ଦାବି ପୂରଣ ହୋଇନଥିବାରୁ ବିଭିନ୍ନ ସ୍ଥାନରେ ଭୋଟ୍‌ ବର୍ଜନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

ଦାବି ପୂରଣ ହୋଇନଥିବାରୁ ବିଭିନ୍ନ ସ୍ଥାନରେ ଭୋଟ୍‌ ବର୍ଜନ

votersboycott

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଆଜି ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ପାଇଁ ମତଦାନ ଜାରି ରହିଛି।

କିଛି ସ୍ଥାନରେ ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ମତଦାନ ବିଳମ୍ବରେ ଆରମ୍ଭ ହୋଇଥିଲା। ସେହିପରି କିଛି ସ୍ଥାନରେ ଅଚଳ ଇଭିଏମ୍‌କୁ ସଜାଡ଼ିବାରେ ବିଳମ୍ବ ହେବାରୁ ଲୋକେ ଭୋଟ୍ ନ ଦେଇ ଫେରି ଯାଇଥିଲେ। କିନ୍ତୁ ଆଉ କିଛି ସ୍ଥାନରେ ଲୋକେ ଦାବି ପୂରଣ ହୋଇ ନଥିବା ଯୋଗୁ ଭୋଟ୍ ବର୍ଜନ କରିଥିବା ସୂଚନା ଆସିଛି।

ଦାବି ପୂରଣ ହୋଇ ନ ଥିବା ଯୋଗୁ  କଳାହାଣ୍ଡି ଜିଲ୍ଲା ଭବାନୀପାଟଣା କର୍ଲାମୁଣ୍ଡା ବ୍ଲକ୍‌ର ତେଟେଙ୍ଗେପଦର ଗ୍ରାମବାସୀ, ଧର୍ମଗଡ଼ ବ୍ଲକ୍‌ର ସୁପିଲ, କୁସୁମ୍ବର ଓ ସୁରଲି ଗ୍ରାମବାସୀ ଏବଂ ଜୁନାଗଡ଼ର ଭେଜିପଦର ଗ୍ରାମବାସୀ ଭୋଟ୍ ବର୍ଜନ କରିଛନ୍ତି।

ସେହିପରି ନବରଙ୍ଗପୁର ଜିଲ୍ଲା ନନ୍ଦହାଣ୍ଡି ବ୍ଲକ୍‌ର ପୋଖନାଗୁଡ଼ା ଗ୍ରାମବାସୀ, କୋରାପୁଟ ଜିଲ୍ଲା ନାରାୟଣପାଟଣାର ୧୬୫ ନମ୍ବର ବୁଥ୍‌ ଲୋକଙ୍କ ସହିତ ତଳରଙ୍ଗପାଣି, ଉପରରଙ୍ଗପାଣି ଏବଂ କୁତୁଡ଼ି ଗ୍ରାମବାସୀମାନେ ଭୋଟ୍‌ ବର୍ଜନ କରିଛନ୍ତି। ଦାବି ପୂରଣ ହୋଇ ନ ଥିବା ପ୍ରତିବାଦରେ ଏହିସବୁ ଗ୍ରାମବାସୀ ଚଳିତ ନିର୍ବାଚନରେ ଭୋଟ୍‌ ବର୍ଜନ କରିଛନ୍ତି।

ଅନ୍ୟପକ୍ଷରେ ବୁଥ୍‌ ଦୂରରେ ଥିବାରୁ କିଛି ଗ୍ରାମବାସୀ ଭୋଟ୍‌ ଦେବାକୁ ଯାଇ ନଥିବା ଘଟଣା ସାମ୍ନାକୁ ଆସିଛି। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ର ସାନକରାପାଲି ଓ ବଡ଼କରାପାଲି ଲୋକେ ଏଥିଯୋଗୁ ଭୋଟ୍ ବର୍ଜନ କରିଛନ୍ତି। ସେମାନଙ୍କ ଗାଁରୁ ପ୍ରାୟ ୮ କିଲୋମିଟର ଦୂରରେ ମତଦାନ କେନ୍ଦ୍ର ହୋଇଥିବାରୁ ସେମାନେ ଭୋଟ୍ ଦେବାକୁ ଯାଇ ନଥିଲେ।



from Odisha Reporter http://bit.ly/2DbVg4N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages