
ମୁମ୍ବାଇ: ବଲିଉଡ୍ର ଚୁଲ୍ବୁଲି ଅଭିନେତ୍ରୀ ଏବେ ନିଜ ପର୍ସନାଲ୍ ଓ ପ୍ରଫେସନାଲ୍ ଲାଇଫ୍କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଗୋଟିଏ ପଟେ ସେ ତାଙ୍କ ଫିଲ୍ମ ‘କଲଙ୍କ’ ପାଇଁ ଚର୍ଚ୍ଚା ସାଉଁଟୁଥିବାବେଳେ ଅନ୍ୟପଟେ ରଣବୀର୍ କପୁରଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଲାଇମ୍ଲାଇଟ୍ରେ ଅଛନ୍ତି।
ଆଲିଆ ଏବେ ନିଜ ଫିଲ୍ମ ‘କଲଙ୍କ’ରେ ବ୍ୟସ୍ତ ଥିବାରୁ ବୟଫ୍ରେଣ୍ଡ୍ ରଣବୀରଙ୍କୁ ବେଶି ସମୟ ଦେଇପାରୁ ନାହାନ୍ତି। କିନ୍ତୁ ନିଜ ବ୍ୟସ୍ତ ଜୀବନ ଭିତରେ ରଣବୀରଙ୍କୁ କେତେ ମନେ ପକାନ୍ତି ତା’ର ଝଲକ ଅନେକ ଥର ଦେଖିବାକୁ ମିଳିଛି।
ସେ ନିଜ ଫିଲ୍ମରେ ପ୍ରମୋସନ ସମୟରେ ଅନେକ ଥର ରଣବୀରଙ୍କ ନାଁ ନେବା ଦେଖିବାକୁ ମିଳିଛି। କିନ୍ତୁ ନିକଟରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଠି ନ ଚାହିଁବା ସତ୍ତ୍ୱେ ବି ଆଲିଆ ରଣବୀରଙ୍କୁ କେତେ ମନେ ପକାଉଛନ୍ତି ତାହା ସମସ୍ତଙ୍କ ସାମ୍ନାରେ ଧରାପଡ଼ିଯାଇଛି।
କଥା ଆଲିଆ ‘କଲଙ୍କ’ ଟିମ୍ର କଳାକାରଙ୍କ ସହ ଏକ ଶୋ’କୁ ଯାଇଥିଲେ। ଶୋ’ରେ ବରୁନ ଧୱନ , ଆଲିଆ ଏକାଠି ବସିଥିଲେ। ସେ ସମୟରେ ବରୁନ୍ ପଛରୁ ଆଲିଆଙ୍କ ଚୁଟିରେ ଲାଗି ଚିଡ଼ାଉଥିଲେ। ଆଲିଆ ସେ କଥାରେ ବିରକ୍ତ ହୋଇ ବରୁଣ୍ଙ୍କୁ ସେମିତି କରିବାକୁ ମନା କରୁଥିଲେ।
View this post on Instagram
Awww
#Aliabhatt just Referred to #Varundhawan as #RanbirKapoor
. . •All credits goes to the owner
କିନ୍ତୁ ଆଲିଆ ବରୁନ୍ଙ୍କ ଜାଗାରେ ରଣବୀରଙ୍କ ନାଁ କହି ଦେଇଥିଲେ। ଆଲିଆ ବରୁନ୍ଙ୍କୁ ରଣବୀର ଡାକିବା ମାତ୍ରେ ବରନ୍ଙ୍କ ସମେତ ତାଙ୍କ ପାଖରେ ବସିଥିବା ଆଦିତ୍ୟ ରୟ କପୁର ଓ ସୋନାକ୍ଷୀ ସିହ୍ନା ଖୁବ୍ ଜୋରରେ ହସିଥିଲେ। ଆଲିଆ ଲାଜରେ ନିଜ ମୁହଁ ତଳକୁ କରିଦେଇଥିଲେ।
ଆଲିଆଙ୍କ ସେହି ଭିଡିଓ ଏବେ ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି।
ଏହି ଭିଡିଓ ଦେଖିଲା ପରେ ସ୍ପଷ୍ଟ ଜଣା ପଡ଼ୁଛି ଯେ, ଆଲିଆ ଭଟ୍ଟ ନିଜ ବ୍ୟସ୍ତ ଜୀବନ ଭିତରେ ବି ରଣବୀରଙ୍କ କଥା ସବୁବେଳେ ଭାବୁଥାନ୍ତି।
ସୂଚନାଯୋଗ୍ୟ ଯେ, ଆଲିଆ ଭଟ୍ଟ ଓ ରଣବୀର କପୁର ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି।
from Odisha Reporter http://bit.ly/2KHdqSf
#Aliabhatt just Referred to #Varundhawan as #RanbirKapoor 
. . •All credits goes to the owner
No comments:
Post a Comment