ସହଜରେ ଓ ଖୁବ୍‌ କମ୍‌ ସମୟରେ ତିଆରି କରନ୍ତୁ ‘ଚିଙ୍ଗୁଡ଼ି ବରା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 3, 2019

ସହଜରେ ଓ ଖୁବ୍‌ କମ୍‌ ସମୟରେ ତିଆରି କରନ୍ତୁ ‘ଚିଙ୍ଗୁଡ଼ି ବରା’

ଆବଶ୍ୟକ ସାମଗ୍ରୀ: ବଡ଼ ଚିଙ୍ଗୁଡ଼ି, ଚାଉଳ, କଖାରୁ ପତ୍ର, ରସୁଣ, ଜିରା, ସୋରିଷ, ଶୁଖିଲା ଲଙ୍କା, ଲୁଣ, ହଳଦୀ ଓ ସୋରିଷ ତେଲ ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡ଼ିକୁ ଭଲ ଭାବରେ ବାଛି ଧୋଇ ସଫା କରି ଦିଅନ୍ତୁ। ଏବେ ଚାଉଳକୁ ଅଧଘଣ୍ଟା ପାଣିରେ ଭିଜାଇବା ପରେ ଏହାକୁ  ବାଟି ଦିଅନ୍ତୁ। ଏହା ପରେ ସୋରିଷ, ଜିରା ଓ ଲଙ୍କାକୁ ଏକତ୍ର ବାଟି ଦିଅନ୍ତୁ। ଏହି ବଟା ମସଲାରେ ଚିଙ୍ଗୁଡି, ଅଦା ରସୁଣ ପେଷ୍ଟ, ତେଲ, ଲୁଣ ଓ ହଳଦୀ ମିଶାଇ ରଖନ୍ତୁ।

ବର୍ତ୍ତମାନ ଏକ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ଏକ କଖାରୁ ପତ୍ର ମଝିରେ ପୂର୍ବରୁ ଗୋଳା ହୋଇ ରହିଥିବା ଚିଙ୍ଗୁଡ଼ିରୁ ଅଳ୍ପ ରଖି ପତ୍ରକୁ ଚାରି ପାଖରୁ ଭାଙ୍ଗି ଦିଅନ୍ତୁ। ସେଇ ପତ୍ରକୁ ଚାଉଳ ବଟାରେ ବୁଡ଼ାଇବା ପରେ ତେଲରେ ଛାଣନ୍ତୁ। ଆପଣ ଏହାକୁ ତାୱାରେ ଅଳ୍ପ ତେଲ ଦେଇ ମଧ୍ୟ ଭାଜି ପାରିବେ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ଚିଙ୍ଗୁଡ଼ି ବରା’। ଏହାକୁ ଗରମ ଗରମ ସସ୍‌ କିମ୍ବା ଚଟଣୀ ସହ ପରଷନ୍ତୁ। ଏହି ବରାକୁ ପଖାଳ ସହ ଖାଇଲେ ବି ଭାରି ସୁଆଦିଆ ଲାଗିବ।



from Odisha Reporter https://ift.tt/2uGbnD0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages