ମିଠା ପାଇଁ ଭାରତର ଏହି ସବୁ ସ୍ଥାନ ହୋଇପାରିଛି ଲୋକପ୍ରିୟ, ଆସନ୍ତୁ ଜାଣିବା… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 6, 2019

ମିଠା ପାଇଁ ଭାରତର ଏହି ସବୁ ସ୍ଥାନ ହୋଇପାରିଛି ଲୋକପ୍ରିୟ, ଆସନ୍ତୁ ଜାଣିବା…

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମ ଦେଶର ବିଭିନ୍ନ ସ୍ଥାନରେ ବିଭିନ୍ନ ମିଠାର ଆଦର ରହିଛି।  ପର୍ବପର୍ବାଣୀ ସମୟରେ ମଧ୍ୟ ଭିନ୍ନ ଭିନ୍ନ ମିଠା ଖୋଜାପଡେ। ବହୁତ ସ୍ଥାନରେ ଲୋକେ  ଖାଇବା ପରେ ମିଠା ଖାଇବାକୁ ପସନ୍ଦ କରିଥାନ୍ତି।

ଆମେ ଅନ୍ୟ ରାଜ୍ୟକୁ ବୁଲିବାକୁ ଗଲେ କେଉଁ ମିଠା  କିଣିବା ଏବଂ ଖାଇବା ତାକୁ ନେଇ ଦ୍ୱନ୍ଦରେ ପଡିଯାଉ। ଅନେକ ଜାଗା କେବଳ ମିଠା ପାଇଁ ଲୋକପ୍ରିୟ ହୋଇଛି। ଆସନ୍ତୁ ଆଜି ଜାଣିବା ଭାରତର କେଉଁ ଜାଗା କେଉଁ ପ୍ରକାର ମିଠା ପାଇଁ ପ୍ରସିଦ୍ଧ ଏବଂ ଲୋକପ୍ରିୟ ମଧ୍ୟ।

ସନ୍ଦେସ, ପଶ୍ଚିମବଙ୍ଗ

ଯଦି ଆପଣ କେବେ ପଶ୍ଚିମବଙ୍ଗ ଯାଉଥାନ୍ତି ତାହାଲେ  ସେଠାକାର ସନ୍ଦେସ୍‌ ଖାଇବାକୁ କେବେ ବି ଭୁଲନ୍ତୁ ନାହିଁ। ପଶ୍ଚିମବଙ୍ଗ ବିଭିନ୍ନ ପ୍ରକାର ସନ୍ଦେସ୍‌ ପାଇଁ ଲୋକପ୍ରିୟ ଅଟେ।

ନିଲେନ୍‌ ଗୁରେର୍‌ ସନ୍ଦେଶ ନାମକ ସନ୍ଦେସର ଏଠାରେ ଚାହିଦା ଅଧିକ। ଏହା  ଗୁଡ଼ ଏବଂ ଖଜୁରୀରେ ପ୍ରସ୍ତୁତ ହୋଇଥାଏ। ଏବେ ଚକୋଲେଟ୍‌, ଷ୍ଟ୍ରବେରୀ, ଆମ୍ବ ଏବଂ ଆହୁରି ଅନେକ ଜିନିଷରେ ମଧ୍ୟ ସନ୍ଦେଶ ପ୍ରସ୍ତୁତ କରାଯାଉଛି। ଏହାର ସ୍ୱାଦ ସମସ୍ତଙ୍କୁ ଭଲ ଲାଗିଥାଏ।

ମାଲାଇଓ, ଉତ୍ତରପ୍ରଦେଶ

ଏହା ଉତ୍ତରପ୍ରଦେଶର ବାରଣାସୀରେ ବହୁତ ଲୋକପ୍ରିୟ ମିଠା। ଗରମ ଦିନରେ ଏହାର ଥଣ୍ଡା ଏବଂ ମିଠା ସ୍ୱାଦ ଆପଣଙ୍କୁ ମତୁଆଲା କରିଦେବ ନିଶ୍ଚୟ। କ୍ଷୀର, କ୍ରୀମ୍‌କୁ ବ୍ୟବହାର କରି ଏହା ତିଆରି ହୋଇଥାଏ। ଯାହା ଉତ୍ତରପ୍ରଦେଶର ସବୁ ଗଳିରେ ମିଳିଥାଏ।

ବେବ୍‌ନ୍‌କା, ଗୋଆ

ଆପଣ ଯଦି ଗୋଆ ବୁଲି ଯାଇ ପାର୍ଟି ଆଟେଣ୍ଡ କରୁଛନ୍ତି, ତା ହେଲେ  ବେବ୍‌ନ୍‌କୋ ନାମକ ସୁଇଟ୍‌ ଡିସ୍‌ ଖାଇବାକୁ ଆଦୌ ଭୁଲନ୍ତୁ ନାହିଁ। ଗୋଆର ପାର୍ଟିମାନଙ୍କରେ ଆପଣ ଯଦି ଏହି ମିଠା ଖାଇ ନାହାନ୍ତି ତାହାଲେ ଆପଣ ବହୁତ ଭଲ ଜିନିଷର ସ୍ୱାଦ ଚାଖିବାରେ ବିଳମ୍ବ କରିଦେଇଛନ୍ତି। ତେବେ ଏହି ମିଠା ଗୋଆରେ ବହୁତ ଲୋକପ୍ରିୟ ଅଟେ। ଆଉ ମିଠା ଖାଇବାକୁ ପସନ୍ଦ କରୁଥିବା ଲୋକ ତ ଏହି ମିଠାକୁ ଦେଖିଲେ ନ ଖାଇବା ଯାଏ ନିଜକୁ ସମ୍ଭାଳି ପାରିବେ ନାହିଁ।

ଏହି ମିଠାରେ ସାତଟି ପରସ୍ତ ଥାଏ। ଯାହା ଅଟା, ଚିନି, ଲହୁଣୀ, ଅଣ୍ଡା, ନଡ଼ିଆ ଏବଂ କ୍ଷୀରକୁ ମିଶାଇ ତିଆରି କରାଯାଇଥାଏ। ଆଉ ଏହାକୁ ଆପଣ ଆଇସ୍‌କ୍ରୀମ୍‌ ସହ ଖାଇପାରିବେ।

ଘେଭର୍‌, ରାଜସ୍ଥାନ

ଆପଣ ଯଦି ଏହି ଘେଭର୍‌ ମିଠାର ସ୍ୱାଦ ନେବା ପାଇଁ ଚାହୁଁଛନ୍ତି ତାହାଲେ ଆପଣଙ୍କୁ କିଛି ଖାସ୍‌ ପର୍ବରେ ରାଜସ୍ଥାନ ଯିବାକୁ ହେବ। ଏହି ଲୋକପ୍ରିୟ ମିଠା ରକ୍ଷାବନ୍ଧନ ଏବଂ ତିଜ୍‌ ପର୍ବରେ ତିଆରି ହୋଇଥାଏ।  ଲୋକଙ୍କ ଚାହିଦାକୁ ଦେଖି ଏବେ ଏହା ଉତ୍ତର ଭାରତରେ ମଧ୍ୟ  ପ୍ରସ୍ତୁତ ହେଉଛି।

ଯଦି ଆପଣ ଜୁଲାଇ, ଅଗଷ୍ଟ ,ଏବଂ ସେପ୍ଟେମ୍ବର ମାସରେ ସେଠାକୁ ଯାଉଛନ୍ତି ତାହାଲେ ଆପଣ ସେଠାକାର ପବନରେ ମଧ୍ୟ ଏହାର ବାସ୍ନା ପାଇପାରିବେ। ଏହି ମିଠା ଲହୁଣୀ ଏବଂ ଚିନିରେ ପ୍ରସ୍ତୁତ କରାଯାଇଥାଏ। ଆପଣ ଥରେ ଖାଇଲେ କେବେ ଏହାର ସ୍ୱାଦ ଭୁଲିପାରିବେ ନାହିଁ।

 

ଛେନାପୋଡ଼, ଓଡ଼ିଶା

ଆପଣମାନେ ତ ଜାଣିଥିବେ ଏହି ମିଠା ଆମ ଓଡ଼ିଶାରେ କେତେ ଲୋକପ୍ରିୟ। ତେବେ ଆମେ ଏହି ମିଠାକୁ ବିଭିନ୍ନ ପ୍ରକାର ପର୍ବ ପର୍ବାଣୀ ହେଉ ବା ପୂଜା ପାଠ ସବୁ ସ୍ଥାନରେ ବ୍ୟବହାର କରିଥାଉ। ଏହା ଛେନା ଏବଂ ଚିନିରେ ପ୍ରସ୍ତୁତ ହୋଇଥାଏ।

ଏହାକୁ ସେତେ ସମୟ ପୋଡ଼ା ଯାଇଥାଏ ଯେତେ ସମୟ ପର୍ଯ୍ୟନ୍ତ ଏହାର ରଙ୍ଗ ଗାଢ଼ା ଲାଲ୍‌ ନ ହୋଇଛି। ଏହାକୁ ପାଟିକୁ ନେଲାମାନେ ମିଳାଇ ଯାଇଥାଏ। ଆଉ ଆମ ଓଡ଼ିଶା ମଧ୍ୟ ଏହି ମିଠା ପାଇଁ ଦେଶ ବିଦେଶରେ ପରିଚିତ ହୋଇପାରିଛି।

 



from Odisha Reporter http://bit.ly/2UiZnXx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages