ବାହାଘର ସରୁ ସରୁ ନବବଧୂ ସମେତ ୪ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 29, 2019

ବାହାଘର ସରୁ ସରୁ ନବବଧୂ ସମେତ ୪ ମୃତ

ଲୁଧିଆନା: ଆଜି ପଞ୍ଜାବରେ ଏକ ଦୁଃଖଦ ଘଟଣା ଘଟିଛି। ବାହାଘରର କିଛି ସମୟ ପରେ ନବବଧୂ ଶ୍ୱଶୁର ଘରକୁ ଯାଉଥିବା ବେଳେ ଅଧା ରାସ୍ତାରେ ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏଥିରେ ନବବଧୂଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବର ଜଣଙ୍କ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଅଞ୍ଜୁମ ଅନସାରୀ ଯମୁନାନଗରର ହୀନା ଅନସାରୀଙ୍କୁ ବିବାହ କରି ଲୁଧିଆନା ଫେରୁଥିଲେ। ସେମାନେ ସପରିବାର ଏକ ବୋଲେରୋରେ ଲୁଧିଆନା ଫେରୁଥିବା ବେଳେ ଜାତୀୟ ରାଜପଥରେ ଛିଡ଼ା ହୋଇଥିବା ଏକ ହାର୍ଭେଷ୍ଟିଙ୍ଗ ମେସିନ୍‌କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହୀନା ଓ ଅନ୍ୟ ୩ ଜଣ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଥିଲା। ଅଞ୍ଜୁମ ଓ ତାଙ୍କର ଦୁଇ ଭଉଣୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।



from Odisha Reporter http://bit.ly/2Lq4b9x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages