ବିଜେପିରେ ମିଶିଲେ ସାଧ୍ବୀ, ଦିଗବିଜୟଙ୍କ ବିରୋଧରେ ହୋଇପାରନ୍ତି ପ୍ରାର୍ଥୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 17, 2019

ବିଜେପିରେ ମିଶିଲେ ସାଧ୍ବୀ, ଦିଗବିଜୟଙ୍କ ବିରୋଧରେ ହୋଇପାରନ୍ତି ପ୍ରାର୍ଥୀ

ଭୋପାଲ: ବିଜେପିରେ ମିଶିଲେ ସାଧ୍ୱୀ ପ୍ରଜ୍ଞା ସିଂହ। ଭୋପାଲ ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଦିଗବିଜୟ ସିଂହଙ୍କ ବିରୋଧରେ ସାଧ୍ୱୀ ପ୍ରଜ୍ଞା ପ୍ରାର୍ଥୀ ହୋଇପାରନ୍ତି ବୋଲି ଜଣାପଡ଼ିଛି। ତେବେ ବିଜେପି ଏ ସମର୍କରେ କୌଣସି ସୂଚନା ଦେଇ ନାହିଁ।

୧୯୮୪ ମସିହାରୁ ଭୋପାଲ ଆସନ ବିଜେପି ହାତରେ ରହିଛି। ଏହା ପୂର୍ବରୁ ଶଙ୍ଗର ଦୟାଲ ଶର୍ମା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ଦେଶର ରାଷ୍ଟ୍ରପତି ହୋଇଥିଲେ। ସେହିପରି ୧୯୮୯ରେ ସୁଶୀଲ ଚନ୍ଦ୍ର ବର୍ମା ୩ ଥର ସାଂସଦ, ୧୯୯୯ରେ ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ମଧ୍ୟ ଏଠାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ଅଶୋକ ସାଞ୍ଝାର ଭୋପାଲରୁ ସାଂସଦ ଅଛନ୍ତି।

୨୦୦୮ ମସିହା ମହାରାଷ୍ଟ୍ରର  ମାଲେଗାଓଁ ବୋମା ବିସ୍ଫୋରଣ ମାମଲାରେ ନିମ୍ନକୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ସାଧ୍ବୀ । ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଆକ୍ଟ ଅନୁଯାୟୀ ଆତଙ୍କବାଦୀ କାର୍ଯ୍ୟକଳାପ, ହତ୍ୟା ଷଡଯନ୍ତ୍ର ଭଳି ଅଭିଯୋଗ ରହିଥିଲା ସାଧ୍ବୀଙ୍କ ନାମରେ। ପାଖାପାଖି ୯ ବର୍ଷ ଜେଲରେ ରହିବା ପରେ ଏବେ ସେଜାମିନରେ ଅଛନ୍ତି ।

ସେ ଜେଲରୁ ବାହାରିବା ପରେ କହିଥିଲେ ୨୩ ଦିନ ପର୍ଯ୍ୟନ୍ତ ତାଙ୍କୁ ଜେଲରେ ନିର୍ଯାତନା ଦିଆଯାଇଥିଲା। ପୂର୍ବତନ ଗୃହମନ୍ତ୍ରୀ ପି. ଚିଦାମ୍ବରମ ତାଙ୍କ ବିରୋଧରେ ମିଛ ମକଦ୍ଦମା ରୁଜୁ କରି ତାଙ୍କୁ ‘ହିନ୍ଦୁ ଆତଙ୍କବାଦୀ’ର ପରିଚୟ ଦେଇଥିଲେ।

୨୦୦୭ରେ ମଧ୍ୟ ସାଧ୍ବୀ ଆରଏସଏସ ପ୍ରଚାରକ ସୁନୀଲ ଜୋଶୀ ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। କିନ୍ତୁ କୋର୍ଟ ପରବର୍ତ୍ତୀ ସମୟରେ ସାଧ୍ବୀ ପ୍ରଜ୍ଞାଙ୍କୁ ସମସ୍ତ ମାମଲାରେ ଦୋଷମୁକ୍ତ କରିଥିଲେ।

ଭିଣ୍ଡ ଜିଲ୍ଲାରେ ଜନ୍ମିତ ସାଧ୍ବୀ ଏବିଭିପିରୁ ନିଜ ରାଜନୀତିକ କ୍ୟାରିଅର ଆରମ୍ଭ କରିଥିଲେ। ନିଜ ପ୍ରଚାର ଓ ଭାଷଣ ଦ୍ବାରା ଲୋକଙ୍କୁ ପ୍ରଭାବିତ କରିପାରିବାର କ୍ଷମତା  ଏହି ନେତାଙ୍କ ପାଖରେ ରହିଛି।



from Odisha Reporter http://bit.ly/2Pctie7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages