କ୍ୱାର୍ଟର ଫାଇନାଲ୍‌ରେ ସିନ୍ଧୁ, ସାଇନା ଓ ସମୀର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 25, 2019

କ୍ୱାର୍ଟର ଫାଇନାଲ୍‌ରେ ସିନ୍ଧୁ, ସାଇନା ଓ ସମୀର

ୟୁହାନ୍‌: ଏସିଆନ୍‌ ବ୍ୟାଡମିଣ୍ଟନ୍‌ ଚାମ୍ପିୟନଶିପ୍‌ରେ ଭାରତୀୟ ଶଟଲରଙ୍କ ବିଜୟ ଅଭିଯାନ ଜାରି ରହିଛି। ଉଭୟ ମହିଳା ଓ ପୁରୁଷ ଏକକ ବର୍ଗରେ ଭାରତୀୟ ଖେଳାଳିମାନେ ଦମଦାର ପ୍ରଦର୍ଶନ କରି ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲ୍‌ରେ ନିଜ ନିଜର ସ୍ଥାନ ସୁରକ୍ଷିତ କରିଛନ୍ତି। ମହିଳା ଏକକ ବର୍ଗରେ ପିଭି ସିନ୍ଧୁ ଓ ସାଇନା ନେହ୍ୱାଲ ନିଜ ନିଜର ମ୍ୟାଚ୍‌ ଜିତି ଥିବା ବେଳେ ପୁରୁଷ ବର୍ଗରେ ସମୀର ବର୍ମା ନିଜର ଯାଦୁ ଦେଖାଇଛନ୍ତି।

ପ୍ରି କ୍ୱାର୍ଟର ଫାଇନାଲ୍‌ରେ ସିନ୍ଧୁଙ୍କ ମୁକାବିଲା ଇଣ୍ଡୋନେସିଆର ଚୋଇରୁନିସାଙ୍କ ସହ ହୋଇଥିଲା। ଏହି ମ୍ୟାଚ୍‌ଟିକୁ ସିନ୍ଧୁ ମାତ୍ର ୩୩ ମିନିଟ୍‌ରେ ଶେଷ କରିଦେଇଥିଲେ। ସିନ୍ଧୁ ୨୧-୧୫ ଓ ୨୧-୧୯ରେ ମ୍ୟାଚ୍‌ ଜିତି ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସିନ୍ଧୁ କ୍ୱାର୍ଟର ଫାଇନାଲ୍‌ରେ ଚାଇନାର କାଇ ୟାନୟାନଙ୍କୁ ଭେଟିବେ।

ଅନ୍ୟତମ ମହିଳା ଶଟଲର ସାଇନା ମଧ୍ୟ ପ୍ରି କ୍ୱାର୍ଟରରେ ଦକ୍ଷିଣ କୋରିଆର କିମ ଗା ଇନ୍‌ଙ୍କୁ ସିଧାସଳଖ ୨୧-୧୩ ଓ ୨୧-୧୩ରେ ପରାସ୍ତ କରି କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି।
ଅନ୍ୟପକ୍ଷରେ ପୁରୁଷ ଏକକ ବର୍ଗରେ ସୀମିର ବର୍ମା ମଧ୍ୟ ନିଜର ଦବଦବା ଦେଖାଇଛନ୍ତି। ସେ ହଂକଂର ଏନଜି କା ଲଙ୍ଗ ଅଙ୍ଗୁସଙ୍କୁ ୨୧-୧୨ ଓ ୨୧-୧୯ରେ ପରାସ୍ତ କରିଛନ୍ତି।
ତେବେ ମିକ୍ସଡ୍‌ ଡବଲ୍‌ ଇଭେଣ୍ଟରେ ଭାରତ ଉତ୍କର୍ସ ଅରୋରା ଓ କରିଶ୍ମା ୱାଦକରଙ୍କ ଯୋଡ଼ି ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡ଼ିଛନ୍ତି।



from Odisha Reporter http://bit.ly/2PsQvsB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages