
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ବିବାଦୀୟ ହୋଇପଡ଼ିଥିବା ‘ନମୋ ଟିଭି’ ହିନ୍ଦୀ ନ୍ୟୁଜ ଚ୍ୟାନେଲ ବୋଲି ସେଟ ଟପ ବକ୍ସ ସର୍ଭିସ ସେବା ଯୋଗାଉଥିବା ଟାଟା ସ୍କାଏ ଟ୍ବିଟ୍ କରି କହିଛି। ଗତକାଲି ଏହା ବିଜ୍ଞାପନ ଚ୍ୟାନେଲ ବୋଲି କହିଥିଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ।
Hi, help is here. Can you please be more specific on your query to assist better? ^Sameer
— Tata Sky (@TataSky) 28 March 2019
ମାର୍ଚ୍ଚ ୩୧ରେ ଶୁଭାରମ୍ଭ ହୋଇଛି ଏହି ‘ନମୋ ଟିଭି’ ଚ୍ୟାନେଲ। ‘ନମୋ ଟିଭି’ର ଲୋଗୋରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ରହିଛି। ଏହି ଚ୍ୟାନେଲରେ ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କ ରାଲି ଇତ୍ୟାଦିର ବର୍ତ୍ତମାନ ଯାଏ ପ୍ରସାରଣ ହୋଇଛି।
ଲୋକସଭା ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଥିବାବେଳେ ମାର୍ଚ୍ଚ ୩୧ରେ ଶୁଭାରମ୍ଭ ହୋଇଥିବା ‘ନମୋ ଟିଭି’ ଚ୍ୟାନେଲ ବାବଦରେ ସୂଚନା ପ୍ରସାରଣ ମନ୍ତ୍ରଣାଳୟକୁ ରିପୋର୍ଟ ମାଗିଥିଲେ ନିର୍ବାଚନ କମିଶନ।
ଗତକାଲି ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ ପଚାରିଥିଲେ। ସଂପୃକ୍ତ ବିଭାଗୀୟ ଅଧିକାରୀ ଏ ବାବଦରେ ପ୍ରତିକ୍ରିୟା ଦେବା ଉଚିତ ବୋଲି ସେ କହିଥିଲ
from Odisha Reporter https://ift.tt/2ONuDri
No comments:
Post a Comment