ଆଡ଼ଭାନୀ, ମୁରଲୀ ମନୋହର ଜୋଶୀଙ୍କୁ ଭେଟିବେ ଅମିତ ଶାହ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 7, 2019

ଆଡ଼ଭାନୀ, ମୁରଲୀ ମନୋହର ଜୋଶୀଙ୍କୁ ଭେଟିବେ ଅମିତ ଶାହ!

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ସଭାପତି ଅମିତ ଶାହ ଖୁବଶୀଘ୍ର ଦଳର ପ୍ରତିଷ୍ଠାତା ଲାଲକୃଷ୍ଣ ଆଡ଼ଭାନୀ ଏବଂ ମୁରଲୀ ମନୋହର ଜୋଶୀଙ୍କୁ ଭେଟିବେ ବୋଲି ଜଣାପଡ଼ିଛି। ଏହି ଦୁଇ ଭେଟେରାନଙ୍କୁ ଦଳ ଅଣଦେଖା କରୁଥିବା ନେଇ ବିରୋଧୀ ସମାଲୋଚନା କରିବା ପରେ ବିଜେପିର କୋର ଗୃପ ଏହି ଦୁଇ ନେତାଙ୍କୁ ନିର୍ବାଚନ ବେଳେ ଆଗ ଧାଡ଼଼ିରେ ଆଣିବାକୁ ଚାହୁଁଛି ବୋଲି ଜଣାପଡ଼ିଛି।

୭୫ରୁ ଅଧିକ ବୟସ ହୋଇଥିବା ଦର୍ଶାଇ ବିଜେପି ଗାନ୍ଧିନଗର ଓ କାନପୁର ଲୋକସଭା ଆସନରୁ ଆଡ଼ଭାନୀ ଏବଂ ମୁରଲୀ ମନୋହର ଜୋଶୀଙ୍କ ଟିକେଟ କାଟିଥିଲା। ଏହାପରେ ଆଡ଼ଭାନୀ ଏବଂ ଜୋଶୀ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି।

ଏପ୍ରିଲ ୬ରେ ବିଜେପିର ପ୍ରତିଷ୍ଠା ଦିବସ ପୂର୍ବରୁ ଆଡ଼ଭାନୀଙ୍କ ଦ୍ବାର ଲେଖାଯାଇଥିବା ବ୍ଲଗକୁ ନେଇ ବିରୋଧୀ ପ୍ରଧାନମନ୍ତ୍ରୀ ଓ ଅମିତ ଶାହଙ୍କୁ ସମାଲୋଚନା କରିଛନ୍ତି। ନିର୍ବାଚନ ବେଳେ ଏହା ଦଳର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଉଥିବା ଜଣାପଡ଼ିବା ପରେ ବିଜେପି ଅସନ୍ତୁଷ୍ଟ ୨ ଭେଟେରାନଙ୍କୁ ମନାଇବାକୁ ଚେଷ୍ଟା କରିବ ବୋଲି ଜଣାପଡ଼ିଛି।

୯୧ ବର୍ଷୀୟ ଆଡ଼ଭାନୀଙ୍କ ଗୁଜରାଟ ଗାନ୍ଧିନଗର ଆସନରୁ ଅମିତ ଶାହ ଚଳିତଥର ସାଂସଦ ପ୍ରାର୍ଥୀ ହୋଇଥିବାବେଳେ ମୁରଲୀ ମନୋହର ଜୋଶୀଙ୍କ କାନପୁର ଆସନରୁ ସତ୍ୟଦେବ ପଚୌରୀ ପ୍ରାର୍ଥୀ ହୋଇଛନ୍ତି।

ଏବେ ବିରୋଧୀ ଦଳ ଏକ ହୋଇ ବିଜେପିର ଏହି ଦୁଇ ଭେଟେରାନଙ୍କୁ ଭେଟି ଦଳ ବିରୋଧରେ ମୁହଁ ଖୋଲିବା ପାଇଁ ମନ୍ତ୍ରଣା ଦେଉଥିବା ଜାତୀୟ ଗଣମାଧ୍ୟମ ଏନଡି ଟିଭି ପ୍ରକାଶ କରିଛି। ଏମିତିକି ବାରଣାସୀ ଆସନରୁ ମନୋହର ଜୋଶୀଙ୍କୁ ପ୍ରାର୍ଥୀ କରିବା ପାଇଁ ବିରୋଧୀ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ୨୦୧୪ରେ ଏହି ଆସନ ମନୋହର ଜୋଶୀ ନରେନ୍ଦ୍ର ମୋଦିଙ୍କୁ ଦେଇ କାନପୁରରୁ ପ୍ରାର୍ଥୀ ହୋଇଥିଲେ।



from Odisha Reporter http://bit.ly/2I69S9M

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages