ ବ୍ୟାଟିଂ କିମ୍ବା ବୋଲିଂ ପାଇଁ ମତ ରହିବ, ସେହି ଅନୁସାରେ ନିଷ୍ପତ୍ତି ନିଆଯିବ।ଏଥିପାଇଁ ଏକ ପୋଲ ବ୍ୟବସ୍ଥା ହେବ ଏବଂ ଏଥିରେ ଭାଗ ନେଇ ସାଧାରଣ ଲୋକ ମତ ଦେଇପାରିବେ।
ସେହିପରି ଖେଳାଳିଙ୍କ ଜର୍ସି ପଛରେ ନମ୍ବର ଏବଂ ଏହା ଉପରେ ସେମାନଙ୍କ ଇନଷ୍ଟାଗ୍ରାମ ଆଇଡି ରହିବ। ପୁନଶ୍ଚ ଗରମରୁ ଖେଳାଳିମାନଙ୍କୁ ରକ୍ଷା କରିବା ପାଇଁ ଆଇସିସି ନୂଆ ବ୍ୟବସ୍ଥା କରିବାର ସଙ୍କେତ ଦେଇଛି। ଯଦି ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିବ, ତା’ହେଲେ ଖେଳାଳିମାନେ ଚାହିଁଲେ ହ୍ୟାଫ୍ ପ୍ୟାଣ୍ଟ ପିନ୍ଧି ପାରିବେ। ଡବଲ୍ ଆଉଟ୍ର ମଧ୍ୟ ବ୍ୟବସ୍ଥା ରହିବ। ଯଦି ଜଣେ ଖେଳାଳି କ୍ୟାଚ୍ ଧରି ପୁଣିଥରେ ୱିକେଟ୍ରେ ଏହାକୁ ଲଗାଇ ଦିଏ ଏବଂ ବ୍ୟାଟସ୍ମ୍ୟାନ୍ କ୍ରିଜ୍ରେ ନଥିବେ, ତା’ହେଲେ ଦୁଇଟି ୱିକେଟ୍ ଏକାସାଙ୍ଗରେ ପ୍ରତିପକ୍ଷ ଦଳକୁ ମିଳିବ।
ସେହିପରି ସନ୍ଧ୍ୟା ସେସନ୍ସରେ ଡବଲ୍ ରନ୍ର ବ୍ୟବସ୍ଥା କରାଯିବ। ଅର୍ଥାତ ବ୍ୟାଟସ୍ମ୍ୟାନ୍ ଚୌକା ମାରିଲେ ଏହା ୮ ରନ୍ ଓ ଛକା ମାରିଲେ ୧୨ ରନ୍ ଗଣାଯିବ ବୋଲି ଆଇସିସି ଟ୍ୱିଟ୍ କରିଛି।
ତେବେ ଏସବୁ ବ୍ୟବସ୍ଥା ସତରେ ଲାଗୁ ହେବ ନା କେବଳ ଏପ୍ରିଲ ଫୁଲ କରିବାକୁ ଆଇସିସି ଏମିତି ବ୍ୟବସ୍ଥା କରିଛି, ତାହା ଜଣାପଡ଼ିନାହିଁ। ଏଥିସହ ଆଇସିସି ଏଭଳି ବ୍ୟବସ୍ଥା କରାଯିବା ଦରକାର କି ନାହିଁ, ସେ ସମ୍ପର୍କରେ ଲୋକଙ୍କୁ ମଧ୍ୟ ମତାମତ ମାଗିଛି।
from Odisha Reporter https://ift.tt/2FNXQ2K
No comments:
Post a Comment