ଏହି ଦେଶ ଲୋକେ ଲଣ୍ଡନରୁ ଅର୍ଡର କରନ୍ତି ପିଜା, ପ୍ଲାଇଟ୍‌ରେ ଆସି ହୁଏ ଡେଲିଭରି… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 10, 2019

ଏହି ଦେଶ ଲୋକେ ଲଣ୍ଡନରୁ ଅର୍ଡର କରନ୍ତି ପିଜା, ପ୍ଲାଇଟ୍‌ରେ ଆସି ହୁଏ ଡେଲିଭରି…

ନାଇଜେରିଆ: ଆଜିକାଲିର ଯୁବବର୍ଗଙ୍କ ମଧ୍ୟରେ ଫାଷ୍ଟ ଫୁଡ ଲାଗି ଏକ ପ୍ରକାର ମାନିଆ ସୃଷ୍ଟି ହୋଇଛି। ପିଜା, ବର୍ଗର ଏବେ ପ୍ରାୟତଃ ସବୁ ଦେଶରେ ହାତପାଆନ୍ତାରେ ମିଳିଯାଉଛି। ହେଲେ ଏପରି ଏକ ଦେଶ ଅଛି, ଯେଉଁଠି ଧନୀ ଲୋକେ ଅନ୍ୟ ଦେଶରୁ ପିଜା ଅର୍ଡର କରନ୍ତି। ଆଉ ଫ୍ଲାଇଟ୍‌ରେ ଏହାର ଡେଲିଭରି କରାଯାଏ।  ଏପରି ଏକ ଦେଶ ହେଉଛି ନାଇଜେରିଆ।

ଏକଥା ଖୋଦ ଏଠାକାର କୃଷି ମନ୍ତ୍ରୀ କହିଛନ୍ତି । ତାଙ୍କ କହିବାନୁଯାୟୀ, ନାଇଜେରିଆର ଧନୀକ ଶ୍ରେଣୀ ଲୋକେ ଷ୍ଟାଟସ୍‌ ସିମ୍ୱଲ୍‌ ଦେଖାଇବା ଲାଗି ବାହାର ଦେଶରୁ ପିଜା ଅର୍ଡର କରି ଅଯଥାରେ ଧନ ଅପଚୟ କରୁଛନ୍ତି। ଏଥିପାଇଁ ସେମାନେ ୬୪୪୦ କି.ମି ଦୂରରୁ ପିଜା ଅର୍ଡର କରୁଛନ୍ତି। ତାଙ୍କ ଦେଶର ଧନୀକ ଲୋକେ ରାତିରେ ପିଜା ଅର୍ଡର କଲେ ସକାଳେ ଏହାର ଡେଲିଭରି ହେଉଛି। ବ୍ରିଟିଶ୍‌ ଏୟାରୱେଜ୍‌ର ଫ୍ଲାଇଟ୍‌ରେ ପିଜା ଯାଇ ନାଇଜେରିଆରେ ଡେଲିଭରି ହେଉଥିବା ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀଜଣକ ଏ ସମ୍ପର୍କରେ ନାଇଜେରିଆର ରାଜଧାନୀ ଅବୁଜାରେ ହେଉଥିବା ସିନେଟର ଏଗ୍ରିକଲଚର କମିଟିର ବୈଠକରେ କହିଛନ୍ତି।  ସେ କହିଥିଲେ ଯେ, ନାଇଜେରିଆବାସୀଙ୍କ ମୌଳିକ ଆବଶ୍ୟକତା ପୂରଣ ନିମନ୍ତେ ପ୍ରାୟତଃ  ଅଧିକାଂଶ  ଜିନିଷ ବାହାରୁ ଆମଦାନୀ କରାଯାଏ। କିନ୍ତୁ  ନିଜ ଆଧିପତ୍ୟ ଦେଖାଇବା ଲାଗି ଧନୀକଙ୍କ ଏପରି ମାନସିକତା ଠିକ୍‌ ନୁହେଁ।  ସେ ଏହାର କଡା ସମାଲୋଚନା କରିଛନ୍ତି।

ଯେଉଁ ଦେଶରେ ବହୁ ଲୋକ ଖାଇବାକୁ ପାଉନାହାନ୍ତି, ସେଠାରେ ନିଜ ଷ୍ଟାଟସ୍‌ ସିମ୍ୱଲ ଦେଖାଇବା ଲାଗି ଚାଉଳ, ଟମାଟୋ ପେଷ୍ଟଠୁ ଆରମ୍ଭ କରି ପିଜା ପର୍ଯ୍ୟନ୍ତ ବାହାର ଦେଶରୁ ଅର୍ଡର କରିବା କେତେ ଯୁକ୍ତି ସଙ୍ଗତ ବୋଲି ପ୍ରଶ୍ନ କରିଛନ୍ତି। ଏହା ଏକ ଚିନ୍ତାଜନକ ବିଷୟ ହୋଇଥିବା ବେଳେ  ଏପରି ଅଭ୍ୟାସ ବଦଳାଇବାକୁ ଗୁରୁତ୍ୱ ଦେବାକୁ ସେ ନିଜ ବକ୍ତବ୍ୟରେ କହିଥିଲେ। ମନ୍ତ୍ରୀଙ୍କ ବକ୍ତବ୍ୟର ଏକ ଭିଡ଼ିଓ ସୋଶାଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।



from Odisha Reporter http://bit.ly/2P50QuE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages