
ନୂଆଦିଲ୍ଲୀ: ବିଏସପି ସୁପ୍ରିମୋ ମାୟାବତୀଙ୍କ ଉପରେ ନିର୍ବାଚନ କମିଶନ ଲଗାଇଥିବା ପ୍ରତିବନ୍ଧକର ଅବଧି ଆଜି ଶେଷ ହୋଇଛି। ଏହାପରେ ଟ୍ବିଟ୍ କରି ନିର୍ବାଚନ କମିଶନଙ୍କ ଆଭିମୁଖ୍ଯକୁ ଟାର୍ଗେଟ କରିଛନ୍ତି ବିଏସପି ସୁପ୍ରିମୋ ସୁଶ୍ରୀ ମାୟାବତୀ। କାର୍ଯ୍ଯାନୁଷ୍ଠାନ ନେବାରେ ନିର୍ବାଚନ କମିଶନ ପକ୍ଷପାତିତା କରୁଥିବା ମାୟାବତୀ କହିଛନ୍ତି। ତେଣୁ ନିର୍ବାଚନ ନିରପେକ୍ଷ ହେବ ଅସମ୍ଭବ ବୋଲି ସେ କହିଛନ୍ତି।
ଉତ୍ତର ପ୍ରଦେଶ ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ଯନାଥଙ୍କ ଉପରେ ୭୨ ଘଣ୍ଟା ପାଇଁ ପ୍ରଚାର ଉପରେ ପ୍ରତିବନ୍ଧକ ଲାଗାଇଛନ୍ତି ନିର୍ବାଚନ କମିଶନ। ହେଲେ ସେ ଅଯୋଧ୍ଯା ରାମ ମନ୍ଦିର ଯାଉଛନ୍ତି, ଦଳିତଙ୍କ ଘରେ ଖାଉଛନ୍ତି, ଯାହାକୁ ଗଣମାଧ୍ଯମରେ ପ୍ରସାରଣ କରାଯାଉଛି। ଏହାଦ୍ବାରା ଯୋଗୀ ନିରବ ରହି ମଧ୍ଯ ନିର୍ବାଚନର ଫାଇଦା ନେଉଛନ୍ତି ବୋଲି ମାୟାବତୀ ଯୁକ୍ତି ବାଢିଛନ୍ତି।
चुनाव आयोग की पाबंदी का खुला उल्लंघन करके यूपी के सीएम योगी शहर- शहर व मन्दिरों में जाकर एवं दलित के घर बाहर का खाना खाने आदि का ड्रामा करके तथा उसको मीडिया में प्रचारित/प्रसारित करवाके चुनावी लाभ लेने का गलत प्रयास लगातार कर रहे हैं किन्तु आयोग उनके प्रति मेहरबान है, क्यों?
— Mayawati (@Mayawati) 18 April 2019
ନିର୍ବାଚନ କମିଶନ ଏସବୁ ଦେଖି କିଛି କାର୍ଯ୍ଯାନୁଷ୍ଠାନ ନ ନେବା ପକ୍ଷପାତିତାକୁ ଦର୍ଶାଉଛି।ତେଣୁ ନିର୍ବାଚନ ନିରପେକ୍ଷ ହେବା ଅସମ୍ଭବ ବୋଲି ବିଏସପି ସୁପ୍ରିମୋ କହିଛନ୍ତି।
ବିଜେପି ଚଳିତ ନିର୍ବାଚନରେ ପରାଜିତ ହେବ ବୋଲି ପ୍ରଧାନମନ୍ତ୍ରୀ ଜାଣି ସାରିଲେଣି। ଏଥିପାଇଁ ୨୦୧୪ରେ କଂଗ୍ରେସ ଯେଉଁଭଳି ଭାବରେ ବିଚଳିତ ହୋଇପଡ଼ିଥିଲା ଠିକ୍ ସମାନ ଭାବେ ଚଳିତଥର ବିଜେପି ବିଚଳିତ ହୋଇପଡ଼ିଥିବା ବିଏସପି ସୁପ୍ରିମୋ କହିଛନ୍ତି।
आज दूसरे चरण का मतदान है और बीजेपी व पीएम श्री मोदी उसी प्रकार से नरवस व घबराए लगते हैं जैसे पिछले लोकसभा चुनाव में हार के डर से कांग्रेस व्यथित व व्याकुल थी। इसकी असली वजह सर्वसमाज के गरीबों, मजदूरों, किसानों के साथ-साथ इनकी दलित, पिछड़ा व मुस्लिम विरोधी संकीर्ण सोच व कर्म है।
— Mayawati (@Mayawati) 18 April 2019
ସୂଚନାଯୋଗ୍ଯ ଧର୍ମ ଓ ଜାତି ଆଧାରରେ ଭୋଟ ପାଇଁ ଅପିଲ କରିଥିଲେ ମାୟାବତୀ ଓ ଯୋଗୀ ଆଦିତ୍ଯନାଥ। ଏହାପରେ ନିର୍ବାଚନ କମିଶନ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରି ମାୟାବତୀଙ୍କ ଉପରେ ୪୮ ଘଣ୍ଟା ଓ ଯୋଗୀଙ୍କ ଉପରେ ୭୨ ଘଣ୍ଟା ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଆଜି ମାୟାବତୀଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ଶେଷ ହୋଇଥିବା ବେଳେ ଆସନ୍ତାକାଲି ସକାଳ ୬ଟାରେ ଯୋଗୀ ଆଦିତ୍ଯନାଥଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ଶେଷ ହେବ।
from Odisha Reporter http://bit.ly/2IpqMk5
No comments:
Post a Comment