
ଭୁବନେଶ୍ୱର: ଏବେ ଅସହ୍ୟ ଖରା ଆରମ୍ଭ ହୋଇଯାଇଥିବା ବେଳେ ତାତି ଆମକୁ ଅତିଷ୍ଠ କରି ପକାଉଛି। ଏହି ସମୟରେ ଛୋଟ ଛୁଆମାନେ ଗରମ ଅନୁଭୂତ କରୁଥିବା ବେଳେ ଏହାକୁ କିନ୍ତୁ ସେମାନେ ବ୍ୟକ୍ତ କରିପାରନ୍ତି ନାହିଁ। ଫଳରେ ଚିଡ଼ିଚିଡ଼ା ହୋଇ ଅଧିକ ସମୟ କାନ୍ଦିଥାନ୍ତି। ତେଣୁ ଖରା ଦିନେ କିପରି ଛୋଟ ଛୁଆଙ୍କ ଯତ୍ନ ନେବେ ଜାଣନ୍ତୁ।
ଛୋଟ ଛୁଆ ବହୁତ କୋମଳ ଅଟନ୍ତି। ଏଥିପାଇଁ ତାଙ୍କ ଖାସ୍ ଧ୍ୟାନ ରଖନ୍ତୁ। ଅତ୍ୟଧିକ ଗରମ ହେଲେ ତାଙ୍କ ତ୍ୱଚା ରୁକ୍ଷ ହୋଇଯାଏ। ଏହାବ୍ୟତୀତ ଛୁଆ ଡିହାଇଡ୍ରେସନ ଓ ଡାଇରିଆରେ ପଡି ପାରନ୍ତି। ତେଣୁ ଛୋଟପିଲାଙ୍କୁ ଯଥାସମ୍ଭବ ଖରାରେ ବାହାରକୁ ବାହାର କରନ୍ତୁ ନାହିଁ। ଏହାବ୍ୟତୀତ ଆଉ କିଛି ଟିପ୍ସ ଆପଣାଇଲେ ଆପଣଙ୍କ ପିଲା ଖରା ଦିନେ ହେଉଥିବା ବେମାରରୁ ମୁକ୍ତି ପାଇପାରିବ।

ଖରା ଦିନେ ପିଲାକୁ ସୁତା ବସ୍ତ୍ର ପିନ୍ଧାଇବା ସହ କଟନ ବେଡସିଟ୍ ଉପରେ ଶୁଆଇବାକୁ ଚେଷ୍ଟା କରନ୍ତୁ। ଏହାବ୍ୟତୀତ ଛୋଟ ଛୁଆଙ୍କୁ ସବୁବେଳେ ଡାଇପର ପିନ୍ଧାନ୍ତୁ ନାହିଁ। କିଛି ସମୟ ସେମାନଙ୍କୁ ଖୋଲା ଛାଡନ୍ତୁ। ଏହାଦ୍ୱାରା ସେମାନଙ୍କ ଶରୀରରେ ପବନ ବାଜି ସେମାନଙ୍କୁ ଫ୍ରେଶ୍ ଲାଗିବ।
ଖରା ଦିନେ ଛୋଟ ଛୁଆଙ୍କ ମେନୁ ଚାର୍ଟରେ ସାମାନ୍ୟ ପରିବର୍ତ୍ତନ ଆଣନ୍ତୁ। ପିଲାଙ୍କୁ ଏପରି ଖାଦ୍ୟ ଦିଅନ୍ତୁ ଯେଉଁଥିରେ ତାଙ୍କ ପେଟ ପୁରିବା ସହ ଜଳୀୟ ଅଂଶ ବି ପ୍ରଚୁର ମାତ୍ରାରେ ଥିବ। ଏହାଦ୍ୱାରା ପିଲାଙ୍କ ପେଟ ପୁରିବା ସହ ଖରା ଯୋଗୁ ଶରୀରରୁ ଜଳୀୟ ଅଂଶ ମଧ୍ୟ କମିବ ନାହିଁ। ଏହାଦ୍ୱାରା ସେମାନଙ୍କୁ ଡିହାଇଡ୍ରେସନ ହେବ ନାହିଁ କି ପେଟ ସମସ୍ୟା ଦେଖା ଯିବ ନାହିଁ।
ସବୁବେଳେ ବାହାରେ ମିଳୁଥିବା ନାପକିନ୍ ବ୍ୟବହାର କରିବା ଦ୍ୱାରା ପିଲାଙ୍କ କୋମଳ ତ୍ୱଚା କୁଣ୍ଡାଇ ହୋଇ ଲାଲ ପଡିଯିବା ସହ ତାହା ଖଣ୍ଡିଆ ହୋଇଯାଏ। ତେଣୁ ଯଥାସମ୍ଭବ ଚେଷ୍ଟା କରନ୍ତୁ ଘରେ କଟନ ନାପକିନ୍ ବ୍ୟବହାର କରିବାକୁ । ଏହାଦ୍ୱାରା ସେମାନଙ୍କୁ ଆରାମ ମିଳିଥାଏ।
ପାଣି ଛୋଟଠୁ ବଡ ପର୍ଯ୍ୟନ୍ତ ସମସ୍ତଙ୍କ ଲାଗି ଜରୁରୀ। ଏଥିପାଇଁ ଖରା ଦିନେ ନିଜ ପିଲାଙ୍କ ପାଣି ପିଇବାର ମାତ୍ରା ବଢାଇ ଦିଅନ୍ତୁ। ପାଣି ପିଇବା ଦ୍ୱାରା ଛୋଟ ଛୁଆଙ୍କ ପେଟ ସମସ୍ୟା ସମେତ ବିଭିନ୍ନ ସମସ୍ୟା ଦୂରେଇ ଯିବ।
from Odisha Reporter http://bit.ly/2KfQARo
No comments:
Post a Comment