ପଞ୍ଜାବକୁ ଝଟକା, ଆଇପିଏଲରୁ ବାଦ୍ ପଡ଼ିପାରନ୍ତି ଗେଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

ପଞ୍ଜାବକୁ ଝଟକା, ଆଇପିଏଲରୁ ବାଦ୍ ପଡ଼ିପାରନ୍ତି ଗେଲ୍

ମୁମ୍ବାଇ: କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ବୁଧବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଗେଲ୍ ଏହି ମ୍ୟାଚରେ ୩୬ ବଲରେ ୬୩ ରନର ଇନିଂସ୍ ଖେଳିଥିଲେ।

ତେବେ ତାଙ୍କର ଏହି ଇନିଂସ୍ ଟିମ୍ ପାଇଁ ଫଳପ୍ରଦ ହୋଇନଥିଲା, କାରଣ ପଞ୍ଜାବ ଶେଷ ବଲରେ ମ୍ୟାଚ୍ ୩ ୱିକେଟରେ ହାରିଯାଇଥିଲା। କେବଳ ପରାଜୟ ନୁହେଁ ବରଂ ଏହି ମ୍ୟାଚରେ ପଞ୍ଜାବର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଗେଲ୍ ଆହତ ହୋଇଛନ୍ତି। ଆହତ କାରଣରୁ ଗେଲ୍ ଆଇପିଏଲରୁ ବାହାର ହୋଇପାରନ୍ତି।

ମୁମ୍ବାଇ ବୋଲରଙ୍କୁ ନିର୍ମମ ଧୁଲେଇ କରିଥିବା ଗେଲଙ୍କୁ ପଞ୍ଜାବ ଇନିଂସର ୧୩ତମ ଓଭରରେ ପିଠିରେ ଯନ୍ତ୍ରଣା ଅନୁଭୂତ ହୋଇଥିଲା। ଯନ୍ତ୍ରଣା ଅତ୍ୟଧିକ ହେବାରୁ ସେ ଏକ ଟ୍ୟାବଲେଟ୍ ଖାଇଥିଲେ। ଏହାର ଫାଇଦା ତାଙ୍କୁ ହୋଇନଥିଲା ଏବଂ ପରବର୍ତ୍ତୀ ବଲରେ ସେ ଆଉଟ୍ ହୋଇଯାଇଥିଲେ।

ମ୍ୟାଚ୍ ପରେ ଦଳର ଅଧିନାୟକ ରବିଚନ୍ଦ୍ରନ୍ ଅଶ୍ୱିନ୍ କହିଥିଲେ, ପିଠିରେ ଯନ୍ତ୍ରଣା ଅନୁଭୂତ ହେବାରୁ ଗେଲ୍ ମୁମ୍ବାଇ ବିପକ୍ଷ ମ୍ୟାଚରେ ଫିଲ୍ଡିଂ କରିବାକୁ ଓହ୍ଲାଇନଥିଲେ। ଗେଲଙ୍କ ବ୍ୟତୀତ ଅଙ୍କିତ ରାଜପୁତଙ୍କୁ ମଧ୍ୟ ଆଘାତ ଲାଗିଛି। ପ୍ରଥମ ଓଭରରେ ଅଙ୍କିତଙ୍କ ଅଙ୍ଗୁଳିରେ ଆଘାତ ଲାଗିଥିଲା। କିନ୍ତୁ ସେ ପରବର୍ତ୍ତୀ ମ୍ୟାଚ ବେଳକୁ ଫିଟ୍ ହୋଇଯାଇଥିବେ ବୋଲି ଅଶ୍ୱିନ୍ କହିଛନ୍ତି।

ଅନ୍ୟପକ୍ଷରେ ଗେଲଙ୍କ ଆହତକୁ ନେଇ ପଞ୍ଜାବ କୋଚ୍ ଶ୍ରୀଧରନ୍ ଶ୍ରୀରାମ କହିଛନ୍ତି, ଗେଲଙ୍କ ଆହତ ସମସ୍ୟା କେତେ ଗୁରୁତର, ତାହା ଏବେ ଜଣାପଡ଼ି ନାହିଁ। ଯଦି ସେ ଅଧିକ ଯନ୍ତ୍ରଣା ଅନୁଭୂତ କଲେ, ତାହେଲେ ସେ ଟୁର୍ଣ୍ଣାମେଣ୍ଟର ପରବର୍ତ୍ତୀ ମ୍ୟାଚରୁ ବାଦ୍ ପଡ଼ିବେ।’



from Odisha Reporter http://bit.ly/2v1j2vM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages