‘ଇଭିଏମ୍ ଚୋରି ଅଭିଯୁକ୍ତ’କୁ ଟିଡିପିର ବୈଷୟିକ ପରାମର୍ଶଦାତା କହିଲେ ଚନ୍ଦ୍ରବାବୁ ନାଇଡୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 14, 2019

‘ଇଭିଏମ୍ ଚୋରି ଅଭିଯୁକ୍ତ’କୁ ଟିଡିପିର ବୈଷୟିକ ପରାମର୍ଶଦାତା କହିଲେ ଚନ୍ଦ୍ରବାବୁ ନାଇଡୁ

ଅମରାବତୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ହରି ପ୍ରସାଦ ବେମୁରୁଙ୍କୁ ନିଜ ଦଳର ବୈଷୟିକ ପରାମର୍ଶଦାତା ଏବଂ ହ୍ବିସିଲ ବ୍ଲୋୟର ବୋଲି କହିଛନ୍ତି, ସେ କୌଣସି ଚୋର ନୁହଁନ୍ତି। ଗତକାଲି ଇଭିଏମ୍ ତ୍ରୁଟିଶୂନ୍ୟ ବୋଲି ପ୍ରମାଣ କରିବାକୁ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଥିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ। ଇଭିଏମ ପ୍ରମାଣ ବେଳେ ତାଙ୍କ ଦଳ ପକ୍ଷରୁ ହରି ପ୍ରସାଦ ବେମୁରୁ ରହିବେ ବୋଲି ନାଇଡୁ କହିଥିଲେ ଏବଂ ବିରୋଧୀ ଦଳ ନିର୍ବାଚନ କମିଶନଙ୍କ ନିକଟକୁ ଯିବା ବେଳେ ବେମୁରୁ ମଧ୍ୟ ଉପସ୍ଥିତ ଥିଲେ। ତେବେ ବେମୁରୁଙ୍କ ଉପସ୍ଥିତିକୁ ନେଇ ଇସି ଆପତ୍ତି କରିଥିଲେ। ନିର୍ବାଚନ କମିଶନ କହିଥିଲେ ବେମୁରୁ ୨୦୧୦ ମସିହାରେ ଇଭିଏମ ଚୋରି ଅଭିଯୋଗର ଜଣେ ଅଭିଯୁକ୍ତ। ସେ ଟିଡିପିରେ କ’ଣ କରୁଛନ୍ତି ? ଏବଂ ଜଣେ ଚୋରକୁ ପ୍ରମାଣ ଦେବାକୁ ନିର୍ବାଚନ କମିଶନ ଉଚିତ ମନେ କରୁନଥିବା କହିଥିଲେ।

ଏହାପରେ ଚନ୍ଦ୍ରବାବୁ ନାଇଡ଼ୁ କହିଛନ୍ତି ବେମୁରୁ ଅନ୍ତିମ ୯ ବର୍ଷ ହେଲା କୌଣସି ଅପରାଧ ସହ ସଂଶ୍ଳିଷ୍ଟ ନାହାନ୍ତି। ନିର୍ବାଚନ ଆୟୋଗ ନିଜେ ୨୧ ଜୁଲାଇ ୨୦୧୧ରେ ଦିଲ୍ଲୀରେ ହୋଇଥିବା ଭିଭିପ୍ୟାଟର ପରୀକ୍ଷଣ ବେଳେ ତାଙ୍କୁ ନିମନ୍ତ୍ରଣ କରିଥିଲେ। ଏଥିସହ ନିର୍ବାଚନ କମିଶନଙ୍କ ଅନେକ ବୈଠକରେ ବେମୁରୁ ୯ ବର୍ଷ ହେଲା ଯୋଗ ଦେଉଛନ୍ତି ବୋଲି ନାଇଡୁ କହିଛନ୍ତି।

ଇଭିଏମର କେଉଁ ସ୍ଥାନରେ ତ୍ରୁଟି ରହୁଛି ସେ ନେଇ ଟିଡିପି ତରଫୁର ବେମୁରୁ ତିନୋଟି ଭିଡ଼ିଓ ଉପସ୍ଥାପନ କରିଥିଲେ। ଇଭିଏମର ମେସିନର ଯେଉଁ ଯନ୍ତ୍ରାଂଶ ଅଟୋମେଟିକ କାମ କରୁଛି ବୋଲି କୁହାଯାଉଛି ତାହା ପ୍ରକୃତରେ କାମ କରୁନାହିଁ। ମାନୁଆଲ ଭାବରେ ଏହା ଚାଲୁଥିବା ଟିଡିପି ଦାବି କରିଛି। ଅଟୋମେଟିକ କାମ କରୁନଥିବାରୁ ୭ ସେକେଣ୍ଡ ପରିବର୍ତ୍ତେ ପେପର ଟ୍ରାଏଲ ୨ ସେକେଣ୍ଡ ପାଇଁ କାମ କରୁଛି ବୋଲି ନାଇଡୁ କହିଛନ୍ତି।

ସୂଚନାଯୋଗ୍ୟ ପୂର୍ବରୁ ଆମ ଆଦମି ପାର୍ଟି ଓ ଅନ୍ୟାନ୍ୟ ଦଳ ମଧ୍ୟ ଇଭିଏମ ଟ୍ୟାମ୍ପରିଂ ହୋଇପାରୁଛି ବୋଲି ଦାବି କରିଥିଲେ। ଏହାପରେ ନିର୍ବାଚନ କମିଶନଙ୍କ ତରଫରୁ ଦିଲ୍ଲୀରେ ହ୍ୟାକାଥନର ଆୟୋଜନ ହୋଇଥିଲା। ଏହି ହ୍ୟାକାଥନରେ ସମସ୍ତ ରାଜନୀତିକ ଦଳର ବୈଷୟିକ ପ୍ରତିନିଧି ଯୋଗ ଦେଇଥିଲେ। କିନ୍ତୁ ନିର୍ବାଚନ କମିଶନଙ୍କ ଆଗରେ ଇଭିଏମ ଟ୍ୟାମ୍ପର ବୋଲି ପ୍ରମାଣ କରିପାରିନଥିଲେ ବିରୋଧୀ। ଏହାପରେ ଆମ ଆଦମି ପାର୍ଟି ଉପରେ ଜୋରଦାର ବର୍ଷିଥିଲେ ନିର୍ବାଚନ କମିଶନ।



from Odisha Reporter http://bit.ly/2Ul2gC0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages