
ଫୁଲବାଣୀ (ତ୍ରିନାଥ ସାହୁ): ଆସନ୍ତାକାଲି ଭୋଟ୍ ଥିବା ବେଳେ ଆଜି ଏକ ପୋଲିଂ ପାର୍ଟିର ଗାଡ଼ିକୁ ଦୁର୍ବୃତ୍ତମାନେ ଜାଳି ଦେଇଛନ୍ତି। ଏ ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରୁ। ଏକ ପୋଲିଂ ପାର୍ଟି ମୁଙ୍ଗୁନିପଦର ବୁଥ୍କୁ ଯିବା ବାଟରେ ଏହି ଘଟଣା ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ ପୋଲିଂ କର୍ମଚାରୀଙ୍କୁ ଗାଡ଼ିର ଓହ୍ଲାଇ ଦେବା ପରେ ସେଥିରେ ନିଆଁ ଲଗାଇ ଦେଇଥିଲେ। ସମସ୍ତ ପୋଲିଂ କର୍ମଚାରୀ ସୁରକ୍ଷିତ ଅଛନ୍ତି।
ଏ ଅଞ୍ଚଳଟି ନକ୍ସଲ ପ୍ରବଣ ହୋଇଥିବା ଯୋଗୁ ଏହା ପଛରେ ନକ୍ସଲ ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି।
ଦିନ ପ୍ରାୟ ୧୧ଟାରୁ ୧୨ଟା ଭିତରେ ଏ ଘଟଣା ଘଟିଥିବା କୁହାଯାଉଛି। ତେବେ ଏନେଇ ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ମିଳି ପାରି ନାହିଁ।
ସୂଚନାଯୋଗ୍ୟ, ଆସନ୍ତାକାଲି ରାଜ୍ୟର ୫ ଲୋକସଭା ଆସନ (ବରଗଡ଼, ବଲାଙ୍ଗିର, ସୁନ୍ଦରଗଡ଼, ଆସିକା ଓ କନ୍ଧମାଳ) ଓ ଏହା ଅନ୍ତର୍ଗତ ୩୫ ବିଧାନସଭା ଆସନ ପାଇଁ ମତଦାନ ହେବ।
from Odisha Reporter http://bit.ly/2UI2Peq
No comments:
Post a Comment