ତୃତୀୟ ପର୍ଯ୍ୟାୟରେ ମତାଧିକାର ସାବ୍ୟସ୍ତ କଲେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 23, 2019

ତୃତୀୟ ପର୍ଯ୍ୟାୟରେ ମତାଧିକାର ସାବ୍ୟସ୍ତ କଲେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ନେତା

ନୂଆଦିଲ୍ଲୀ: ୧୭ତମ ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ୧୩ଟି ରାଜ୍ୟ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ୧୧୭ଟି ଆସନ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକସଭା ଆସନ ଏବଂ ୪୨ଟି ବିଧାନସଭା ଆସନ ପାଇଁ ମତଦାନ ଚାଲିଛି।

ଗୁଜରାଟ ୨୬ଟି ଲୋକସଭା ଆସନ ପାଇଁ ମତଦାନ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାନ୍ଧୀନଗର ଅନ୍ତର୍ଗତ ସନିପ ବୁଥରେ ପହଞ୍ଚି ସକାଳେ ମତଦାନ କରିଛନ୍ତି। ଭୋଟ ଦେବା ପୂର୍ବରୁ ମୋଦି ତାଙ୍କ ମା’ ହୀରାବେନଙ୍କୁ ଭେଟିବାକୁ ଯାଇଥିଲେ। ସେଠାରେ ତାଙ୍କ ମା’ଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ଏହି ସମୟରେ ମୋଦିଙ୍କୁ ତାଙ୍କ ମା’ ବିଜୟର ଟୀକା ଲଗାଇ ମିଠା ଖୁଆଇଥିଲେ। ଏହାପରେ ମୋଦି ବି ନିଜ ହାତରେ ମାଆଙ୍କୁ ମିଠା ଖୁଆଇଥିଲେ।

ଭୋଟ ଦେବାପରେ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଦେଶର ସମସ୍ତ ନାଗରିକ ଏହି ନିର୍ବାଚନର ଏହି ମହାପର୍ବରେ ସାମିଲ ହୁଅନ୍ତୁ। ନୂଆ ଭୋଟରଙ୍କୁ ଶତ ପ୍ରତିଶତ ମତଦାନ ଦେବା ପାଇଁ ଆହ୍ୱାନ କରିଥିବା ବେଳେ ଅନ୍ୟ ସମସ୍ତଙ୍କୁ ମଧ୍ୟ ମତାଧିକାର ସାବ୍ୟସ୍ତ କରିବା ପାଇଁ କହିଥିଲେ।

ସେହିପରି ମୋଦିଙ୍କ ମାଆ ହୀରାବେନ ଅହମଦାବାଦର ରାଇସନ ବୁଥକୁ ଯାଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।  ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଗାନ୍ଧୀନଗର ଆସନରୁ ପ୍ରାର୍ଥୀ ଅମିତ ଶାହ ମଧ୍ୟ ଅହମଦାବାଦର ରଣିପସ୍ଥିତ ନିଶାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଯାଇ ମତଦାନ ସାବ୍ୟସ୍ତ କରିଛନ୍ତି। ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଓ ତାଙ୍କ ସ୍ତ୍ରୀ ରାଜକୋଟ ଲୋକସଭା ଆସନ ପାଇଁ ଅନୀଲ ଜ୍ଞାନ ମନ୍ଦିର ସ୍କୁଲକୁ ଯାଇ ମତଦାନ ସାବ୍ୟସ୍ତ କରିଛନ୍ତି।

 

ସେହିପରି ବିଶିଷ୍ଟ ସମାଜସେବୀ ଆନ୍ନା ହାଜାରେ ମହାରାଷ୍ଟ୍ରର ଅହମେଦନଗର ଜିଲ୍ଲାର ରାଲେଗାଁ ସିଦ୍ଧିରେ ଥିବା ବୁଥକୁ ଯାଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ମଧ୍ୟ ସୁରେନ୍ଦ୍ରନଗର ଲୋକସଭା ଆସନ ପାଇଁ ୨୫୨/୩୫୫ ବୁଥରେ ଯାଇ ମତାଧିକାର ସାବ୍ୟସ୍ତ କରିଛନ୍ତି।



from Odisha Reporter http://bit.ly/2DuFpyi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages