କର୍ପୂର ଜାଳି ଆଳତି କଲେ ମିଳିଥାଏ ବହୁ ଉପକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 20, 2019

କର୍ପୂର ଜାଳି ଆଳତି କଲେ ମିଳିଥାଏ ବହୁ ଉପକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘରେ ହେଉ ବା ମନ୍ଦିରରେ ଆମେ କର୍ପୂର ଜଳାଇ ଆଳତି କରିଥାଉ। ଆଳତି କରିବା ସହିତ ଏହାକୁ ଔଷଧ ରୂପରେ ମଧ୍ୟ ବ୍ୟବହାର କରାଯାଇଥାଏ। ଏହା ଛଡ଼ା କର୍ପୂରର ଆଉ ଏକ ଉପକାରିତା ମଧ୍ୟ ଅଛି। ବାସ୍ତୁ ଶାସ୍ତ୍ର ଅନୁସାରେ କର୍ପୂର ଜଲାଇ ଆଳତି କରିବା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ଦୂର ହେବା ସହ ସକରାତ୍ମକ ପ୍ରଭାବ ପକାଇଥାଏ।

ତେବେ ଆପଣ କେବେ ଭାବିଛନ୍ତି କି, ଆମେ କର୍ପୂର ଜଳାଇ ଆଳତି କରିଥାଉ। ଏହା ପଛରେ ମଧ୍ୟ ଅନେକ କାରଣ ରହିଛି। ତେବେ ଆସନ୍ତୁ ଜାଣିବା କର୍ପୂର ଜଳାଇ ଆଳତି କରିବା ଦ୍ୱାରା ଆପଣ ଘର ଉପରେ କିପରି ସକରାତ୍ମକ ପ୍ରଭାବ ପଡ଼ିଥାଏ ଆଉ କ’ଣ ସବୁ ଫାଇଦା ହୋଇଥାଏ।

୧, କର୍ପୂର ଜଳାଇ ଆଳତି କରିବା ଦ୍ୱାରା ଘରେ ସୁଖ ଶାନ୍ତିର ବାତାବରଣ ରହିଥାଏ।

୨,ଏହା ଘରକୁ ନକରାତ୍ମକ ଶକ୍ତିରୁ ଦୂରରେ ରଖିବା ସହ ଆପଣଙ୍କ ଅଳସ୍ୟ ଦୂର କରିଥାଏ।

୩, ସବୁବେଳେ ସକାଳେ ଏବଂ ସନ୍ଧ୍ୟାରେ କର୍ପୂରରେ ଆଳତି କରିବା ଭଲ ହୋଇଥାଏ। ଏହା ଘରର ସଦସ୍ୟଙ୍କ ମନ ନିର୍ମଳ କରିଥାଏ।

୪, କର୍ପୁରରୁ ବାହାରୁଥିବା ବାସ୍ନା ମନକୁ ଶାନ୍ତ କରିଥାଏ।

୫, କର୍ପୂରରେ ଆଳତି କରିବା ଦ୍ୱାରା ବ୍ୟକ୍ତି ଖରାପ ବାଟକୁ ନ ଯାଇ ଧାର୍ମିକ ପଥରେ ଚାଲିବାକୁ ପ୍ରୋତ୍ସାହନ ମିଳିଥାଏ।

୬, ଯଦି ଆପଣ କୌଣସି ରୋଗରେ ଆକ୍ରାନ୍ତ ଅଛନ୍ତି ତାହାଲେ କର୍ପୂର ତେଲକୁ କିଛି ବୁନ୍ଦା ନେଇ ପାଣିରେ ପକାଇ ସ୍ନାନ କରନ୍ତୁ। ଏହା ଆପଣଙ୍କ ଶରୀରର ରୋଗ ଭଲ କରିଥାଏ।

୭, କର୍ପୂରରେ ଆଳତି କରିବା ଦ୍ୱାରା ପିତୃଦୋଷ ମଧ୍ୟ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି।

୮, ପୂଜା ସରିବା ପରେ କର୍ପୂରରେ ଅଳତି କରିବା ଦ୍ୱାରା କାର୍ଯ୍ୟରେ ସନ୍ତୁଷ୍ଟି ଆସିଥାଏ। ଏହା ଆମ ମନକୁ ଶାନ୍ତ କରିଥାଏ। ଏବଂ ପୂଜା ସଫଳ ହୋଇଛି ବୋଲି ଆମେ ଅନୁଭବ କରିଥାଉ।

୯, କର୍ପୂର ଆଳତି କରି ଘରର ସବୁସ୍ଥାନରେ ବୁଲାଇବା ପାଇଁ ମଧ୍ୟ କୁହାଯାଇଥାଏ। ଘରର ଦାରିଦ୍ର୍ୟ ନ ରହିବା ପାଇଁ ଏହା କରାଯାଏ।

୧୦,ତେବେ ଆପଣ ସକାଳ ଏବଂ ସଂନ୍ଧ୍ୟାରେ କର୍ପୂରରେ ଅଳତି କରିବା ଦ୍ୱାରା ଘରର ସବୁ ବାସ୍ତୁ ଦୋଷ ଦୂର ହୋଇଥାଏ ବୋଲି ମଧ୍ୟ ବିଶ୍ୱାସ ରହିଛି।

 

 

 



from Odisha Reporter http://bit.ly/2DB0ozR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages