ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ୱାମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 8, 2019

ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ୱାମୀ

ସୁନ୍ଦରଗଡ଼(ବିଜୟ ବାରୁଆ): ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ଟିକିଲିପରାରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀକୁ ପଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରିକି ସେ ମୃତଦେହକୁ ଅଖାରେ ଭର୍ତ୍ତି କରି ନିକଟସ୍ଥ ଜଙ୍ଗଲରେ ନେଇ ପୋତି ଦେଇଥିଲେ।
ମୃତ ମହିଳାଙ୍କ ଶର୍ମିଳା ଟପ୍ପୋ। ପୁଲିସ୍ ତାଙ୍କ ସ୍ୱାମୀ କପିଳ ଟପ୍ପୋଙ୍କୁ ଅଟକ ରଖିଛି। ମୃତଦେହ ପୋତିଥିବା ସ୍ଥାନକୁ ପୁଲିସ୍ ଚିହ୍ନଟ କରିଛି।
ଏହି ଘଟଣାଟି ତିନିଦିନ ତଳେ ଘଟିଥିବା ଜଣାପଡ଼ିଛି। ଶନିବାର ଦିନ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ସେହି ସମୟରେ କପିଳ ରାଗି ଯାଇ ଶର୍ମିଳାଙ୍କୁ ପିଟି ପିଟି ମାରି ଦେଇଥିଲେ। ତା’ପରେ ମୃତଦେହକୁ ଘର ପଛ ପଟେ ଥିବା ଶୌଚାଳୟର ଟାଙ୍କିରେ ଲୁଚେଇ ରଖିଥିଲା। ତା’ପର ଦିନ ମୃତଦେହକୁ ଏକ ବସ୍ତାରେ ଭର୍ତ୍ତି କରି ନିକଟସ୍ଥ ଜଙ୍ଗଲକୁ ନେଇଯାଇଥିଲେ ଓ ସେଠାରେ ପୋତି ଦେଇଥିଲେ।
କୌଣସି ସୂତ୍ରରୁ ଆଜି ପୁଲିସ୍‌ ଘଟଣା ସମ୍ପର୍କରେ ଜାଣିଲା ପରେ କପିଳଙ୍କୁ ଅଟକ ରଖି ପଚରାଉଚରା କରୁଛି। ଘରୋଇ କଳହକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି।



from Odisha Reporter http://bit.ly/2KfetIF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages