ଗଛରୁ ଓହ୍ଲାଇବା ପାଇଁ ଅନୁରୋଧ କଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 13, 2019

ଗଛରୁ ଓହ୍ଲାଇବା ପାଇଁ ଅନୁରୋଧ କଲେ ମୋଦି

ନୂଆଦିଲ୍ଲୀ: ଦେଶରେ ନିର୍ବାଚନ ଋତୁ ଚାଲିଥିବା ବେଳେ ସ୍ଥାନ ଅନୁଯାୟୀ ବଦଳୁଛି ରାଜନୀତିକ ଦଳର ପାଣିପାଗ । ଗତକାଲି ଉତ୍ତର ପ୍ରଦେଶ ଆଜମଗଡ଼ରେ ବିଜେପି ରାଲିରେ ଚେୟାର ଖାଲି ପଡ଼ିଥିବା ବେଳେ ସମାନ ସମୟରେ କର୍ଣ୍ଣାଟକର ମାଙ୍ଗାଲୁରୁରେ ବିଜେପି ରାଲିରେ ଠିକ୍ ଓଲଟା ଚିତ୍ର ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ରାଲିକୁ ସମ୍ବୋଧନ କରୁଥିବା ବେଳେ ଉପସ୍ଥିତ ଜନତା ଚେୟାର ନ ପାଇ ଗଛ ଉପରେ ଚଢିଥିଲେ। ଆଉ ଟିକିଏ ଝଲକ ପାଇବା ପାଇଁ ମୋଦି..ମୋଦି ନାରା ଦେଇଥିଲେ।

ତେବେ ଏଭଳି ଜନ ସମାଗମ ଦେଖି କିନ୍ତୁ ପ୍ରଧାନମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେବା ପୂର୍ବରୁ ଗଛ ଉପରେ ଚଢିଥିବା ଜନତାଙ୍କୁ ଓହ୍ଲାଇବା ପାଇଁ ଅନୁରୋଧ କରିଥିଲେ। ଆପଣମାନେ ନିଜକୁ ସମ୍ଭାଳନ୍ତୁ, ଯଦି କିଛି ଆପଣମାନଙ୍କର ହୋଇଯିବ ତାହାଲେ ସେ ବହୁତ କଷ୍ଟ ଅନୁଭବ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ମୁଁ ଆପଣଙ୍କର, ଆଉ କେତେବେଳେ ଆସିଲେ ଆପଣମାନଙ୍କ ସହ ମିଶିବି କହି ଗଛରୁ ଓହ୍ଲାଇବା ପାଇଁ ଲୋକଙ୍କୁ ଅନୁରୋଧ କରିଥିଲେ।

ସବୁଠୁ ବଡ଼ କଥା ହେଲେ ଉତ୍ତର ପ୍ରଦେଶରେ ବିଜେପି ସରକାରର ଥିବା ବେଳେ ନିଜ ରାଲିରେ ଚେୟାର ଖାଲି ପଡ଼ିଛି ହେଲେ କର୍ଣ୍ଣାଟକରେ ବିରୋଧୀ ଦଳରେ ଥାଇ ଜନସମାଗମ ଜୁଟାଇବାରେ ସମର୍ଥନ ହୋଇଛି ବିଜେପି।



from Odisha Reporter http://bit.ly/2X3U76O

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages