ଦୁନିଆରେ ଅଛି ଏପରି ୭ଟି ଦେଶ, ଯେଉଁଠାରେ ଦେବାକୁ ପଡୁନି ଇନକମ୍‌ ଟ୍ୟାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 6, 2019

  ଦୁନିଆରେ ଅଛି ଏପରି ୭ଟି ଦେଶ, ଯେଉଁଠାରେ ଦେବାକୁ ପଡୁନି ଇନକମ୍‌ ଟ୍ୟାସ

ନୂଆଦିଲ୍ଲୀ: ଭାରତ ପରି ଗଣତାନ୍ତ୍ରିକ ରାଷ୍ଟ୍ରରେ ରୋଜଗାରକ୍ଷମ ପ୍ରତି ବ୍ୟକ୍ତିଙ୍କୁ ଇନକମ୍‌ ଟ୍ୟାକ୍ସ ଦେବାକୁ ପଡ଼ିଥାଏ। ବ୍ୟକ୍ତିଜଣକ ଚାକିରୀ କରନ୍ତୁ ବା ବେପାର ରୋଜଗାରର କିଛି ପ୍ରତିଶତ ଆୟକର ବିଭାଗକୁ ଦେବା  ସୁନିଶ୍ଚିତ ବୋଲି ଏହି ଦେଶରେ ସମସ୍ତେ ଜାଣିଛନ୍ତି।  ଯେଉଁମାନେ ଆୟକର ଫାଙ୍କିବା ପରି ଅପରାଧ କରିଥାନ୍ତି ସେମାନଙ୍କୁ ଆଇନ ବ୍ୟବସ୍ଥା ଅନୁଯାୟୀ ଦଣ୍ଡିତ ମଧ୍ୟ କରାଯାଇଥାଏ।

କିନ୍ତୁ ଦୁନିଆରେ ଏପରି ବି ବହୁ ଦେଶ ଅଛି, ଯେଉଁଠିକାର ନାଗରିକଙ୍କୁ ନିଜ ଆୟ ଉପରେ କୌଣସି ଶୁଳ୍କ ଦେବାକୁ ପଡ଼ିନଥାଏ। ଏଠାକାର ଲୋକଙ୍କ ରୋଜଗାର ଯାହା ବି ହେଉ, ସେମାନେ ସରକାରଙ୍କୁ ଗୋଟିଏ ବି ଟଙ୍କା ଦେଇନ ଥାନ୍ତି । ମୁଖ୍ୟତଃ ତେଲ ଉତ୍ପାଦନକାରୀ ରାଷ୍ଟ୍ରର ନାଗରିକ ଧନୀକ ଶ୍ରେଣୀର ହୋଇଥାନ୍ତି। ହେଲେ ବହୁ  ତେଲ ଉତ୍ପାଦନକାରୀ ରାଷ୍ଟ୍ର ପକ୍ଷରୁ ଏହାର ନାଗରିକଙ୍କଠାରୁ କୌଣସି ପ୍ରକାର ଆୟକର ଆଦାୟ ହୋଇନଥାଏ। ଆସନ୍ତୁ ଜାଣିବା ଏପରି ୭ଟି ଦେଶ ବିଷୟରେ।

ବହାମାସ

ଉତ୍ତର ଆମେରିକା ମହାଦ୍ୱୀପର କେରିବିୟନ କ୍ଷେତ୍ରରେ ଅବସ୍ଥିତ ଥିବା ବହାମାସ ଦେଶର ନାଗରିକଙ୍କଠାରୁ କିଛି ବି ଇନକମ୍‌ ଟାକ୍ସ ଆଦାୟ ହୁଏ ନାହିଁ।  ଲୋକ ନିଜ ଶ୍ରମ ଅନୁଯାୟୀ, ଯାହା ବି ରୋଜଗାର କରନ୍ତି ସେଥିରେ ସରକାର କୌଣସି ପ୍ରକାର ଭାଗ ବସାଇ ନ ଥାନ୍ତି । କେବଳ ବିଭିନ୍ନ ସେକ୍ଟରରେ କାମ କରୁଥିବା ଲୋକ ଓ ସ୍ୱରାଜଗାରକ୍ଷମ ହୋଇଥିବା ବ୍ୟକ୍ତି ରାଷ୍ଟ୍ରୀୟ ବୀମା କରିବା ବାଧ୍ୟତାମୂଳକ।  ବାହାର ଦେଶରୁ ଆସି ଏଠାରେ ବସତି ସ୍ଥାପନ କରୁଥିବା ଲୋକଙ୍କୁ ମଧ୍ୟ ଏହି ବୀମା କରିବାକୁ ପଡ଼ିଥାଏ।

ଓମାନ

ତେଲ ଉତ୍ପାଦନକାରୀ ରାଷ୍ଟ୍ର ଓମାନର ପ୍ରାୟତଃ ସମସ୍ତେ ଧନୀକ ଶ୍ରେଣୀର। ହେଲେ ଏହି ଦେଶର ନାଗିରକଙ୍କଠାରୁ ମଧ୍ୟ କୌଣସି ଟ୍ୟାକ୍ସ ଆଦାୟ କରାଯାଏ ନାହିଁ। କିନ୍ତୁ ଏଠାକାର ନାଗରିକଙ୍କୁ କର୍ପୋରେଟ ଟ୍ୟାକ୍ସ ୧୨ରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ଦେବାକୁ ପଡ଼ିଥାଏ।

ସାଉଦି ଆରବ

ସେହିପରି ଆଉ ଏକ ମୁସଲିମ୍‌ ତେଲ ଉତ୍ପାଦନକାରୀ ରାଷ୍ଟ୍ର ସାଉଦି ଆରବରେ ମଧ୍ୟ ଲୋକଙ୍କ ଦରମା ଉପରେ କୌଣସି ଟ୍ୟାକ୍ସ ଲାଗି ନଥାଏ। କିନ୍ତୁ ବାହାର ଦେଶରୁ ଏଠାକୁ ଆସି ବ୍ୟବସାୟ କରୁଥିବା ପ୍ରବାସୀ ନାଗରିକଙ୍କୁ ୨୦ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିଥାଏ।  ଏହାବ୍ୟତୀତ ଏଠାକାର ନାଗରିକ ତଥା ଅନ୍ୟମାନଙ୍କୁ ଅନ୍ୟ କୌଣସି ପ୍ରକାର ଦେୟ ଦେବାକୁ ପଡ଼ି ନ ଥାଏ।

ବରମୁଡ଼ା

ଉତ୍ତର ଆଣ୍ଟଲାଟିକ୍‌ ମହାସାଗରରେ ସ୍ଥିତ ବ୍ରିଟେନର ପ୍ରବାସୀ କ୍ଷେତ୍ର ବରମୁଡ଼ାରେ ମଧ୍ୟ ଲୋକଙ୍କୁ କୌଣସି ପ୍ରକାର ଆୟକର ଦେବାକୁ ପଡ଼ି ନ ଥାଏ।  କିନ୍ତୁ ଏଠାରେ ସମସ୍ତଙ୍କ ବେତନର କିଛି ପ୍ରତିଶତ ପେ-ରୋଲ ହିସାବରେ କଟାଯାଏ। ଏହା ବାଧ୍ୟତାମୂଳକ ଅଟେ।

କତାର

କତାରରେ ତେଲର ଅମାପ ଭଣ୍ଡାର ରହିଛି। ଫଳରେ ଏହା ଧନୀଙ୍କ ଦେଶ ବୋଲି ବିବେଚନା କରାଯାଏ। ଏଠାରେ ପ୍ରାୟତଃ ସମସ୍ତେ ଧନିକ ଶ୍ରେଣୀର। ହେଲେ ଏଠାରେ ଲୋକଙ୍କ ରୋଜଗାରରୁ କିଛି ବି ଅଂଶ ଆୟକର ହିସାବରେ ସରକାର ନେଇନଥାନ୍ତି।  କୌଣସି ସରକାରୀ କର୍ମଚାରୀ, ବ୍ୟବସାୟିଙ୍କ ଦରମା ଉପରେ କୌଣସି ପ୍ରକାର ଆୟ ଲାଗୁନଥିବା ବେଳେ ପୁଞ୍ଜିଗତ ଲାଭ, ଧନ କିମ୍ୱା ସମ୍ପତ୍ତିର ହସ୍ତାନ୍ତରଣ ନିମନ୍ତେ ମଧ୍ୟ କୌଣସି ଟ୍ୟାକ୍ସ ଦେବାକୁ ପଡୁନଥିବା ଜଣାଯାଇଛି ।

ବ୍ରୁନଇ

ଇଣ୍ଡୋନେସିଆ ପାଖରେ ଅବସ୍ଥିତ ବ୍ରୁନଇବାସୀଙ୍କୁ ବି କୌଣସି ପ୍ରକାର ଆୟକର ଦେବାକୁ ପଡ଼ିନଥାଏ। ଏଠାରେ କେବଳ କର୍ମଚାରୀ ଟ୍ରଷ୍ଟ ଫଣ୍ଡ ଓ ଅନୁପୂରକ ଅଂଶଦାୟୀ ଯୋଜନା ପ୍ରଚଳିତ ଅଛି। ଯେଉଁଠାରେ ଲୋକଙ୍କୁ ବାଧ୍ୟତାମୂଳକ ଭାବେ କିଛି ଟଙ୍କା ଜମା କରିବାକୁ ପଡ଼ିଥାଏ।

କୁଏତ

କୁବେତ ନାମକ ଦେଶରେ ମଧ୍ୟ  ନାଗରିକଙ୍କୁ ଟ୍ୟାକ୍ସ ଦେବା ଟେନସନରୁ ମୁକ୍ତି ମିଳିଯାଇଛି। କିନ୍ତୁ ଏଠାକାର ନାଗରିକଙ୍କୁ ସାମାଜିକ ବୀମାରେ ଯୋଗଦାନ କରିବା ବାଧ୍ୟତାମୂଳକ ଅଟେ।



from Odisha Reporter http://bit.ly/2I0Zosz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages