ବିଜେଡି ପ୍ରାର୍ଥୀ ଯୋଗେଶ ସିଂହଙ୍କ ଦୁଇ ଭାଇଙ୍କୁ ଆକ୍ରମଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 17, 2019

ବିଜେଡି ପ୍ରାର୍ଥୀ ଯୋଗେଶ ସିଂହଙ୍କ ଦୁଇ ଭାଇଙ୍କୁ ଆକ୍ରମଣ

ସୁନ୍ଦରଗଡ଼(ବିଜୟ ବାରୁଆ):ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା ଅନ୍ତର୍ଗତ ରାଏବଗା ଗାଁରେ ବିଜେଡି ବିଧାୟକ ପ୍ରାର୍ଥୀ ଯୋଗେଶ ସିଂହଙ୍କ ଦୁଇ ଭାଇଙ୍କ ସମେତ ୫ ଜଣଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ବିଜେପିର ସମର୍ଥକମାନେ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆହତମାନେ ହେଲେ ନରେଶ ପ୍ରତାପ ସିଂ, ରିତେଶ ସିଂ ଓ ସୁମନ୍ତ ପଟେଲ। ଅନ୍ୟ ଦୁଇ ଜଣଙ୍କ ପରିଚୟ ମିଳିପାରି ନାହିଁ।

ପ୍ରତାପ,ରିତେଶ  ଓ ସୁମନ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ସେମାନଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଅଭିଯୋଗ ଅନୁସାରେ, ରାଏବଗା ଗାଁରେ କିଛି ବିଜେପି କର୍ମୀ ଭୋଟରଙ୍କୁ ଟଙ୍କା ବାଣ୍ଟୁଥିବା ଯୋଗେଶ ସିଂହଙ୍କ ଦୁଇ ଭାଇ ଖବର ପାଇଥିଲେ। ଯୋଗେଶ ସିଂହଙ୍କ ଦୁଇ ଭାଇ ନିଜର କିଛି ସମର୍ଥକଙ୍କ ସହିତ ସେଠାରେ ପହଞ୍ଚିଥିଲେ। ଏମାନେ ପହଞ୍ଚିବା କ୍ଷଣି ବିଜେପି କର୍ମୀମାନେ ସେମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟାଇବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଅନ୍ୟପକ୍ଷରେ ବିଜେଡିର ଅଭିଯୋଗକୁ ବିଜେପି ଖଣ୍ଡନ କରିଛନ୍ତି। ବିଜେପି ବିଧାୟକ ପ୍ରାର୍ଥୀ କୁସୁମ ଟେଟେ କହିଛନ୍ତି,“ ବିଜେଡି କର୍ମୀ ମାନେ ରାଏବଗା ଗାଁରେ ଟଙ୍କା ବାଣ୍ଟୁଥିଲେ।  ଗ୍ରାମବାସୀମାନେ ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ମାରପିଟ୍‌ ହୋଇଥିଲା।



from Odisha Reporter http://bit.ly/2ZgtJZm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages