
ନୂଆଦିଲ୍ଲୀ: ରବିବାର ଦିଲ୍ଲୀରୁ ଭୁବନେଶ୍ବର ଯାଉଥିବା ରାଜଧାନୀ ଏକ୍ସପ୍ରେସରେ ଖାଦ୍ୟ ଖାଇ ୨୦ ଜଣ ଅସୁସ୍ଥ ହୋଇଥିବା ସୂଚନା ରହିଛି। ଗୋମଶ ଷ୍ଟେସନରେ ଏ ନେଇ ଜଣେ ଡ଼ାକ୍ତର ଅସୁସ୍ଥ ଯାତ୍ରୀଙ୍କ ସ୍ବାସ୍ଥ୍ଯବସ୍ଥା ଚେକ୍ ଅପ କରିଥିବା ରେଲୱେ ମୁଖପାତ୍ର କହିଥିବା ଜଣାପଡ଼ିଛି।
ଏହାପରେ ବୋକାର ଷ୍ଟେସନରେ ମଧ୍ଯ ଜଣେ ଡାକ୍ତର ଅସୁସ୍ଥ ଯାତ୍ରୀଙ୍କର ସ୍ବାସ୍ଥ୍ଯାବସ୍ଥା ଯାଞ୍ଚ କରିଥିବା ଜଣାପଡ଼ିଛି। ଏବେ ସମସ୍ତଙ୍କ ସ୍ବାସ୍ଥ୍ଯାବସ୍ଥା ସ୍ଥିରଥିବା ଜଣାପଡ଼ିଛି।
ଟାଟାନଗର ଷ୍ଟେସନରେ ମଧ୍ଯ ଜଣେ ଡାକ୍ତର ଯାତ୍ରୀଙ୍କର ଚେକ୍ ଅପ କରିବେ ବୋଲି ଜଣାପଡ଼ିଛି। ଖାଦ୍ଯରେ ବିଷକ୍ରିୟା ଥିବା ନେଇ ଅଭିଯୋଗ ଆସିବା ପରେ ଆଇଆରଟିସିର ନିର୍ଦ୍ଦେଶକ୍ରମେ ତଦନ୍ତକାରୀ ଟିମ୍ ପ୍ଯାଣ୍ଟ୍ରି କାରରେ ଥିବା ସମସ୍ତ ଖାଇବାର ସାମ୍ପଲ ଗ୍ରହଣ କରିଛି ତଦନ୍ତ କରିବା ପାଇଁ।
from Odisha Reporter http://bit.ly/2G4ss02
No comments:
Post a Comment