ଘରେ ସୁଖ ସମୃଦ୍ଧି ଭରି ଦେଉଥିବା ଏହି ଗଛ ବିଷୟରେ ଜାଣିଛନ୍ତି କି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 16, 2019

ଘରେ ସୁଖ ସମୃଦ୍ଧି ଭରି ଦେଉଥିବା ଏହି ଗଛ ବିଷୟରେ ଜାଣିଛନ୍ତି କି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ) :  ଘରକୁ ସୁନ୍ଦର ଓ ଆକର୍ଷଣୀୟ କରିବାକୁ ବହୁ ଲୋକ ଘରେ ଏକ ଛୋଟ ବଗିଚା କରିବାକୁ ପସନ୍ଦ କରିଥାନ୍ତି।  ଏଥିପାଇଁ ବାଲକୋନି ପାଇଲେ ସେମାନେ ଛୋଟ ଛୋଟ ଗଛ ଲଗାଇବାକୁ  ଭୁଲି ନ ଥାନ୍ତି। ଏହା ମନକୁ ଶାନ୍ତି ଦେଉଥିବା ବେଳେ ସତେଜ ବାୟୂ ଘରେ ପ୍ରବାହିତ ହୋଇଥାଏ।

ଏଭଳି ଏକ ଗଛ ହେଉଛି ମନି ପ୍ଲାଣ୍ଟ।  ଆସନ୍ତୁ ଜାଣିବା ଏହି ଗଛ ସାହାଯ୍ୟରେ କିପରି ଆପଣ ନିଜ ଭାଗ୍ୟ ଦୋଷ କାଟି ପାରିବେ। ଏହା ଆପଣଙ୍କ ଘରର ସୌନ୍ଦର୍ଯ୍ୟ ବଢାଇବା ସହ ଆର୍ଥିକ ସ୍ଥିତିକୁ ମଧ୍ୟ ସୁଦୃଢ କରେ ବୋଲି ବିଶ୍ୱାସ ରହିଛି। ଏହି ଗଛକୁ ନେଇ ବହୁ ରୋଚକ ଖବର ଶୁଣିବାକୁ ମିଳେ। କୁହାଯାଏ ଯେ, ଏହି ଗଛ କେବେ କିଣି କି ଘରେ ଲଗାଇବା କଥା ନୁହେଁ।

ଏହି ଗଛକୁ ଘରର ଦକ୍ଷିଣ ପୂର୍ବ କୋଣରେ ରଖିବା ଆବଶ୍ୟକ। ହିନ୍ଦୁ ଧର୍ମ ଅନୁସାରେ ଏହି କୋଣରେ ଭଗବାନ ଗଣେଶ ରହିଥାନ୍ତି। ମନି ପ୍ଲାଣ୍ଟ ଗଛକୁ ଉଜ୍ଜ୍ୱଳ ଭାଗ୍ୟର ପ୍ରତୀକ ବୋଲି ମଧ୍ୟ  ଧରାଯାଏ। ଘରର ଏହି କୋଣରେ ମନି ପ୍ଲାଣ୍ଟ ଗଛ ରଖିବା ଦ୍ୱାରା ବ୍ୟକ୍ତିଙ୍କ ଭାଗ୍ୟ ଖୋଲିଯାଏ ବୋଲି ବିଶ୍ୱାସ ରହିଛି।

ଏହି ଗଛକୁ ବୁଧବାର ଓ ରେବତୀ ନକ୍ଷତ୍ରରେ ଘରକୁ ଆଣନ୍ତୁ। ଏହାପଛରେ ଥିବା କାରଣ ହେଉଛି, ଏହି ଦିନକୁ ଭଗବାନ ଗଣେଶଙ୍କ ଦିନ ବୋଲି ବିବେଚନା କରାଯାଏ।

ଭୁଲରେ ବି ଏହାକୁ କେବେ ଉତ୍ତର ପୂର୍ବ କୋଣରେ କେବେ ରଖନ୍ତୁ ନାହିଁ। ଏହା କରିବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ବିପରୀତ ପ୍ରଭାବ ପଡ଼ିଥାଏ।  ଘରର ସଦସ୍ୟମାନେ ମଧ୍ୟ ରୋଗାକ୍ରାନ୍ତ ହୋଇ ପଡିଥାନ୍ତି  ।

ନିଜ ସାଥୀଙ୍କ ସହ ଯଦି ସମ୍ପର୍କରେ ଫାଟ ସୃଷ୍ଟି ହେଉଛି, ତେବେ ପ୍ରଥମେ ଘରର ପଶ୍ଚିମ କିମ୍ୱା ପୂର୍ବ କୋଣରେ ରଖିଥିବା ମନି ପ୍ଲାଣ୍ଟ ଗଛକୁ ହଟାଇ ଦିଅନ୍ତୁ। ଏହି କୋଣରେ ରହିଲେ ମନି ପ୍ଲାଣ୍ଟ ଗଛ ଆପଣଙ୍କ ମାନସିକ ଅବସାଦ ବଢିବା ସହ ସମ୍ପର୍କରେ ଫାଟ ସୃଷ୍ଟି  ହୋଇଥାଏ।  ସମ୍ପର୍କରେ ମଧୁରତା ଭରିବାକୁ ଆପଣ ପ୍ରଥମେ ହୃଦୟ ଆକୃତିର ପତ୍ର ଥିବା ମନି ପ୍ଲାଣ୍ଟ ଗଛ ଆଣି ଘରେ ଲଗାନ୍ତୁ।

ଅର୍ଥାଭାବ ଦୂର କରିବା ଲାଗି ଆପଣ ନୋଟ୍‌ ଆକୃତିର ମନି ପ୍ଲାଣ୍ଟ ଗଛ ଦକ୍ଷିଣ ପୂର୍ବ କୋଣରେ ଲଗାନ୍ତୁ। ରବିବାର କେବେ ବି ଏହି ଗଛରେ ପାଣି ଦିଅନ୍ତୁ ନାହିଁ। ପାଣି ଦେବା ସମୟରେ ସେଥିରେ ଏକ ଚାମଚ କ୍ଷୀର ମିଶାଇ ଦିଅନ୍ତୁ। ଏହା କରିବା ଦ୍ୱାରା ସୁଖ ସମୃଦ୍ଧିରେ ଆପଣଙ୍କ ଘର ପରିପୂର୍ଣ୍ଣ ହୋଇଯିବ।

ଯଦି ଘରେ ଲାଗିଥିବା ମନି ପ୍ଲାଣ୍ଟ ଗଛ ତଳ ମୁହାଁ ହୋଇ ବଢିବାକୁ ଲାଗୁଛି, ଏପରି ହେବାକୁ ଦିଅନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କ ପାଖରେ ଯେତେ ଧନ ଥିଲେ ବି ତାହା ଅଯଥାରେ ଅପଚୟ ହୋଇଯିବ। ଧନ ସଞ୍ଚୟ ସହ ଘରେ ସୁଖ ଶାନ୍ତି ବଜାୟ ରଖିବା ଲାଗି ଆପଣ ମନି ପ୍ଲାଣ୍ଟ ଗଛର ଡାଳକୁ ରଶି ମାଧ୍ୟମରେ ନ ହେଲେ ଏକ ବାଡି ଲଗାଇ ଉପରକୁ ଉଠାଇବା ଆବଶ୍ୟକ। ଏହା କରିବା ଦ୍ୱାରା ଆପଣଙ୍କର ଧନ ଓ ଯଶ ପ୍ରାପ୍ତି ହେବ।



from Odisha Reporter http://bit.ly/2DjZsPU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages