ଦିନକ ପରେ ନିର୍ଦ୍ଧାରଣ ହେବ ବବିଙ୍କ ଭାଗ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 26, 2019

ଦିନକ ପରେ ନିର୍ଦ୍ଧାରଣ ହେବ ବବିଙ୍କ ଭାଗ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୪ର୍ଥ ପର୍ଯ୍ୟାୟ ନିର୍ବାଚନ ମୁଣ୍ଡଉପରେ। ଉଭୟ ବିଜେଡି ଆଉ ବିଜେପି ପାଇଁ ଏହି ପର୍ଯ୍ୟାୟର ନିର୍ବାଚନ ନିର୍ଣ୍ଣାୟକ ହେବ ବୋଲି କହିହେବ। ଏହି ପର୍ଯ୍ୟାୟରେ ଅନେକ ହେବିୱେଟଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ବୈଜୟନ୍ତ ପଣ୍ଡା, ବିଜୟ ମହାପାତ୍ରଙ୍କ ଭଳି ଅନୁଭବିଙ୍କ ସହ ବିଜେଡିର କ୍ଷମତା କେନ୍ଦ୍ର କୁହାଯାଉଥିବା ବବି ଓରଫ୍‌ ପ୍ରଣବ ପ୍ରକାଶ ଦାଶଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର।

ବବି ହେଉଛନ୍ତି ତୃତୀୟ ମହଲାର ଗେହ୍ଲା ପୁଅ। ମନ୍ତ୍ରୀ ଡା. ଦାମୋଦର ରାଉତ ଦଳ ଛାଡିବା ସମୟରେ ଗୋଟିଏ କଥାକୁ ନିର୍ଦ୍ଧିଷ୍ଟ ଭାବେ କହିଥିବା ମନେଥିବ। ପ୍ରତ୍ୟକ୍ଷରେ ନ ହେଲେ ମଧ୍ୟ ପରୋକ୍ଷରେ ଦଳ ଭିତରେ ଯୁବ କ୍ଷମତା କେନ୍ଦ୍ରକୁ ସେ ଇଙ୍ଗିତ କରିଥିଲେ। ୩ୟ ମହଲାର ହାକିମଙ୍କ ସହ ଏହି ଯୁବ ରାଜନେତାଙ୍କ ପ୍ରଭାବ ବିଜେଡିରେ ପ୍ରଭୂତ ଭାବେ ବୃଦ୍ଧି ପାଇଥିବା କଥା ସେ କହିଥିଲେ। ଏ କଥା ମଧ୍ୟ ବିଜେଡି ଦଳର ନେତା ଓ କର୍ମୀଙ୍କୁ ଅଛପା ନାହିଁ ଯେ, ବାସ୍ତବରେ ପ୍ରଣବଙ୍କ କାଟ୍‌ତି ୩ୟ ମହଲାରେ ସବୁଠାରୁ ଅଧିକ। ସମ୍ଭବତଃ ସେ ହିଁ ବିଜେଡି କ୍ଷମତା କେନ୍ଦ୍ରର ଯୁବ ମଙ୍ଗୁଆଳ।

ଉପକୂଳ ଓଡ଼ିଶାର ଆଗୁଆ ଜିଲ୍ଲା ଭାବେ ପରିଚିତ ଯାଜପୁର ରାଜନୀତିରେ ବବି ଏକ ଅତି ପରିଚିତ ନାଁ। ବିଜୁବାବୁଙ୍କ ଅନୁଗତ ପିତା ଅଶୋକ ଦାସଙ୍କ ପରି ବବିଙ୍କ କାଟ୍‌ତି ଆଉ ରାଜନୀତିକ ଦକ୍ଷତା ମଧ୍ୟ ଭଲ। ବବି ବିଧାନସଭାରେ ଯାଜପୁର ବିଧାୟକ ଥିବା ବେଳେ ଏଥର ବିଜେଡି ତାଙ୍କ ଉପରେ ପୁଣି ଥାପିଛି ଆସ୍ଥା। ଗତ ନିର୍ବାଚନରେ ସେ ୧ଲକ୍ଷରୁ ଊର୍ଦ୍ଧ୍ୱ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ମାତ୍ର ୧୯ ହଜାର ଭୋଟ ପାଇଥିଲେ। ତେବେ ଚଳିତ ନିର୍ବାଚନରେ ତ୍ରିମୁଖୀ ଲଢ଼େଇ ହେବାର ସମ୍ଭାବନା ରହିଛି। ଯାଜପୁର ନିର୍ବାଚନମଣ୍ଡଳୀ ଉଭୟ ଯାଜପୁର ଓ ଦଶରଥପୁର ବ୍ଲକକୁ ନେଇ ଗଠିତ। ଏହି ନିର୍ବାଚନମଣ୍ଡଳୀ ଅଧିକାଂଶ ସମୟ ଅଣ କଂଗ୍ରେସ ଦଳ ହାତରେ ରହି ଆସିଛି। ୨୦୦୯ରେ ପ୍ରଣବ ପ୍ରକାଶ ଦାସ ହଠାତ୍ ନିର୍ବାଚନ ପୂର୍ବରୁ ବିଜେଡିରେ ଯୋଗ ଦିଅନ୍ତି ଆଉ ଟିକେଟ ଆଣି ଲଢ଼େଇ କରନ୍ତି। ସେତେବେଳେ ସେ ୬୧ ହଜାର ଭୋଟ ପାଇଥିବା ବେଳେ ନିକଟତମ କଂଗ୍ରେସ ପ୍ରାର୍ଥୀ ଦେବବ୍ରତ କଣ୍ଠ ୩୧ ହଜାର ଭୋଟ ପାଇଥିଲେ। ଏହା ପରେ ଗତ ୨୦୧୪ ନିର୍ବାଚନରେ ପ୍ରଣବ ପ୍ରକାଶ ଦାସ ପୁଣି ୧ ଲକ୍ଷରୁ ଉର୍ଦ୍ଧ୍ଵ ଭୋଟ ପାଇ ରେକର୍ଡ ସୃଷ୍ଟି କରିଥିଲେ। ଏଣୁ ବବି ଏଥର ଜିତିଲେ ଦଳ ନିଶ୍ଚିତ ଫାଇଦାରେ ରହିବ ବୋଲି କୁହାଯାଇପାରେ।



from Odisha Reporter http://bit.ly/2UJMTn4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages