
ନୂଆଦିଲ୍ଲୀ: ଭାରତୀୟ ଟେବୁଲ୍ ଟେନିସ୍ ଖେଳାଳି ଜି. ସାଥିୟାନ୍ ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ ଟେବୁଲ ଟେନିସ୍ ଫେଡେରେସନ୍ ରାଙ୍କିଙ୍ଗରେ ଚାରୋଟି ସ୍ଥାନ ଉପରକୁ କ୍ୟାରିୟରର ଶ୍ରେଷ୍ଠ ୨୪ତମ ସ୍ଥାନରେ ପହଞ୍ଚିଛନ୍ତି। ସେ ପ୍ରଥମ ଭାରତୀୟ ଭାବେ ରାଙ୍କିଙ୍ଗର ଟପ୍-୨୫ରେ ପ୍ରବେଶ କରିଛନ୍ତି।
ଏହି ୨୬ ବର୍ଷୀୟ ତାରକା ଚଳିତ ମାସରେ ୟୋକୋହାମାରେ ଆୟୋଜିତ ଏସିଆନ୍ କପରେ ଷଷ୍ଠ ସ୍ଥାନରେ ରହି ଆଗାମୀ ଅକ୍ଟୋବର ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଚେଙ୍ଗଡୁଠାରେ ହେବାକୁଥିବା ୱାର୍ଲ୍ଡ କପ୍ ପାଇଁ କ୍ୱାଲିଫାଏ କରିଛନ୍ତି। ସେ ମଧ୍ୟ ୱାର୍ଲ୍ଡ ଇଣ୍ଡିଭିଜୁଆଲ୍ ଟେବୁଲ୍ ଟେନିସ୍ ଚାମ୍ପିଅନଶିପର ରାଉଣ୍ଡ-୩୨ରେ ସ୍ଥାନ ହାସଲ କରିଥିଲେ। ଏହିସବୁ ସଫଳତା ଯୋଗୁ ସେ ରାଙ୍କିଙ୍ଗର ଉପରକୁ ଉଠିପାରିଛନ୍ତି ।
from Odisha Reporter http://bit.ly/2vrAMRd
No comments:
Post a Comment