ସନ୍ଧ୍ୟାବେଳେ ଚାହା ସହ ପରଷନ୍ତୁ ଗରମା ଗରମ ପଣସ କଠା ଚପ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

ସନ୍ଧ୍ୟାବେଳେ ଚାହା ସହ ପରଷନ୍ତୁ ଗରମା ଗରମ ପଣସ କଠା ଚପ୍

ଆବଶ୍ୟକ ସାମଗ୍ରୀ: ସିଝା ପଣସ କଠା, ସିଝା ମଟର, ଭଜା ବାଦାମ, କଟା ନଡ଼ିଆ, ଅଦା-ରସୁଣ ବଟା, କଟା ପିଆଜ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଗରମ ମସଲା ଗୁଣ୍ଡ, ଫୁଟଣ, ଭୁସୃଙ୍ଗ ପତ୍ର, ଜୁଆଣି, ବେସନ, ଖାଇବା ସୋଡ଼ା, ତେଲ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ସିଝା ପଣସକୁ ଚକଟି ଦିଅନ୍ତୁ। ଗରମ ତେଲରେ ଫୁଟଣ, ପିଆଜ ଓ ଭୂସୁଙ୍ଗା ପତ୍ର ପକାଇ ଭାଜନ୍ତୁ। ପିଆଜ ବାଦାମୀ ରଙ୍ଗ ହୋଇଗଲେ ସେଥିରେ ହଳଦି, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଅଦା ଓ ରସୁଣ ବଟା ପକାଇ ପୁଣି କଷନ୍ତୁ। ମସଲା ପ୍ରସ୍ତୁତ ହୋଇଗଲେ ସେଥିରେ ପଣସ ଚକଟା, ସିଝା ମଟର୍, ଭଜା ବାଦାମ, ନଡିଆ କଟା, ଗରମ ମସଲା ଓ ଲୁଣ ଦେଇ ଭଲଭାବରେ ଗୋଳାଇ ମିଶାଇ ଦିଅନ୍ତୁ।

ବେସନରେ ଲୁଣ, ଜୁଆଣି, ଖାଇବା ସୋଢ଼ା ଓ ଆବଶ୍ୟକ ପରିମାଣରେ ପାଣି ମିଶାଇ ବହଳିଆ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏବେ କରେଇରେ ତେଲ ଗରମ କରି ମସଲା ଯୁକ୍ତ ପଣସକୁ ଗୋଲ ଗୋଲ କରି ବେସନରେ ବୁଡ଼ାଇ ଛାଣନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଗରମା ଗରମ ପଣସ ଚପ୍।



from Odisha Reporter http://bit.ly/2UavUK7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages