୬ ବର୍ଷରୁ ଡ୍ୟାନ୍ସ କରିବା ଆରମ୍ଭ କରିଥିଲେ ଏହି କୋରିଓଗ୍ରାଫର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 9, 2019

୬ ବର୍ଷରୁ ଡ୍ୟାନ୍ସ କରିବା ଆରମ୍ଭ କରିଥିଲେ ଏହି କୋରିଓଗ୍ରାଫର୍‌

ମୁମ୍ବାଇ: ଡ୍ୟାନ୍ସର୍‌ ଏବଂ କୋରିଓଗ୍ରାଫର୍‌ ଟେରେନ୍ସ ଲେୱିସ୍‌ଙ୍କ ଆଜି ହେଉଛି ୪୩ ତମ ଜନ୍ମଦିନ। ଜନ୍ମ ଦିନରେ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା। ୧୯୭୫ ମସିହା ଆଜିର ଦିନରେ ମୁମ୍ବାଇରେ ଟେରାନ୍ସଙ୍କ ଜନ୍ମ ହୋଇଥିଲା। ଏହା ବହୁତ କମ୍‌ ଲୋକ ଜାଣିଥିବେ ଯେ, ଟେରେନ୍ସ କେବଳ ଜଣେ ଭଲ ଡ୍ୟାନ୍ସର ନୁହନ୍ତି, ଷ୍ଟେଜ୍‌ରେ ଡ୍ୟାନ୍ସ କରିବାକୁ ମଧ୍ୟ ସେ ରୁଚି ରଖନ୍ତି।

ବହୁ  ଲୋକପ୍ରିୟ ଟିଭି ଶୋ’ “ଖତ୍‌ରୋ କେ ଖିଲାଡ଼ି” ସିଜିନ୍‌ ୩ରେ ମଧ୍ୟ ସେ ଭାଗ ନେଇ ତାଙ୍କ ଜଲ୍‌ୱା ଦେଖାଇଥିଲେ। ପରେ କିନ୍ତୁ ସେ ୧୧ ତମ ଏପିସୋଡ୍‌ରୁ ବାହାରି ଯାଇଥିଲେ।

୬ ବର୍ଷ ବୟସରୁ ଟେରେନ୍ସ ଡ୍ୟାନ୍ସ କରିବା ଆରମ୍ଭ କରିଥିଲେ। ଯେତେବେଳେ ତାଙ୍କ ଡ୍ୟାନ୍ସ ଶିକ୍ଷକ ତାଙ୍କୁ ପ୍ରତିଯୋଗିତାରେ ଭାଗ ନେବାକୁ ପଚାରିଥିଲେ, ସେତେବେଳେ ସେ ହଁ କହିଥିଲେ। ଆଉ ସେହି ପ୍ରତିଯୋଗିତାରେ ସେ ବିଜେତା ମଧ୍ୟ ହୋଇଥିଲେ। ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ମୁଁ ରକ୍‌ଷ୍ଟାର୍‌ ହେବାକୁ ଚାହୁଁଥିଲି। ପରେ ଲୁଚି ଲୁଚି କଥକ୍‌ ମଧ୍ୟ ଶିଖୁଥିଲି। ସେତେବେଳେ  ଘରଲୋକ ତାଙ୍କର ଏପରି ନିଷ୍କତ୍ତିରେ ସହମତ ନଥିଲେ।

ତାଙ୍କ ବାପା କହୁଥିଲେ ଯେ, ସେ ଏବେ ପାଠ ପଢ଼ନ୍ତୁ, ଏବଂ ୧୫ ବର୍ଷ ପରେ ସେ ଡ୍ୟାନ୍‌ସରେ ସମୟ ଦିଅନ୍ତୁ। ସେ କିନ୍ତୁ  ନିଜ ପାଠପଢା ଖର୍ଚ୍ଚ ଉଠାଇବା ପାଇଁ ଡ୍ୟାନ୍ସ ଶିଖାଇବା ଆରମ୍ଭ କରିଦେଇଥିଲେ। ସେ ଡ୍ୟାନ୍‌ସିଂ ଫିଟ୍‌ନେସ୍‌ ବାବଦରେ ମାଧୁରୀ, ଗୌରୀ ଖାନ୍‌ ଏବଂ ବିପାଷାଙ୍କ ଭଳି ସେଲିବ୍ରିଟିଙ୍କୁ ଟ୍ରେନିଂ ଦେଇଛନ୍ତି।
ତାଙ୍କୁ “ଲଗାନ୍‌“ ଫିଲ୍ମରେ ପ୍ରଥମ ବ୍ରେକ୍‌ ମିଳିଥିଲା। କିନ୍ତୁ ସେ ଟିଭିରେ ନିଜ କ୍ୟାରିୟର୍‌ କରିବା ପାଇଁ ଫିଲ୍ମରେ ଏତେ ଧ୍ୟାନ ଦେଇ ନଥିଲେ।

ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ମୁଁ ୧୦ଟି ଫିଲ୍ମରେ କାମ କରିଛି, କିନ୍ତୁ ସେହି କାମ ମତେ ଏତେ ପସନ୍ଦ ଆସିଲା ନାହିଁ। ତା ପରେ  ମୋତେ ଟିଭିରେ ଅଫର୍‌ ମିଳିବା ପରେ ମୁଁ ଫିଲ୍ମରେ କାମ କରିବା ଛାଡ଼ି ଦେଇଥିଲି।

“ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ” ଏବଂ “ନଚ୍‌ ବଲିଏ” ଭଳି ବହୁ ଲୋକପ୍ରିୟ ରିଆଲିଟି ଶୋ’ରେ ସେ ଜଜ୍‌ ହୋଇଛନ୍ତି। କୋରିଓଗ୍ରାଫର୍‌ ଟେରେନ୍ସ ଲେୱିସ୍‌ଙ୍କ ନାମ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡରେ  ମଧ୍ୟ ସ୍ଥାନ ପାଇଛି।

ବିବାହ ବାବଦରେ ସେ କିଛି ଅଲଗା କଥା ହିଁ କୁହନ୍ତି। ସେ କୁହନ୍ତି ଯେ, ମୁଁ ସିଙ୍ଗିଲ୍‌ରେ ବହୁତ ଖୁସି ଅଛି। ୧୨ ଘଣ୍ଟା ଯାଏ ମୁଁ କୌଣସି ଜଣେ ଲୋକ ପାଖରେ ରହିପାରିବି ନାହିଁ। ମୋତେ ଲାଗୁନାହିଁ ଯେ, ଖୁସି ରହିବା ପାଇଁ ବାହା ହେବା ଜରୁରୀ।



from Odisha Reporter http://bit.ly/2OYvUMB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages