
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ପାରଦ ଉପରକୁ ବଢୁଥିବା ବେଳେ ଖରା ତାତିରେ ଅତିଷ୍ଠ ହୋଇପଡୁଛନ୍ତି ଲୋକେ। ଏଥିରୁ ନିସ୍ତାର ପାଇବା ଲାଗି ଅଧିକାଂଶ ଲୋକ ଛୁଟି କାଟିବାକୁ ବିଭିନ୍ନ ଥଣ୍ଡା ଜାଗାକୁ ଯିବାକୁ ପସନ୍ଦ କରୁଛନ୍ତି ।
ଏଥିନିମନ୍ତେ ସମସ୍ତେ ଶିମଲା, ମନାଲି, ଜମ୍ମୁ କଶୀର ପରି ଜାଗାକୁ ପ୍ରଥମ ପସନ୍ଦ ଭାବେ ସ୍ଥିର କରୁଛନ୍ତି। ଏହାଦ୍ୱାରା ଉକ୍ତ ସ୍ଥାନରେ ଭିଡ଼ ଜମିବା ସହ ଆପଣ ସେଠାକାର ପ୍ରାକୃତିକ ମନଲୋଭା ପରିବେଶର ଭରପୁର ମଜା ନେଇପାରନ୍ତି ନାହିଁ। ଆଜି ଆମେ ଏପରି କିଛି ସ୍ଥାନ ବିଷୟରେ କହିବୁ ଯାହାକୁ ଥରେ ଦେଖିଲେ ଆପଣ ସେଠାରୁ ଆସିବାକୁ ଇଚ୍ଛା କରିବେ ନାହିଁ। ହେଲେ ଏହା ସମସ୍ତଙ୍କ ଅଗୋଚରରେ ରହିଯାଇଛି।
ହେମକୁଣ୍ଡ ସାହିବ
ଉତ୍ତରାଖଣ୍ଡର ଚମେଲି ଜିଲାରେ ଏହି ତୀର୍ଥକ୍ଷେତ୍ର ମହଜୁଦ ରହିଛି। ଯାହା ହେମକୁଣ୍ଡ ସାହିବ ନାମରେ ପରିଚିତ। ଏହାର ଚତୁଃପାର୍ଶ୍ୱକୁ ଗ୍ଲେସିୟର ହ୍ରଦ ଘେରି ରହିଛି। ଏପରି ସ୍ଥାନକୁ ଆସିବାକୁ ଲୋକଙ୍କୁ କିନ୍ତୁ କଷ୍ଟ କରିବାକୁ ପଡ଼ିଥାଏ। ଏଥିନିମନ୍ତେ ସେମାନଙ୍କୁ ୧୩ କି.ମି ପାଦରେ ଚାଲିବାକୁ ପଡ଼ିଥାଏ, ନ ହେଲେ ଘୋଡ଼ା ପିଠିରେ ବସିକି ଯିବାକୁ ପଡେ। ଶୀତ ଋତୁରେ ଏହି ଅଞ୍ଚଳକୁ ବରଫର ଆସ୍ତରଣ ଆଚ୍ଛାଦିତ କରିଥାଏ। ତେଣୁ ଖରା ଦିନେ ଏଠାକୁ ଆସିଲେ ଆପଣ ଗରମରୁ ନିସ୍ତାର ପାଇବା ସହ ଭରପୁର ମଜା ଉଠାଇ ପାରିବେ।

ହୋମିସ
ଦୁଃସାହସିକତା ସହିତ ସୌନ୍ଦର୍ଯ୍ୟର ଅପୂର୍ବ ମିଳନ ହେଉଛି ହୋମିସ୍। ଲଦାଖ୍ରେ ଥିବା ଏହି ଜାଗା ବହୁତ ଲୋକପ୍ରିୟ ଅଟେ। ଭାରତର ଭୂସ୍ୱର୍ଗ କୁହାଯାଉଥିବା ଜମ୍ମୁ, କଶ୍ମୀର ନିକଟରେ ଏହି ଜାଗାକୁ ଥରେ ଯିଏ ଆସିଛି, ସେ ପ୍ରକୃତିକୁ ପାଖରୁ ଦେଖିବାର ସୁଯୋଗ ପାଇଛି। ଏହାର ତାପମାତ୍ରା ବହୁତ କମ୍ ରୁହେ। ଫଳରେ ଆପଣ ଏଠାକୁ ଖରା ଦିନେ ଆସିଲେ ପୁରା ଥଣ୍ଡା ଥଣ୍ଡା ଅନୁଭବ କରିବେ।

କାରଗିଲ୍
ଜମ୍ମୁ କଶ୍ମୀରରେ ଅବସ୍ଥିତ କାରଗିଲ୍ ଦୁନିଆର ସବୁଠୁ ଥଣ୍ଡା ସ୍ଥାନ ମଧ୍ୟରୁ ଅନ୍ୟତମ। ସିନ୍ଧି ନଦୀ କୂଳରେ ଅବସ୍ଥିତ ଏହି ସ୍ଥାନର ତାପମାତ୍ରା ଶୀତ ଦିନେ -୪୮ ଡିଗ୍ରୀରେ ପହଞ୍ଚିଯାଏ। ତେଣୁ ଗରମ ଦିନରେ ବି ଏଠାରେ ପ୍ରବଳ ଥଣ୍ଡା ଅନୁଭୂତ ହୁଏ।

ଲେହ
ଲଦାଖର ରାଜଧାନୀ ଲେହ ଅପୂର୍ବ ସୌନ୍ଦର୍ଯ୍ୟର ଗନ୍ତାଘର। ଦୂରଦୂରାନ୍ତରୁ ପର୍ଯ୍ୟଟକ ଏଠାକୁ ଆପଣା ଛାଏଁ ଭାବେ ଟାଣି ହୋଇ ଆସିଥାନ୍ତି। ଏହାର ସଂସ୍କୃତି, ପରମ୍ପରା ସହ ପରିଚିତ ହେବା ସହ ଏଠାକୁ ଆସୁଥିବା ଲୋକେ ନିକଟରେ ଥିବା ବହୁ ଛୋଟବଡ଼ ପର୍ଯ୍ୟଟନ ସ୍ଥଳୀର ମଜା ନିଅନ୍ତି। ବର୍ଷ ସାରା ଏଠାରେ ତାପମାତ୍ର ୭ ଡିଗ୍ରୀରୁ ଅଧିକ ରହୁନଥିବା ସ୍ଥାନୀୟ ଅଞ୍ଚଳବାସୀ କହିଥାନ୍ତି। ଶୀତ ଦିନେ ଏହି ତାପମାତ୍ରା ଆହୁରି ଖସିଯାଏ।

from Odisha Reporter http://bit.ly/2UfrdyY
No comments:
Post a Comment