ମମତା ବାନାର୍ଜିଙ୍କ ଦଳୀୟ ପ୍ରାର୍ଥୀ ପ୍ରଚାରରେ ବାଙ୍ଗଲାଦେଶୀ ହିରୋ, ଭିସା ଜବତ କଲା ଗୃହ ମନ୍ତ୍ରଣାଳୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 17, 2019

ମମତା ବାନାର୍ଜିଙ୍କ ଦଳୀୟ ପ୍ରାର୍ଥୀ ପ୍ରଚାରରେ ବାଙ୍ଗଲାଦେଶୀ ହିରୋ, ଭିସା ଜବତ କଲା ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଦଳ ତୃଣମୁଳ କଂଗ୍ରେସ ପାଇଁ ପ୍ରଚାର କରି ଅଡୁଆରେ ବାଂଲାଦେଶୀ କଳାକାର ଫିରଦୋସ୍ ଅହମଦ। ବାହାର ଦେଶର ବ୍ୟକ୍ତି ଭାରତରେ ଆସି ପ୍ରଚାର କରିବା ଆଚରଣ ବିଧି ଉଲ୍ଲଂଘନ ବୋଲି ବିଜେପି ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲା। ପରେ ଗୃହ ମନ୍ତ୍ରଣାଳୟ ଅହମଦଙ୍କ ବିଜନେସ ଭିସାକୁ ରଦ୍ଦ କରିଛି। ତୁରନ୍ତ ଭାରତ ଛାଡ଼ି ଯିବା ପାଇଁ ମଧ୍ୟ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି ଫିରଦୋସଙ୍କୁ । ତେବେ ଅହମଦଙ୍କୁ କଳାତାଲିକା ଭୁକ୍ତ କରିବା ପାଇଁ ମଧ୍ୟ ଯୋଜନା ଚାଲିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

ମାମଲା କଣ?

ସୂଚନାଯୋଗ୍ୟ ସୋଶାଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହୋଇଥିଲା। ଯେଉଁଥିରେ ଫିରଦୋସ୍ ଅହମଦ ପଶ୍ଚିମବଙ୍ଗ କଳାକାରଙ୍କ ସହ ମିଶି ରାୟଗଞ୍ଜ ଲୋକସଭା ଆସନର ଟିଏମସି ପ୍ରାର୍ଥୀ କହ୍ନେୟାଲାଲ ଅଗ୍ରୱାଲଙ୍କ ପାଇଁ ପ୍ରଚାର କରିଥିଲେ। ରୋଡ଼ ଶୋ’ ରେ ସାମିଲ ହୋଇ କହ୍ନେୟା ଲାଲ ଓ ଦିଦି(ମମତା ବାନାର୍ଜି)ଙ୍କୁ ପ୍ରଶଂସା କରି ଟିଏମସି ପାଇଁ ଭୋଟ ଦେବାକୁ ଲୋକଙ୍କୁ ଅପିଲ୍ କରିଥିଲେ ଫିରଦୋସ୍।

ବିଜେପି ନେତା ଏହି ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କୁ ଭେଟି ଫେରାଦ ହୋଇଥିଲେ। ଅନ୍ୟ ଦେଶର ଜଣେ ନାଗରିକ ଟୁରିଷ୍ଟ ଭିସାରେ ଆସି ନିର୍ବାଚନ ପ୍ରଚାରରେ ସାମିଲ ହେବା ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ଦର୍ଶାଇଥିଲେ।

ତେବେ ଖବର ସରବରାହ ସଂସ୍ଥା ପିଟିଆଇକୁ ରାୟଗଞ୍ଜ ଲୋକସଭା ଆସନର ଟିଏମସି ପ୍ରାର୍ଥୀ କହ୍ନେୟା ପ୍ରତିକ୍ରିୟା ଦେଇ କହିଛନ୍ତି ତାଙ୍କ ପ୍ରଚାରରେ ଫିରଦୋସ୍ ସାମିଲ ହେବା କଥା ତାଙ୍କୁ ଜଣା ନାହିଁ। ତାଙ୍କ ପାଇଁ ଦୁଇ ଜଣ ଷ୍ଟାର ପ୍ରଚାରକ ଅଛନ୍ତି ଜଣେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଏବଂ ଅନ୍ୟ ଜଣେ ଶୁଭେନ୍ଦୁ ଅଧିକାରୀ। ଟିଏମସି ନେତା କିନ୍ତୁ ଫିରଦୋସଙ୍କ ପ୍ରଚାର ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ଫିରଦୋସ୍ କିଏ?
ଫିରଦୋସ୍ ଅହମଦ ଜଣେ ବାଂଲାଦେଶୀ କଳାକାର। ଅନେକ ବଙ୍ଗଳା ଫିଲ୍ମରେ ସେ ହିରୋ ଭୂମିକାରେ ଅଭିନୟ କରିଥିବାରୁ ପଶ୍ଚିମବଙ୍ଗରେ ତାଙ୍କର ଲୋକପ୍ରିୟତା ରହିଛି।



from Odisha Reporter http://bit.ly/2UI4FvO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages