ବିଜେଡିର ଶପଥ ଗ୍ରହଣ ସମାରୋହ ‘ନିମନ୍ତ୍ରଣ ପତ୍ର’ ଭାଇରାଲ୍‌, ନିର୍ବାଚନ କମିଶନ ନିରବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 27, 2019

ବିଜେଡିର ଶପଥ ଗ୍ରହଣ ସମାରୋହ ‘ନିମନ୍ତ୍ରଣ ପତ୍ର’ ଭାଇରାଲ୍‌, ନିର୍ବାଚନ କମିଶନ ନିରବ

invitation

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସରିନି, କିନ୍ତୁ ଏବେଠୁ ଶାସକ ବିଜେଡି ପୁଣିଥରେ ରାଜ୍ୟରେ ସରକାର ଗଢ଼ିବ ବୋଲି ଦୃଢ଼ ନିଶ୍ଚିତ ହୋଇ ନିମନ୍ତ୍ରଣ ପତ୍ର ଛପାଇ ସାରିଲାଣି। ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟାୟାମ ଭିଡିଓ ଭାଇରାଲ ହେବା ଶୈଳୀରେ ଏବେ ବିଜେଡିର ଶପଥ ଗ୍ରହଣ ସମାରୋହର ନିମନ୍ତ୍ରଣ ପତ୍ର ବି ସୋଶାଲ୍ ମିଡିଆରେ ଘୁରି ବୁଲୁଛି। ଅତ୍ୟନ୍ତ ଚତୁରତାର ସହ ଏହି ନିମନ୍ତ୍ରଣ ପତ୍ରକୁ ଭାଇରାଲ୍ କରାଯାଇଥିଲେ ମଧ୍ୟ ଭୋଟ୍‌ ଗ୍ରହଣ ପ୍ରକ୍ରିୟା ନସରିବା ପୂର୍ବରୁ, ଉକ୍ତ ନିମନ୍ତ୍ରଣ ପତ୍ରଟିକୁ କିଏ ପ୍ରସ୍ତୁତ କରିଛି ଓ ଏହା କିଏ ସୋଶାଲ ମିଡିଆରେ ଛାଡ଼ିଛି, ସେ ନେଇ ନିର୍ବାଚନ କମିଶନ ନିରବତା ଅବଲମ୍ବନ କରିଛନ୍ତି। ଯଦିଓ ଭୋଟଗ୍ରହଣ ପ୍ରକ୍ରିୟା ସରିବା ପୂର୍ବରୁ ଏଭଳି ନିମନ୍ତ୍ରଣ ପତ୍ର ଛପା ଯିବାର ଦୃଷ୍ଟାନ୍ତ ଭାରତୀୟ ଗଣତନ୍ତ୍ରରେ ବିରଳ।

ସୂଚନା ଅନୁସାରେ, ବିଜେଡି ସପକ୍ଷରେ ସୋଶାଲ ମିଡିଆରେ ପ୍ରଚାର କରୁଥିବା ଟିମ୍ ଉଦ୍ଦେଶ୍ୟମୂଳକ ଭାବେ ଏହି ନିମନ୍ତ୍ରଣ ପତ୍ରକୁ ଜାରି କରିଛି। ଏଥିରେ ବିଜେଡି ସରକାରର ଶପଥ ଗ୍ରହଣ ସମାରୋହ ମଇ ୨୬ ତାରିଖ ସନ୍ଧ୍ୟା ୭ଟାରେ ଭୁବନେଶ୍ୱରର ଜନତା ମଇଦାନରେ ହେବ ଓ ସେଠାକୁ ଆସିବା ପାଇଁ ନିମନ୍ତ୍ରଣ ରହିଲା ବୋଲି ଉଲ୍ଲେଖ ଅଛି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୨୩ ତାରିଖରେ କେନ୍ଦ୍ରାପଡ଼ା ଗସ୍ତରେ ଯାଇ ନବୀନଙ୍କୁ କଡ଼ା ସମାଲୋଚନା କରିବା ସହ ରାଜ୍ୟରୁ ବିଜେଡି ସରକାର ବିଦା ହେବା ନିଶ୍ଚିତ ଓ ବିଜେପି ଏଠି ସରକାର ଗଢ଼ିବ ବୋଲି କହିଥିଲେ।

ଯାହାର ପାଲଟା ଜବାବ ଦେଇ ନବୀନ କହିଥିଲେ ଯେ, ବିଜେଡି ନିର୍ବାଚନ ଜିତି ସାରିଲାଣି, ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରିଥିଲେ। ଏହି ପ୍ରସଙ୍ଗକୁ ନେଇ ଉଭୟ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଥିଲେ।

ନିର୍ବାଚନ ସମୟରେ ବିଭିନ୍ନ ଗଣମାଧ୍ୟମରେ ପ୍ରଚାରିତ ହେଉଥିବା ଖବର ଉପରେ ନଜର ରଖିବା ପାଇଁ ନିର୍ବାଚନ କମିଶନଙ୍କ ଏକ ଟିମ୍‌ କାର୍ଯ୍ୟ କରୁଥିଲେ ମଧ୍ୟ ସୋଶାଲ୍ ମିଡିଆରେ ଏହା କିଭଳି ଦ୍ରୁତ ଗତିରେ ପ୍ରଚାର ହେଉଛି ତାକୁ ନେଇ ଚର୍ଚ୍ଚା ଚାଲିଛି। ତା’ଛଡ଼ା ଏହି ନିମନ୍ତ୍ରଣ ପତ୍ରକୁ ବିଜେଡି ଜାରି କରିଛି କି ନାହିଁ, ସେ ନେଇ କୌଣସି ଆନୁଷ୍ଠାନିକ ସ୍ପଷ୍ଟୀକରଣ ଦଳ ପକ୍ଷରୁ ଜାରି ହୋଇନି।



from Odisha Reporter http://bit.ly/2DMrKDd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages