ମ୍ୟାଲେସିୟା ଓପନ୍: ପ୍ରଥମ ରାଉଣ୍ଡରୁ ସମୀର ବର୍ମା ଆଉଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 2, 2019

ମ୍ୟାଲେସିୟା ଓପନ୍: ପ୍ରଥମ ରାଉଣ୍ଡରୁ ସମୀର ବର୍ମା ଆଉଟ୍

କୁଆଲାଲୁମ୍ପୁର: ଏଠାରେ ଆରମ୍ଭ ହୋଇଥିବା ୭୫୦ହଜାର ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ମ୍ୟାଲେସିୟା ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରୁ ଭାରତୀୟ ଶଟଲର ସମୀର ବର୍ମା ବିଦାୟ ନେଇଛନ୍ତି।

ମଧ୍ୟପ୍ରଦେଶର ଏହି ୨୪ ବର୍ଷୀୟ ଖେଳାଳି ପ୍ରଥମ ରାଉଣ୍ଡରେ ବିଶ୍ୱର ଦୁଇ ନମ୍ବର ଚୀନ ଖେଳାଳି ଶି ୟୁକିଙ୍କଠାରୁ ୨୦-୨୨, ୨୩-୨୧, ୧୨-୨୧ ଗେମରେ ପରାସ୍ତ ହୋଇଛନ୍ତି। ସମୀର ଗତବର୍ଷ ଡିସେମ୍ବରରେ ଆୟୋଜିତ ୱାର୍ଲ୍ଡ ଟୁର୍ ସେମିଫାଇନାଲରେ ଶି ୟୁକିଙ୍କୁ ହରାଇଥିଲେ ହେଁ ଏଠାରେ ନିଜର ବିଜୟଧାରା ଜାରି ରଖିପାରିନାହାନ୍ତି।

୬୫ ମିନିଟ୍ ଧରି ଚାଲିଥିବା ଏହି ମ୍ୟାଚର ପ୍ରଥମ ଗେମଟି ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା, ଯେଉଁଥିରେ ସମୀର ୨୦-୨୨ରେ ହାରିଯାଇଥିଲେ। ତେବେ ଦ୍ୱିତୀୟ ଗେମରେ ସମୀର ଦମଦାର ପ୍ରତ୍ୟାବର୍ତ୍ତନ କରି ୨୩-୨୧ରେ ବିଜୟୀ ହୋଇ ମ୍ୟାଚକୁ ୧-୧ରେ ବରାବର କରିଥିଲେ। ନିର୍ଣ୍ଣାୟକ ତଥା ତୃତୀୟ ଗେମରେ ସମୀର ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ବେଳେ ଶି ୟୁକି ୯-୦ରେ ଆଗୁଆ ଥିଲେ। ଏହା ପରେ ଭାରତୀୟ ଖେଳାଳି ପ୍ରତ୍ୟାବର୍ତ୍ତନ କରିନପାରି ଗେମରେ ୧୨-୧୨ରେ ପରାସ୍ତ ହୋଇଥିଲେ।

ସେହିପରି ଭାରତ ପ୍ରଣବ ଜେରି ଚୋପ୍ରା ଓ ଏନ୍ ସିକ୍କି ରେଡ୍ଡି ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଯୋଡ଼ି ମିକ୍ସଡ ଡବଲ୍ସ ପ୍ରଥମ ରାଉଣ୍ଡରେ ଆୟର୍ଲ୍ୟାଣ୍ଡର ସାମ ମେଗି ଓ କ୍ଲୋଇ ମେଗିଙ୍କୁ ୨୨-୨୦, ୨୪-୨୨ ଗେମରେ ପରାସ୍ତ କରିଛନ୍ତି। ମ୍ୟାଚର ଦୁଇଟି ଗେମ ଟାଇବ୍ରେକରକୁ ଯାଇଥିଲା, ଯେଉଁଥିରେ ଭାରତୀୟ ଯୋଡ଼ି ବାଜି ମାରିନେଇଥିଲେ।



from Odisha Reporter https://ift.tt/2FHS1T8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages