ଧୋନି କିମ୍ବା ସଚିନ ନୁହନ୍ତି, ଏହି ଭାରତୀୟ କ୍ରିକେଟର ଆରମ୍ଭ କରିଥିଲେ ହେଲିକପ୍ଟର ଶଟ୍, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 19, 2019

ଧୋନି କିମ୍ବା ସଚିନ ନୁହନ୍ତି, ଏହି ଭାରତୀୟ କ୍ରିକେଟର ଆରମ୍ଭ କରିଥିଲେ ହେଲିକପ୍ଟର ଶଟ୍, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: କ୍ରିକେଟ୍ ଇତିହାସରେ ‘ହେଲିକପ୍ଟର ଶଟ୍’ ଟିମ୍ ଇଣ୍ଡିଆର ମାହି ଅର୍ଥାତ୍ ମହେନ୍ଦ୍ର ସିଂହ ଧୋନିଙ୍କ ସିଗ୍ନେଚର୍ ଶଟ୍ ଭାବେ ପରିଚିତ। ଏହି ଶଟ୍ ଦ୍ୱାରା ଧୋନି ବଲକୁ ସିଧା ଷ୍ଟାଡିୟମ ବାହାରକୁ ପଠାଇ ଦିଅନ୍ତି। କିନ୍ତୁ ଏବେ ଏହି ଶଟକୁ ଅନ୍ୟ ବ୍ୟାଟ୍ସମ୍ୟାନ୍ ମଧ୍ୟ ମାରିବା ଆରମ୍ଭ କରିଦେଲେଣି। ଏପରିକି ପ୍ରତି ମ୍ୟାଚରେ ଏଭଳି ଶଟ୍ ଦେଖିବାକୁ ମିଳୁଛି।

ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଚଳିତ ଆଇପିଏଲରେ କିଛି ହେଲିକପ୍ଟର୍ ଶଟ୍ ମାରି ଚର୍ଚ୍ଚାକୁ ଆସିଛନ୍ତି। ଏହା ମଧ୍ୟରେ ସୋଶାଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ କୁହାଯାଇଛି ଯେ ହେଲିକପ୍ଟର ଶଟର ଶୁଭାରମ୍ଭ ଧୋନି କରିନାହାନ୍ତି, ବରଂ ଅନେକ ଦିନ ପୂର୍ବରୁ ଭାରତର ଜଣେ ପୂର୍ବତନ ଅଧିନାୟକ ଏଭଳି ଶଟ୍ ଖେଳିଥିଲେ। ଯାହା ଠିକ୍ ଧୋନିଙ୍କ ହେଲିକପ୍ଟର ଶଟ୍ ଭଳି ଥିଲା।

ଯଦି ଆମେ ହେଲିକପ୍ଟର ଶଟ୍ କଥା ଉଠାଇବା, ତାହେଲେ ସର୍ବପ୍ରଥମେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୨୦୦୨ରେ ଇଂଲଣ୍ଡ ବିପକ୍ଷ ନାଟୱେଷ୍ଟ ସିରିଜରେ ଖେଳିଥିଲେ। କିନ୍ତୁ ଭାଇରାଲ୍ ହୋଇଥିବା ଭିଡିଓରେ ସଚିନଙ୍କୁ ମଧ୍ୟ ଚ୍ୟାଲେଞ୍ଜ ମିଳିଛି, ଯେଉଁଥିରେ କୁହାଯାଇଛି ଯେ ସର୍ବପ୍ରଥମେ ଏହି ଶଟ୍ ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ ଦ୍ୱାରା ମରାଯାଇଥିଲା।

ଭିଡିଓରେ ଦେଖାଯାଇଥିବା ମ୍ୟାଚଟି ହେଲା ଭାରତ ଓ ଦକ୍ଷିଣ ଆଫ୍ରିକା, ଯାହା କୋଲାକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିଲା। ଏହି ମ୍ୟାଚରେ ଆଝାର ଦକ୍ଷିଣ ଆଫ୍ରିକାର ଲାନ୍ସ କ୍ଲୁଜନରଙ୍କ ବିରୋଧରେ ଚମତ୍କାର ହେଲିକପ୍ଟର ଶଟ୍ ଖେଳି ଦର୍ଶକଙ୍କ ମନ ଜିଣିଥିଲେ। ତେବେ ସେହି ସମୟରେ ସୋଶାଲ ମିଡିଆ ନଥିଲା, ଯେଉଁ କାରଣରୁ ଏହି ଶଟ୍ ସେତେବେଳେ ଭାଇରାଲ୍ ହୋଇପାରିନଥିଲା।

ଏହି ମ୍ୟାଚଟି ୨୦୦୦ ମସିହା ଜୁନ୍ ମାସରେ ଖେଳାଯାଇଥିଲା। ତେଣୁ ଏଥିରୁ ସ୍ପଷ୍ଟ ଯେ, ସଚିନଙ୍କ ପୂର୍ବରୁ ଆଝାର ହିଁ ଏହି ଶଟ୍ ଆରମ୍ଭ କରିଥିଲେ। କିନ୍ତୁ ଆଧୁନିକ ଯୁଗରେ ଧୋନିଙ୍କୁ ଏହି ଶଟର ଉଦ୍ଭାବକ ବୋଲି କୁହାଯାଉଛି। ଯାହା ପରେ କେବଳ ଭାରତୀୟ ନୁହେଁ, ବିଦେଶୀ ଖେଳାଳିମାନେ ମଧ୍ୟ ହେଲିକପ୍ଟର୍ ଶଟ୍ ମାରିବାର କଳା ଶିଖିଲେଣି।

ଦେଖନ୍ତୁ ଭିଡିଓ



from Odisha Reporter http://bit.ly/2VTd7VF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages