ଖରାଦିନେ କାକୁଡ଼ି ଖାଆନ୍ତୁ , ଆଉ ସୁସ୍ଥ ରୁହନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 7, 2019

ଖରାଦିନେ କାକୁଡ଼ି ଖାଆନ୍ତୁ , ଆଉ ସୁସ୍ଥ ରୁହନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାକୁଡ଼ି ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି। ଖରାଦିନେ ଏହା ସବୁ ସ୍ଥାନରେ ମିଳିବା ସହ ଅଧିକ ବିକ୍ରୀ ମଧ୍ୟ ହୋଇଥାଏ। ତେବେ ଆଜି ଆପଣଙ୍କୁ କାକୁଡ଼ି ଖାଇବାର ଉପକାରିତା ବିଷୟରେ କହିବାକୁ ଯାଉଛୁ।

ଏଥିରେ ଭିଟାମିନ ସି, ଭିଟାମିନ କେ, ପୋଟାସିୟମ୍‌, ଫସଫରସ୍‌, ଆଇରନ୍‌ ଇତ୍ୟାଦି ବହୁତ ପରିମାଣରେ ଥାଏ। ଏହା ଆମକୁ ବହୁତ ରୋଗରୁ ରକ୍ଷା କରିଥାଏ। ଆଉ ଏହା ଆମ ଶରୀର ପାଇଁ ମଧ୍ୟ ବହୁତ ଆବଶ୍ୟକ ମଧ୍ୟ ହୋଇଥାଏ। ତେବେ ପଢ଼ନ୍ତୁ ଏହାକୁ ଖାଇଲେ ବା ଜୁସ୍‌ କରି ପିଇଲେ ଏହା ଆମ ଶରୀରକୁ କେଉଁ ସବୁ ଫାଇଦା ଦେଇଥାଏ।ତେବେ ଜାଣନ୍ତୁ ଏହାର ଫାଇଦା ବିଷୟରେ।

-ଏଥିରେ ଫାଇବର୍‌ ଅଧିକ ପରିମାଣରେ ରହିଥାଏ। ଏଥିରେ ଫ୍ୟାଟ୍‌ କମ୍‌ ଥିବା କାରଣରୁ ଆମ ଶରୀର ପାଇଁ ଏହା ଉପକାରୀ ହୋଇଥାଏ।

-କାକୁଡ଼ି ପାଚନ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଯେପରିକି କବଜ, ଗ୍ୟାସ୍‌, ଏସିଡିଟି ଇତ୍ୟାଦିକୁ ଦୂର କରିବାରେ ଅନେକ ସହାୟକ ହୋଇଥାଏ।

-ଏଥିରେ ପୋଟାସିୟମ୍‌ ରହିଥାଏ, ଯାହା ଆମ ହାର୍ଟ ପାଇଁ ବହୁତ ଉପକାରୀ ହୋଇଥାଏ।

-କାକୁଡ଼ି  ବ୍ଲଡ୍‌ ପ୍ରେସର୍‌କୁ ମଧ୍ୟ ନିୟନ୍ତ୍ରଣ କରିଥାଏ। ଏହା ହାଇ କୋଲେଷ୍ଟ୍ରୋଲ୍‌କୁ କମାଇଥାଏ। ଯାହା ଦ୍ୱାରା ହାର୍ଟ ଆଟାକ ଏବଂ ଷ୍ଟ୍ରୋକ୍‌କୁ ରୋକି ହୋଇଥାଏ।

-ଏଥିରେ ଭିଟାମିନ-କେ, ସିଲିକା ଏବଂ କ୍ୟାଲ୍‌ସିୟମ୍‌ ଅଧିକ ମାତ୍ରାରେ ରହିଥାଏ। ତେବେ ଏହାକୁ ଖାଇଲେ ଆମ ଦାନ୍ତ ଏବଂ ହାଡ଼ ମଜବୁତ ହୋଇଥାଏ।

-ଏହାକୁ ଖାଇବା ଦ୍ୱାରା ଆମ ଶରୀରରେ ହର୍ମୋନ୍‌ ମଧ୍ୟ ନିୟନ୍ତ୍ରଣରେ ରହିଥାଏ।

-ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା ବହୁତ ଲାଭ ଦେଇଥାଏ। ଡାଇବେଟିସ୍‌ ରୋଗୀ ପ୍ରତ୍ୟେକ ଦିନ କାକୁଡ଼ି ଖାଇବା ଆବଶ୍ୟବ।

-କାକୁଡ଼ିର ମଞ୍ଜି ପେଟ ପାଇଁ ବହୁତ ଭଲ ହୋଇଥାଏ। ଏହା ପେଟର କୃମିକୁ ସଫା କରିଥାଏ।

-ତେବେ ଯଦି ଆପଣ ଓଜନ କମାଇବେକୁ ଚାହୁଁଛନ୍ତି ତାହାଲେ ଆପଣ ପ୍ରତିଦିନ କାକୁଡ଼ି ଖାଆନ୍ତୁ।

-ଏହାକୁ ଖାଇଲେ ପେଟ ଫୁଲ୍‌  ରହିଥାଏ ଏବଂ ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଆମ ଶରୀରରେ ଥିବା ଟକ୍‌ସିନ୍‌କୁ ବାହାର କରିଥାଏ।

-ଏହା ପ୍ରାୟ ସମସ୍ତ ପ୍ରକାର କ୍ୟାନସର୍‌ର ଆଶଙ୍କା କମାଇଥାଏ।

-ଏହା କିଡ୍‌ନୀ ପାଇଁ ମଧ୍ୟ ବହୁତ ଉପକାରୀ ହୋଇଥାଏ। କିଡ୍‌ନୀରେ ଷ୍ଟୋନ୍‌ ହେବାକୁ ଏହା ଦିଏନାହିଁ।

-ଏହା ଆମ ତ୍ୱଚା ଏବଂ କେଶ ପାଇଁ ମଧ୍ୟ ବହୁତ ଉପକାରୀ ହୋଇଥାଏ। ଏହାକୁ ବିଭିନ୍ନ ଉପାୟରେ ବ୍ୟବହାର କରି ଆମେ ସୁନ୍ଦର ଦିଶିବା ସହ କେଶକୁ ମଧ୍ୟ ଘନ ଏବଂ ଲମ୍ବା କରିପାରିବା।



from Odisha Reporter http://bit.ly/2IfcSjE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages