ରାହୁଲଙ୍କ ସୁରକ୍ଷାରେ ତ୍ରୁଟି ନାହିଁ: ଗୃହ ମନ୍ତ୍ରଣାଳୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

ରାହୁଲଙ୍କ ସୁରକ୍ଷାରେ ତ୍ରୁଟି ନାହିଁ: ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ରାହୁଲଙ୍କ ଏସପିଜି ସୁରକ୍ଷାରେ ତ୍ରୁଟି ନାହିଁ, ଗୃହମନ୍ତ୍ରଣାଳୟ ଏହା ସ୍ପଷ୍ଟ କରିଛି। ଆମେଠିରେ ନାମାଙ୍କନ ଭରିବା ବେଳେ ଏକ ରୋଡ଼ ଶୋ’ କରିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଏହି ସମୟରେ ତାଙ୍କ ମୁଣ୍ଡରେ ଏକ ସବୁଜ ରଙ୍ଗର ଲାଇଟ୍ ପଡ଼ିଥିବା ଦେଖିବାକୁ ମିଳିଥିଲା। ଯାହାକୁ ସୁରକ୍ଷାରେ ତୃଟି ଏବଂ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ କଂଗ୍ରେସ ଅଭିଯୋଗ କରିଥିଲା।

ଏହାପରେ ଗୃହମନ୍ତ୍ରଣାଳୟ ତଦନ୍ତ କରି ସ୍ପଷ୍ଟ କରିଛି, ସଂପୃକ୍ତ ସବୁଜ ରଙ୍ଗର ଲାଇଟ ଜଣେ କଂଗ୍ରେସ ଫଟୋଗ୍ରାଫରଙ୍କର। ସେ ଫଟୋ ଉଠାଉଥିବାବେଳେ ତାଙ୍କ ମୋବାଇଲର ଫ୍ଲାସ୍ ଲାଇଟ ରାହୁଲଙ୍କ ମୁଣ୍ଡରେ ପଡ଼ିଥିଲା ବୋଲି ଗୃହ ମନ୍ତ୍ରଣାଳୟ କହିଛି। ଏହାପରେ ସଂପୃକ୍ତ କଂଗ୍ରେସ ଫଟୋଗ୍ରାଫରଙ୍କୁ ଏସପିଜି ଅବଗତ କରାଇ ଦେଇଥିବା ଜଣାପଡ଼ିଛି।



from Odisha Reporter http://bit.ly/2KrE5lF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages