
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୪ର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାରରେ କେନ୍ଦ୍ରାପଡ଼ା ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଆ ପମ୍ପ ମିସ୍ତ୍ରୀ(ପ୍ଲମ୍ବର)ଙ୍କୁ ମନେ ପକାଇଛନ୍ତି। ଖାଲି ମନେ ପକାଇ ନାହାନ୍ତି, ସେମାନଙ୍କ ସହ ଯେ ତାଙ୍କର ବେଶ ସଦ୍ଭାବ ରହିଛି କଥାରେ କଥାରେ ଏକଥା ସୂଚାଇ ଦେଇଛନ୍ତି।
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନୀ ଗସ୍ତରେ ଆଜି କେନ୍ଦ୍ରାପଡା ଆସି ବାରୁଆ ପଡ଼ିଆରୁ ଉଦ୍ବୋଧନ ଦେଇଥିଲେ। ଏଥର ମୋଦିଙ୍କ ଭାଷାରେ ଥିଲା ବେଶ୍ ଆଶ୍ୱସ୍ତି ଭାବ। ଓଡ଼ିଶା ବିଧାନସଭା ଓ ଲୋକସଭା ଆସନରୁ ଯେ ଭାଜପା ନିଶ୍ଚୟ ଜିତିବ ଏମିତି କିଛି ଭାବ ତାଙ୍କ ଭାଷାରୁ ବାରି ହୋଇ ପଡ଼ୁଥିଲା। ଭାଷଣରେ ସେ ଓଡ଼ିଆ ପ୍ଲମ୍ବରଙ୍କ ଖୁବ୍ ପ୍ରଶଂସା କରିଥିଲେ। ସେମାନଙ୍କ ସହ ମୋଦିଙ୍କର ଯେ ଭାବର ଆଦାନ ପ୍ରଦାନ ରହିଛି ତା ମଧ୍ୟ କଥା ଛଳରେ କହିଥିଲେ।
ମୋଦି କହିଥିଲେ, ଓଡ଼ିଶାର ଜନତା ରା଼ଜନେତାଙ୍କଠାରୁ ବହୁତ ଚାଲାକ। କେନ୍ଦ୍ରାପଡ଼ାର ପାଇପ୍ କାରଗରଙ୍କୁ ସାରା ଦେଶ ଜାଣେ। ମୋଦି ବି ଜାଣନ୍ତି। ସେମାନଙ୍କ ସହ ରାଜନୀତି ସମ୍ପର୍କରେ ଆଲୋଚନା ବି କରନ୍ତି। କାରଣ ସେମାନେ ହିଁ ଓଡ଼ିଶାର ରାଜନୀତି ଉପରେ ଭବିଷ୍ୟବାଣୀ କରି ମୋଦିଙ୍କୁ କହିଥିଲେ ଓଡ଼ିଶାରେ ବିଜେପି ହିଁ ବିଧାନସଭା ଓ ଲୋକସଭା ଆସନ ଜିତିବ।
ଏହି ପ୍ଲମ୍ବରମାନେ ମୋଦିଙ୍କୁ କହିଥିଲେ ଓଡ଼ିଆ ପମ୍ପ କାରିଗରମାନ ବଡ ପାଇପରେ କେବେ ଛୋଟ ପାଇପ୍ ଯୋଡନ୍ତି ନାହିଁ। ସବୁ ବେଳେ ସମାନ ସାଇଜର ପାଇପ୍ ଯୋଡନ୍ତି।
ଏହି ପ୍ଲମ୍ବରମାନେ ମୋଦିଙ୍କୁ ବୁଝାଇଥିଲେ, ଗାଡ଼ିଟିଏ ଗଡ଼ିବାକୁ ହେଲେ ଏହାର ୪ଟି ଚକା ବରାବର ହେବା ଦରକାର। ତିନୋଟ ଚକା ଠିକ ଥିବ, ୪ର୍ଥ ଚକାଟି ଯଦି ଦୁର୍ବଳ ଥିବ ତେବେ ଗାଡ଼ି ଗଡିବ କି ? ବିଲ୍କୁଲ୍ ନୁହେଁ। ତେଣୁ ଗାଡିରେ ତିନୋଟି ମୋଦି ଚକା ଲଗାଇ ସେମାନେ ଛାଡ଼ି ଦେଲେ ଓଡ଼ିଶାର ପ୍ରଗତି ଚକ ଗଡ଼ିବ ନାହିଁ। ତେଣୁ ସେମାନେ ନିଷ୍ପତି ନେଇଛନ୍ତି, ଏଥର ଓଡ଼ିଶା ଗାଡିରେ ୪ଟି ଚକା ଲାଗିବ ଆଉ ତାହା ମୋଦି ଚକା। ଅର୍ଥାତ୍ ଉପରେ ବିଜେପି, ତଳେ ବିଜେପି…।
ଭାଷଣରେ ପ୍ଲମ୍ବରଙ୍କୁ ମନେ ପକାଇ, ସେମାନଙ୍କ ଦକ୍ଷତାର ପ୍ରଶଂସା କରି ଭାଜପା ଭୋଟ ପାଉ ନ ପାଇ, ଆଜିର ସଭାରେ ଉପସ୍ଥିତ କେନ୍ଦ୍ରାପଡାବାସୀଙ୍କ ମନ କିନ୍ତୁ କିଣି ନେଇଛନ୍ତି ମୋଦି ।
from Odisha Reporter http://bit.ly/2W5UBJO
No comments:
Post a Comment